www.samajalive.in
Wednesday, December 10, 2025
17.1 C
Bhubaneswar

ବିପୁଳ ପରିମାଣର ଦେଶୀ ମଦ ଓ ଗୁଡ଼ ପୋଚ ଜବତ, ୩ ଗିରଫ

ଧାମନଗର: ଭଦ୍ରକ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଧାମନଗର ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରହଲ୍ଲାଦ ସାମଲ ଓ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ଵାରା ଆଜି ଧୁଷୁରୀ ଥାନା ଅନ୍ତର୍ଗତ ମଙ୍ଗଳପୁର ଗ୍ରାମଦେଇ ଯାଇଥିବା କପାଳି ନଦୀକୂଳରେ ଚାଲିଥିବା ବେଆଇନ ଦେଶୀ ମଦ ପ୍ରସ୍ତୁତି କାରଖାନା ଉପରେ ଚଢ଼ାଉ କରାଯାଇ ୯୦ ଲିଟର ଦେଶୀ ମଦ , ୧ ହଜାର ଲିଟର ଗୁଡ଼ ପୋଚ ଓ ମଦ ତିଆରି ସରଞ୍ଜାମ ଜବତ କରାଯିବା ସହିତ ମଙ୍ଗଳପୁର ଗ୍ରାମର ରଞ୍ଜନ ମଳିକ ଓ ଅର୍ଜୁନ ମଳିକଙ୍କୁ ଗିରଫ କରାଯାଇଛି ।
ସେହିପରି ଧୁଷୁରୀ ଥାନା ବୟାଙ୍ଗଡ଼ିହି ପଞ୍ଚାୟତ ଅନ୍ତର୍ଗତ ସୟଦଜାଫର ଗ୍ରାମରେ ଅବକାରୀ ବିଭାଗ ଦ୍ଵାରା ଚଢ଼ାଉ କରାଯାଇ ୪୦ ଲିଟର ଦେଶୀ ମଦ ଜବତ କରାଯିବା ସହିତ ସୟଦ ଜାଫର ଗ୍ରାମର ବଳରାମ ମଳିକଙ୍କୁ ଗିରଫ କରାଯାଇଛି । ଧାମନଗର ଅବକାରୀ ଥାନା ପକ୍ଷରୁ ହୋଇଥିବା ଏହି ଚଢ଼ାଉରେ ମୋଟ ୧୩୦ ଲିଟର ଦେଶୀ ମଦ ଓ ୧ହଜାର ଲିଟର ଗୁଡ଼ ପୋଚ ଏବଂ ମଦ ତିଆରିରେ ବ୍ୟବହୃତ ସରଞ୍ଜାମ ଜବତ କରାଯିବା ସହିତ ମୋଟ ୩ ଜଣଙ୍କୁ ଗିରଫ କରାଯାଇଥିବା ଅବକାରୀ ବିଭାଗ ଦ୍ଵାରା ସୂଚନା ମିଳିଛି। ଜବତ ହୋଇଥିବା ଦେଶୀ ମଦ, ଗୁଡ଼ପୋଚ ଓ ମଦ ତିଆରି ସରଞ୍ଜାମର ଆନୁମାନିକ ମୂଲ୍ୟ ୧ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି । ଏହି ଚଢାଉରେ ଏ.ଏସ୍‌.ଆଇ ପୁରୁଷୋତ୍ତମ ମଲ୍ଲିକ, କନେଷ୍ଟବଳ ପ୍ରଦୀପ ମଲ୍ଲିକ, ଅଜିତ କୁମାର ସିଙ୍କୁ, ରମେଶ ନାୟକ, ଅନବାଦିତ୍ୟ ବାରିକ, ଶିବପ୍ରସାଦ ସାହୁ, ସନ୍ଧ୍ୟାରାଣୀ ସେନାପତି, ଜେନାମଣି ଜାମୁଡା ପ୍ରମୁଖ ସାମିଲ ଥିଲେ । ଏନେଇ ଧାମନଗର ଅବକାରୀ ଥାନା ପକ୍ଷରୁ ୩ ଗୋଟି ମାମଲା ରୁଜ୍ଜୁ କରାଯାଇଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories