ଅବକାରୀ ଚଢାଉ : ୩ହଜାର ଲିଟର ପୋଚ ନଷ୍ଟ

ଗୁରୁଡିଝାଟିଆ : ଖୁଣ୍ଟୁଣୀ ବନାଞ୍ଚଳର ବଣିଆବନ୍ଧ ସଂରକ୍ଷିତ ଜଙ୍ଗଲର ଝରଣାକୂଳ ଓ କଅଁସର ଓ ଡାଳୁଆ ଆଦି ଜଙ୍ଗଲ ପାର୍ଶ୍ବବର୍ତ୍ତି ଅଞ୍ଚଳ ପାଲଟିଛି ଚୋରା ଦେଶୀମଦ ରନ୍ଧନର ଏନ୍ତୁଡିଶାଳ। ଦୂଷିତ ପାଣି , ପୋଚ ଆଦି ପିଇ ବନ୍ୟପ୍ରାଣୀ ଅନେକ ସମୟରେ ଅସୁସ୍ଥ ହୋଇଥାନ୍ତି । ଏପରିକି ମଦରନ୍ଧା ସମୟରେ ଜଙ୍ଗଲ କଟାଯାଇ କାଠକୁ ଜାଳେଣି ରୂପେ ବ୍ୟବହାର କରାଯାଏ । ଏହି ଚୋରା କାରବାର ବର୍ଷବର୍ଷ ଧରି ଚାଲୁଅଛି । ଅବକାରୀ ବିଭାଗ,ବନବିଭାଗ ଓ ସ୍ଥାନୀୟ ପୁଲିସର କିଛି ଅସାଧୁ କର୍ମଚାରୀଙ୍କ ପାଇଁ ଦେଶୀଚୋରା ମଦ କାରବାର ବଢିଚାଲିଛି । ବନ୍ଦ ହେବାର ନା ଧରୁନାହିଁ ବୋଲି ସାଧାରଣରେ ବାରମ୍ବାର ଅଭିଯୋଗ ହୋଇଆସୁଛି ।

prayash

ରବିବାର ଅବକାରୀ, ଖୁଣ୍ଟୁଣୀ ଓ ବନବିଭାଗର ମିଳିତ ଚଢାଉ ଅନୁଷ୍ଠିତ ହୋଇଥିଲା। ଏଥିରେ ୧ଶହ ବ୍ୟାରେଲ ପୋଚ ନଷ୍ଟ କରାଯାଇଥିଲା ଯାହାକି ୩ହଜାର ଲିଟର ହେବ ବୋଲି ଅବକାରୀ ବିଭାଗ ସୁତ୍ରରୁ ଜଣାଯାଏ। ଅବକାରୀ ନିରୀକ୍ଷକ କେଶବ ଚନ୍ଦ୍ର ଦାସ, ଖୁଣ୍ଟୁଣୀ ବନାଞ୍ଚଳ ଅଧିକାରୀ ନୀଳମାଧବ ସାହୁ, ଖୁଣ୍ଟୁଣୀ ପୋଲିସର ସହକାରୀ ନିରୀକ୍ଷକ ଭିକାରୀ ଚରଣ ସାହୁ ଓ କର୍ମଚାରୀମାନେ ଚଢାଉରେ ଅଂଶଗ୍ରହଣ କରିଥିଲେ । ହେଲେ କୌଣସି ଚୋରା ମଦ ରନ୍ଧନକାରୀଙ୍କୁ ଗିରଫ ନକରିପାରିବା ପଛରେ ଘର ଢିଙ୍କି କୁମ୍ଭୀରଙ୍କ ଭୂମିକା ରହିଛି ବୋଲି ସାଧାରଣରେ ଆଲୋଚିତ ହେଉଛି ।

Comments are closed.