www.samajalive.in
Monday, December 15, 2025
15.1 C
Bhubaneswar

ଦିଲ୍ଲୀରେ ବିଜେପି ସରକାର !

ସମାଜ ଡିଜିଟାଲ ଡେସ୍କ: ଦିଲ୍ଲୀରେ ହେବ କି ମୋଦୀ ମ୍ୟାଜିକ ? ଆମ୍‌ ଆଦମୀ ପାର୍ଟି(ଆପ୍‌)କୁ କ୍ଷମତାଚ୍ୟୁତ କରି ଗେରୁଆ ଦଳ ଦିଲ୍ଲୀ ଦଖଲ କରିବ କି ? ଦୁଧବାର ଦିଲ୍ଲୀ ବିଧାନସଭା ନିର୍ବାଚନର ଭୋଟଗ୍ରହଣ ପରେ ବୁଥବାହୁଡ଼ା ମତକୁ ନେଇ ଏବେ ଏଭଳି ଚର୍ଚ୍ଚା ଆରମ୍ଭ ହୋଇଛି। ଏକଜିଟ ପୋଲ କରିଥିବା ଅନେକ ସଂସ୍ଥା ବିଜେପିକୁ ବହୁମତ ମିଳିବ ବୋଲି ଆକଳନ କରିଛନ୍ତି।

୭୦ଟି ଆସନକୁ ନେଇ ଦିଲ୍ଲୀ ବିଧାନସଭା ଗଠିତ। ସରକାର ଗଢ଼ିବା ଲାଗି ୩୬ ଆସନରେ ବିଜୟୀ ହେବା ଦରକାର। ବୁଧବାର ସମସ୍ତ ୭୦ ଆସନରେ ଭୋଟଗ୍ରହଣ ହୋଇଥିଲା। ମତଦାନ ପରେ ବିଭିନ୍ନ ସଂସ୍ଥା ବୁଥଗୁଡ଼ିକରୁ ମତଦାତାଙ୍କ ମତାମତ ସଂଗ୍ରହ କରି ନିର୍ବାଚନ ଫଳାଫଳ ଆକଳନ କରିଛନ୍ତି।

- Advertisement -

ମାଟ୍ରିଜ ସଂସ୍ଥା ଅନୁସାରେ ନିର୍ବାଚନରେ ଆପ୍‌କୁ ୩୨ରୁ ୩୭ ଆସନ ମିଳୁଥିବା ବେଳେ ବିଜେପିକୁ ୩୫ରୁ ୪୦ ଆସନ ମିଳିବ। କଂଗ୍ରେସକୁ ଗୋଟିଏ ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିବ।

ଜେଭିସି ପୋଲ୍‌ ସର୍ଭେ ଅନୁସାରେ ଆପକୁ ୨୨ରୁ ୩୧ ଆସନ, ବିଜେପିକୁ ୩୯ରୁ ୪୫ ଏବଂ କଂଗ୍ରେସକୁ ସର୍ବାଧିକ ୨ ଆସନ ମିଳିବ। ପିପୁଲ୍ସ ପଲ୍ସ କୋଡେମା ଅନୁସାରେ ଆପକୁ ୧୦ରୁ ୧୯ ଆସନ ମିଳିବାକୁ ଥିବାବେଳେ ବିଜେପିକୁ ୫୧ରୁ ୬୦ ଆସନ ମିଳିପାରେ। ସେହିପରି ପିପୁଲ୍ସ ଇନସାଇଟ ସଂସ୍ଥାର ସର୍ଭେ ଅନୁଯାୟୀ, ଆପକୁ ୨୫ରୁ ୨୯ ଆସନ ଏବଂ ବିଜେପିକୁ ୪୦ରୁ ୪୪ ଆସନ ଓ କଂଗ୍ରେସକୁ ଗୋଟିଏ ଆସନ ମିଳିବ। ସେହିପରି ପି-ମାର୍କ ଏବଂ ଚାଣକ୍ୟ ଷ୍ଟ୍ରାଟେଜିଜ ସଂସ୍ଥାର ବୁଥବାହୁଡ଼ା ମତ ଅନୁସାରେ ବିଜେପିକୁ ବହୁମତ ମିଳିପାରେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories