www.samajalive.in
Sunday, December 7, 2025
16.1 C
Bhubaneswar

ଏକଜିଟ ପୋଲକୁ ନେଇ ବିଜେପି ଓ କଂଗ୍ରେସର ବାକ୍‍ ଯୁଦ୍ଧ

ନୂଆଦିଲ୍ଲୀ: ଦେଶର ପ୍ରମୁଖ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ପରେ ବିଭିନ୍ନ ବୈଦ୍ୟୁତିକ ଗଣମାଧ୍ୟମ ସେମାନଙ୍କ ଏକଜିଟି ପୋଲ ରିପୋର୍ଟ ଉପସ୍ଥାପନ କରିଛନ୍ତି। ସେମାନଙ୍କ ରିପୋର୍ଟ ଅନୁଯାୟୀ କଂଗ୍ରେସର ସ୍ଥିତି ସୁଦୃଢ ହେଉଥିବାବେଳେ ବିଜେପି ଉଦବେଗଜନକ ସ୍ଥିତିରେ ଥିବା ଦୃଶ୍ୟମାନ କରାଯାଇଛି। ବିଧାନସଭା ନିର୍ବାଚନର ପରିଣାମ ୧୧ଡିସେମ୍ବରରେ ଆସିବ। ଏହା ପୂର୍ବରୁ ଏକଜିଟ ପୋଲର ରିପୋର୍ଟ ବିଜେପିକୁ ହତାସ କରିଛି ନିଶ୍ଚିତ। ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନରେ ବିଜେପି ସରକାରର ପତନ ହୋଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଏଭଳି ପରିସ୍ଥିତିରେ କଂଗ୍ରେସ ବହୂମତ ନେଇ ସରକାର ଗଢିବାର ସମ୍ଭାବନା ରହିଛି ବୋଲି ରିପୋର୍ଟ ଦର୍ଶାଇଛି।
ଏକଜିଟ ପୋଲର ଏଭଳି ରିପୋର୍ଟକୁ ନେଇ ରାଜନୈତିକ ଦଳ ସେମାନଙ୍କ ମତ ରଖିଛନ୍ତି। ବିଜେପିର ବରିଷ୍ଠ ନେତା ପ୍ରକାଶ ଜାବଡ଼େକର ଏହି ରିପୋର୍ଟ ଉପରେ ବିଶ୍ୱାସ ନକରି ଭୋଟ ଗଣତିକୁ ଦଳ ଅପେକ୍ଷା କରିଛି ବୋଲି ମତ ରଖିଥିବାବେଳେ କଂଗ୍ରେସ ନେତା ଅଶ୍ୱିନୀ କୁମାର ୫ଟି ରାଜ୍ୟରେ କଂଗ୍ରେସର ଲୋକପ୍ରିୟତା ବଢିଥିବାବେଳେ ବିଜେପିର କମିଛି ତାହା ସ୍ପଷ୍ଟ ପ୍ରମାଣିତ ହୋଇଛି ବୋଲି ମତ ରଖିଛନ୍ତି। ଏପରିକି ୧୧ଡିସେମ୍ବରରେ ଯେଉଁ ପରିଣାମ ପ୍ରକାଶିତ ହେବ ତାହା ବିଜେପି ପରି ଦଳକୁ ଆଚମ୍ବିତ କରିବ ବୋଲି ଅଶ୍ୱିନୀ କୁମାର ପ୍ରକାଶ କରିଛନ୍ତି।
ଶନିବାର ବିଜେପି ନେତା ପ୍ରକାଶ ଜାବଡ଼େକର ଏବେ କୌଣସି ପ୍ରତିକ୍ରିୟା ଦେବେ ନାହିଁ ବୋଲି ଗଣମାଧ୍ୟମରେ ପ୍ରକାଶ କରିବା ସହ ଏକଜିଟ ପୋଲ ନୁହେଁ ଏକଜାଟ ପରିଣାମ ୧୧ଡିସେମ୍ବର ପରେ ବାସ୍ତବ ଚିତ୍ର ସାମ୍ନାକୁ ଆସିବ। ପୂର୍ବରୁ ବହୂବାର ଏକଜିଟ ପୋଲର ଆକଳନ ଭୁଲ ପ୍ରମାଣିତ ହୋଇଛି। ତେଣୁ ଏକଜିଟ ପୋଲକୁ ଭିତ୍ତି କରି ମନ୍ତବ୍ୟ ଦେବା ଠିକ ନୁହେଁ।
ଇଣ୍ଡିଆ ଟୁଡେ ପରି ଏକଜିଟ ପୋଲ ମଧ୍ୟ ରାଜସ୍ଥାନରେ କଂଗ୍ରେସ ବହୁମତରେ ସରକାର ଗଢୁଥିବା ଦର୍ଶାଯାଇ ଥିବାବେଳେ ବିଜେପି କେବଳ ୫୫ରୁ ୭୨ଟି ଆସନରେ ସୀମିତ ରହିଥିବା ଦର୍ଶାଯାଇଛି। ବିପକ୍ଷରେ ଥିବା କଂଗ୍ରେସ ରାଜସ୍ଥାନରେ ୧୧୯ରୁ ୧୪୧ଟି ଆସନ ଜିତି ସରକାର ଗଢିବାର ସମ୍ଭାବନା ରହିଛି ବୋଲି ଇଣ୍ଡିଆ ଟୁଡେ ଦର୍ଶାଇଛି। ମଧ୍ୟପ୍ରଦେଶରେ ମଧ୍ୟ କଂଗ୍ରେସର ବୃଦ୍ଧି ସ୍ପଷ୍ଟ ଆକଳନ କରିଛି ଏକଜିଟ ପୋଲ। କଂଗ୍ରେସ ୧୦୪ରୁ ୧୨୨ଟି ଆସନରେ ମଧ୍ୟପ୍ରଦେଶରେ ନିଜ ସ୍ଥିତି ସୁଦୃଢ କରିବାକୁ ଯାଉଛି ବୋଲି ଇଣ୍ଡିଆ ଟୁଡେ ଆକଳନ କରିଛି। ସେହିପରି ବିଜେପି ମଧ୍ୟ ୧୦୨ରୁ ୧୨୦ଟି ଆସନରେ ସୀମିତ ରହିଛି। ଏହି ରାଜ୍ୟରେ ଅନ୍ୟାନ୍ୟ ଦଳକୁ କେବଳ ୪ରୁ ୧୧ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିବ ବୋଲି ଆକଳନ କରାଯାଉଛି। ସେହିପରି ଛତିଶଗଡ଼ରେ ମଧ୍ୟ କଂଗ୍ରେସକୁ ବହୁମତ ମିଳୁଥିବା ଦର୍ଶାଇଛି ଇଣ୍ଡିଆ ଟୁଡେ। କଂଗ୍ରେସକୁ ୫୫ରୁ ୬୫ଟି ଆସନ ମିଳିବାକୁ ଥିବାବେଳେ ବିଜେପି କେବଳ ୨୧ରୁ ୩୧ଟି ଆସନରେ ସୀମିତ ରହିଛି। ସେହିପରି ଅଜିତ ଯୋଗୀଙ୍କ ଦଳକୁ କେବଳ ୪ରୁ ୮ଟି ଆସନ ମିଳିବାର ସମ୍ଭାବନା ଦେଖାଦେଇଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories