www.samajalive.in
Sunday, December 7, 2025
16.1 C
Bhubaneswar

କୁର୍ନୁଲ୍‍ ପଥର ଖାଦାନ ବିସ୍ଫୋରଣ: ମୃତ ଶ୍ରମିକଙ୍କ ମଧ୍ୟରେ ୩ ଓଡ଼ିଆ

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶର କୁର୍ନୁଲ୍‍ ଜିଲା ହାତୀ ବେଲଗାଲ୍‍ ଗ୍ରାମ ପଥର ଖାଦାନରେ ଗତ ଶୁକ୍ରବାର ବିସ୍ଫୋରଣରେ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି ପାଇଛି। ମୃତକଙ୍କ ମଧ୍ୟରେ ତିନି ଜଣ ଓଡ଼ିଆ ଶ୍ରମିକ ଥିବା ଜଣାପଡ଼ିଛି। ଅନ୍ୟ ଚାରିଜଣ ଓଡ଼ିଆ ଶ୍ରମିକ ଗୁରୁତର ଅଛନ୍ତି।
ଗଞ୍ଜାମ ଜିଲା ରମ୍ଭା ପୁଲିସ ଥାନା ଅଧୀନ ନୂଆଗାଁ ଅଞ୍ଚଳର ପ୍ରାୟ ୨୦ ଜଣ ଶ୍ରମିକ ଦାଦନ ଖଟିବାକୁ ଆନ୍ଧ୍ରପ୍ରଦେଶ ଯାଇଥିଲେ। ମୃତକମାନେ ହେଲେ ଭୀମା ନାହାକ, ଦୁର୍ଯ୍ୟୋଧନ ନାହାକ ଓ ମନୋରଞ୍ଜନ ନାହାକ। ଘଟଣାର ଅନୁସନ୍ଧାନ ପାଇଁ ଗଞ୍ଜାମ ଜିଲା ଶ୍ରମ ଅଧିକାରୀଙ୍କ ନେତୃତ୍ୱରେ ଦୁଇ ଜଣିଆ ଟିମ୍‍ କୁର୍ନୁଲ୍‍ ଯାଇଛନ୍ତି।
ସୂଚନାଯୋଗ୍ୟ, ଉକ୍ତ ଘରୋଇ ପଥର ଖାଦାନରେ ଶ୍ରମିକମାନେ ବିଶ୍ରାମ ନେଉଥିବା ବେଳେ ଶୁକ୍ରବାର ରାତି ପ୍ରାୟ ୮.୩୦ସମୟରେ ହଠାତ୍‍ ବଡ଼ ବଡ଼ ପଥର ଖଣ୍ଡ ଖସି ପଡ଼ିଥିଲା। ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇ ନଥିବାରୁ ଶ୍ରମିକମାନେ ମୃତାହତ ହୋଇଥିବା ଅଭିଯୋଗ ହୋଇଛି।
ଏହି ଦୁର୍ଘଟଣାରେ ଆଖପାଖ ଅଞ୍ଚଳରେ ନିଅାଁ ବ୍ୟାପି ଯାଇଥିଲା। ନିକଟରେ ଥିବା ୩ ଟ୍ରାକ୍ଟର ଓ ଗୋଟିଏ ଟ୍ରକ୍‍ ପୋଡ଼ି ଯାଇଥିଲା। ପାଖ ଗାଁର କେତେକଙ୍କ ଘରେ ନିଅାଁ ଲାଗିଯାଇଥିବାରୁ ଗାଁରେ ଆତଙ୍କ ଖେଳିଯାଇଥିଲା।
ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‍ ଚନ୍ଦ୍ରବାବୁ ନାଇଡ଼ୁ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହିତ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ ପରେ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଜିଲା ପ୍ରଶାସନକୁ ନିର୍ଦେଶ ଦେଇଛନ୍ତି। ସେହିପରି ୱାଇଏସ୍‍ଆର କଂଗ୍ରେସ ମୁଖ୍ୟ ୱାଇ ଏସ୍‍ ଜଗନମୋହନ ରେଡ୍ଡି, ଜନ ସେନା ପାର୍ଟି ମୁଖ୍ୟ ପୱନ କଲ୍ୟାଣ ଉକ୍ତ ଘଟଣାରେ ଦୁଃଖ ପ୍ରକାଶ କରିବା ସହିତ ମୃତାହତଙ୍କ ପରିବାରକୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଏବଂ ଅବୈଧ ପଥର ଖାଦାନ ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories