www.samajalive.in
Wednesday, November 19, 2025
18.1 C
Bhubaneswar

ଜନମତ ସର୍ଭେ : ଏନଡିଏ ସରକାର ଗଢ଼ିବା ଥୟ !

ନୂଆଦିଲ୍ଲୀ :୨୦୧୯ ସାଧାରଣ ନିର୍ବାଚନ ଶେଷ ହୋଇଛି। ଏବେ ପଳାଫଳକୁ ଅପେକ୍ଷା। ତେବେ ଚଡାନ୍ତ ପର୍ଯ୍ୟାୟ ନିର୍ବାଚନ ଶେଷ ହେବା ସହିତ ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବା ଜନମତ ସର୍ବେକ୍ଷଣ ରିପୋର୍ଟ ପ୍ରକାଶ ପାଇବାରେ ଲାଗିଛି।
ତେବେ ସମସ୍ତ ସର୍ବେକ୍ଷଣକୁ ଅନୁଧ୍ୟାନ କଲେ ଜଣାଯାଏ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ଗଠନ କରିବା ଥୟ ହୋଇଛି।
ରିପବ୍ଲିକ ଟିଭି ଏବଂ ସି ଭୋଟର ସର୍ବେକ୍ଷଣ ଅନୁସାରେ ବିଜେପିକୁ ୨୮୭, କଂଗ୍ରେସକୁ ୧୨୮ ଓ ଅନ୍ୟ ମାନଙ୍କୁ ୧୨୭ ଲୋକସଭା ଆସନ ମିଳିବା ଅନୁମାନ କରାଯାଇଛି।
ସେହିପରି ଟାଇମ୍ସ ନାଓ ଏବଂ ଭିଏମ୍ଆର୍ ସର୍ବେକ୍ଷଣ ଅନୁସାରେ ଏନଡିଏକୁ ୩୦୬ଟି ଲୋକସଭା ଆସନ, କଂଗ୍ରେସକୁ ୧୩୨ ଓ ଅନ୍ୟ ମାନଙ୍କୁ ୧୦୪ ଆସନ ମିଳିବା ଆକଳନ କରାଯାଇଛି।
ଅନ୍ୟପକ୍ଷରେ ଜନକିବାତ୍ର ସର୍ବେକ୍ଷଣ ଅନୁସାରେ ଏନଡିଏକୁ ୩୦୫, କଂଗ୍ରେସକୁ ୧୨୪ ଓ ଅନ୍ୟ ମାନଙ୍କୁ ୧୧୩ ଲୋକସଭା ଆସନ ମିଳିବା ଅନୁମାନ କରାଯାଇଛି।
ସୁଦର୍ଶନ ଟିଭିର ସର୍ବେକ୍ଷଣ ଅନୁସାରେ ଏନଡିଏକୁ ୩୧୩ ଟି ଲୋକସଭା ଆସନ , କଂଗ୍ରେସକୁ ୧୨୧ ଓ ଅନ୍ୟ ମାନଙ୍କୁ ୧୦୯ ଆସନ ମିଳିବା ଆକଳନ କରାଯାଇଛି।
ସେହିପରି ସୁବର୍ଣ୍ଣା ନ୍ୟୁଜର ସର୍ବେକ୍ଷଣ ଅନୁସାରେ ଏନଡିଏକୁ ୨୯୫- ୩୧୫, କଂଗ୍ରେସକୁ ୧୨୨-୧୨୮ ଓ ଅନ୍ୟ ମାନଙ୍କୁ ୧୦୨-୧୨୫ ଲୋକସଭା ଆସନ ମିଳିବା ଅନୁମାନ କରାଯାଇଛି।

ମୋଟାମୋଟି ଭାବେ ପ୍ରତ୍ୟେକ ସର୍ବେକ୍ଷଣ ସଂସ୍ଥାର ରିପୋର୍ଟ ଅନୁସାରେ ଏନଡିଏକୁ ବହୁମତ ମିଳିବାର ସମ୍ଭାବନା ରହିଛି। ଅର୍ଥାତ ଏନଡିଏ ସରକାର ଗଠନ କରିବା ପ୍ରାୟ ଥୟ ହୋଇଛି ।

- Advertisement -

 

Hot this week

ବାବା ସିଦ୍ଦିକି ହତ୍ୟା ମାମଲା: ଅନ୍‌ମୋଲ୍‌ ଭାରତ ପ୍ରତ୍ୟର୍ପିତ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବ ସିଦ୍ଦିକିଙ୍କ ହତ୍ୟା ମାମଲାରେ ସମ୍ପୃକ୍ତ...

ଅଲ୍‌ ଫଲାହ ପ୍ରତିଷ୍ଠାତା ଗିରଫ

ନୂଆଦିଲ୍ଲୀ: ହ୍ବାଇଟ କଲାର ଟେରର ମଡ୍ୟୁଲ ଓ ଦିଲ୍ଲୀ ଲାଲକିଲା ବିସ୍ଫୋରଣ...

ନୀତିଶଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆସନ୍ତା ୨୦ରେ ନୀତିଶ କୁମାରଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ...

ଦ୍ବିତୀୟ ଟେଷ୍ଟରୁ ବାଦ୍‌ ପଡ଼ିପାରନ୍ତି ଗିଲ୍‌ : ନୀତୀଶଙ୍କୁ ମିଳିପାରେ ସୁଯୋଗ

ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ କ୍ରିକେଟ...

୩ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ ତାପମାତ୍ରା

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇବାରୁ ପାହାଡ଼ିଆ...

Related Articles

Popular Categories