ଧାମରା : ଚାନ୍ଦବାଲି ବ୍ଲକ ସମିତି କାର୍ଯ୍ୟାଳୟ ପରିସରରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ବିକଶିତ ଗାଁ ବିକଶିତ ଓଡିଶା ଯୋଜନା ଭରଚୁଆଲ ମାଧ୍ୟମରେ ଶୁଭାରମ୍ଭ କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ଲକର ସମସ୍ତ ପଦାଧିକାରୀ ଉପସ୍ଥିତ ଥିଲେ ଏବଂ କାର୍ଯ୍ୟକ୍ରମ ସୁଚାରୁରୂପେ ପରିଚାଳନା ହେଉଥିଲା। ଏହି ସମୟରେ ଚାନ୍ଦବାଲି ବ୍ଲକର ସର୍ବ ଶିକ୍ଷା ଅଭିଯାନ ବିଭାଗର କନିଷ୍ଠ ଯନ୍ତ୍ରୀ ବିଶ୍ୱଜିତ ଦାସ ମଞ୍ଚାସୀନ ଥିଲେ । ଚେୟାରରେ ବସିଥିବାବେଳେ ଛାତିରେ ଯନ୍ତ୍ରଣା ଅନୁଭବ କରିବା ସହ ତଳକୁ ପଡିଯାଇଥିଲେ କନିଷ୍ଠ ଯନ୍ତ୍ରୀ। ତୁରନ୍ତ ବ୍ଲକ ଅନ୍ୟ ଯନ୍ତ୍ରୀଙ୍କ ସହଯୋଗରେ ଏକ ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ୱରର ଏକ ଘରୋଇ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାଯାଇଛି।
ବିକଶିତ ଗାଁ ବିକଶିତ ଓଡିଶା କାର୍ଯ୍ୟକ୍ରମ ଚାଲିଥିବାବେଳେ ଅସୁସ୍ଥ ହୋଇପଡିଲେ କନିଷ୍ଠ ଯନ୍ତ୍ରୀ, ଭୁବନେଶ୍ୱର ସ୍ଥାନାନ୍ତର
Popular Categories



