www.samajalive.in
Friday, December 5, 2025
26.1 C
Bhubaneswar

ଏକ୍‌‌ଜିଟ ପୋଲ ସର୍ବେକ୍ଷଣକୁ ନେଇ ଏଭଳି ପ୍ରତିକ୍ରିୟା ଦେଲେ ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ: ଦେଶରେ ସାଧାରଣ ନିର୍ବାଚନ ସରିବା ପରେ ଆସନ୍ତା ୪ ତାରିଖରେ ଭୋଟ ଗଣତି ହେବ। ଏହା ପୂର୍ବରୁ ୧ତାରିଖ ସନ୍ଧ୍ୟାରେ ବିଭିନ୍ନ ଜାତୀୟ ଗଣମାଧ୍ୟମଗୁଡ଼ିକ ପକ୍ଷରୁ ହୋଇଥିବା ଏକ୍‌‌ଜିଟ ପୋଲ ସର୍ବେକ୍ଷଣ ସଂକ୍ରାନ୍ତ ରିପୋର୍ଟ ପ୍ରକାଶ ପାଇଛି। ଏଥିରେ ଏନଡିଏ(ଜାତୀୟ ଗଣତାନ୍ତ୍ରିକ ମେଣ୍ଟ) ୩ୟ ଥର କେନ୍ଦ୍ରରେ ସରକାର ଗଠନ କରିବ ବୋଲି କୁହାଯାଇଛି। ମାତ୍ର ଏହି ରିପୋର୍ଟକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ରାଜନୈତିକ ବିଶ୍ଳେଷକ ପ୍ରଶାନ୍ତ କିଶୋର। ସେ ସାମାଜିକ ଗଣମାଧ୍ୟମ ଏକ୍ସ’ରେ ଏକ ପୋଷ୍ଟ କରି ନିଜର ପ୍ରତିକ୍ରିୟା ଦର୍ଶାଇଛନ୍ତି।

- Advertisement -

ପ୍ରଶାନ୍ତ ଦେଶର ଜନତାଙ୍କୁ ଏଭଳି ଏକ୍‌‌ଜିଟ ପୋଲ ସର୍ବେକ୍ଷଣ ଫଳାଫଳରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି। ସେ ଏହାକୁ ଅଦରକାରୀ ବୋଲି ଦର୍ଶାଇବା ସହିତ ନିର୍ବାଚନ ସମୟରେ ନକଲି ସାମ୍ବାଦିକ, ବାହାଦୁରି ମାରୁଥିବା ରାଜନେତା ଏବଂ ଆତ୍ମଘୋଷିତ ବିଶେଷଜ୍ଞମାନଙ୍କ ଦ୍ୱାରା ବିଶ୍ଳେଷଣ କରାଯାଇ ଏକ୍‌‌ଜିଟ ପୋଲ୍‌‌ ସର୍ବେକ୍ଷଣ ଫଳାଫଳ ପ୍ରକାଶ କରାଯାଇଛି ବୋଲି କହିଛନ୍ତି। ଏହି ଏକ୍‌‌ଜିଟ ପୋଲ ଉପରେ ବିଶ୍ୱାସ କରି ନିଜର ବହୁମୂଲ୍ୟ ସମୟ ନଷ୍ଟ ନ କରିବାକୁ ସେ ନିଜ ପୋଷ୍ଟ ଜରିଆରେ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories