www.samajalive.in
Sunday, December 14, 2025
17.1 C
Bhubaneswar

ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ଭୋଟ ଶେଷ, ଭୋଟ ଗଣତି କାଏମ 

ସିମୁଳିଆ : ମାର୍କୋଣା ସରପଞ୍ଚଙ୍କ ବିରୋଧ ଆସିଥିବା ଅନାସ୍ଥା ପାଇଁ ସରିଲା ଭୋଟଦାନ। ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକ୍ରମେ ଘୋଷଣା କାଏମ ରହିଛି । ଗତ ୫ମାସ ତଳେ ସିମୁଳିଆ ନିର୍ବାଚନ ମଣ୍ଡଳୀର ମାର୍କୋଣା ପଞ୍ଚାୟତର ସରପଞ୍ଚଙ୍କ ବିଭିନ୍ନ ମନମୁଖୀ କାର୍ଯ୍ୟ, ଧମକ ଦେବା, ସଭା ନକରିବା ଆଦି ଅଭିଯୋଗ ନେଇ ୮ ଜଣ ୱାର୍ଡ ସଭ୍ୟସଭ୍ୟାମାନେ ବାଲେଶ୍ୱର ଜିଲ୍ଲାର ଉପଜିଲ୍ଲାପାଳଙ୍କ ନିକଟରେ  ସରପଞ୍ଚ କମଳାକାନ୍ତ ନାୟକଙ୍କ ବିରୋଧରେ ଅଭିଯୋଗ କରିଥିଲେ । ଅଭିଯୋଗ କରିଥିଲେ ମଧ୍ୟ ବିଭିନ୍ନ ରାଜନୈତିକ ଚାପ ବଳରେ କୌଣସି କାର୍ଯ୍ୟନୁଷ୍ଠାନ ହୋଇନଥିଲା । ଶେଷରେ ୱାର୍ଡସଭ୍ୟସଭ୍ୟାମାନେ ଉକ୍ତ ଘଟଣାକୁ ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ପରେ ଆଜି ସରପଞ୍ଚଙ୍କ ବିରୋଧ ମାର୍କୋଣା ପଂଚାୟତ କାର୍ଯ୍ୟଳୟରେ ଅନାସ୍ଥା ପାଇଁ ଭୋଟ ଦାନ କରିବା ନେଇ ଆଜିର ତାରିଖ ଘୋଷଣା ହୋଇଥିଲା । ଦିନ ୧ଘଟିକା ସମୟରେ ଭୋଟ ଦାନ ସରିଥିଲା । ୧୩ଜଣ ୱାର୍ଡ ସଭ୍ୟସଭ୍ୟାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଇସ୍ତଫା ଦେଇଛନ୍ତି । ସେଥି ମଧ୍ୟରୁ ଆଜି ୯ ଜଣ ଉପସ୍ଥିତ ରହି ମତଦାନ କରିଥିଲେ । ନିର୍ବାଚନ ଅଧିକାରୀ ଭାବେ ସିମୁଳିଆ ତହସିଲଦାର ଦାୟିତ୍ୱରେ ଥିଲେ । କମଳାକାନ୍ତ ବିଗତ ପଂଚାୟତ ନିର୍ବାଚନରେ ବିଜେପି ସମର୍ଥିତ ଭାବେ ସରପଞ୍ଚରେ ବିଜୟୀ ହୋଇଥିଲେ । ସୁରକ୍ଷା ଦୃଷ୍ଟିରୁ ୧ପ୍ଳାଟୁନ ପୁଲିସ ଫୋର୍ସ ମୁତୟନ ହୋଇଥିଲେ । ମତଦାନ ବାକ୍ସକୁ ସୋର ଟ୍ରେଜେରୀ କାର୍ଯ୍ୟାଳୟରେ ଏହା ଜମା ରହିବା ନେଇ ଦାୟିତ୍ୱରେ ଥିବା ନିର୍ବାଚନ ଅଧିକାରୀ ଟୁଡୁ ସୂଚନା ଦେଇଥିଲେ ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories