କୋରଙ୍ଗା ଓ ଡାଳୁଆରେ ଅବକାରୀ ଚଢଉ ; ବିପୁଳ ପରିମାଣର ମଦ ଓ ପୋଚ ଜବତ

ଆଠଗଡ :  କଟକ ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଆଠଗଡ ଅବକାରୀ ଏବଂ କଟକ ଅବକାରୀ ଭ୍ରାମ୍ୟମାଣ ସ୍କ୍ବାର୍ଡ ରବିବାର ଆଠଗଡ ଥାନା ଅନ୍ତର୍ଗତ କୋରଙ୍ଗା ଏବଂ ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଡାଳୁଆ ଗ୍ରାମାଞ୍ଚଳରେ ଚଢଉ କରି ବିପୁଳ ପରିମାଣର ମଦ ଓ ଗୁଡପୋଚ ଜବତ କରିଥିବା ଜଣାପଡିଛି । ଆଠଗଡ ଅବକାରୀ ନିରୀକ୍ଷକ କେଶବ ଚନ୍ଦ୍ର ଦାସଙ୍କ ନେତୃତ୍ୱରେ ବହୁ ଅବକାରୀ ଅଧିକାରୀ ଓ କର୍ମଚାରୀ ମଦ ପ୍ରସ୍ତୁତି ଓ ଚାଲାଣ ପାଇଁ କୁଖ୍ୟାତ କୋରଙ୍ଗା ଗ୍ରାମର ଚାଷଜମି ଓ ବୁଦାଜଙ୍ଗଲ ମଧ୍ୟରେ ଚାଲିଥିବା ଏକାଧିକ ବେଆଇନ ମଦଭାଟି ଉପରେ ଚଢାଉ କରାଯାଇଥିଲା।

prayash

ପରେ ପରେ ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଡାଳୁଆ ଗ୍ରାମ ନିକଟବର୍ତ୍ତୀ ସଂରକ୍ଷିତ ଜଙ୍ଗଲ ଓ ନାଳ କଡରେ ଏକାଧିକ ବେଆଇନ ମଦଭାଟି ଉପରେ ମଧ୍ୟ ଚଢଉ କରାଯାଇଥିଲା। ଉଭୟ ସ୍ଥାନରୁ ମୋଟ ୫୬୦ଲିଟର ସଦ୍ୟ ପ୍ରସ୍ତୁତ ଦେଶୀମଦ ଏବଂ ମଦପ୍ରସ୍ତୁତି ପାଇଁ ଗଚ୍ଛିତ ୫୫୬୫ଲିଟର ଗୁଡପୋଚ ଜବତ କରାଯାଇଥିଲା। ଏଥିରେ ସଂପୃକ୍ତ ମଦ ମାଫିଆ ଦୂରରୁ ଅବକାରୀ ଗାଡି ଦେଖି ଚମ୍ପଟ ମାରିଥିବାରୁ କାହାରିକୁ ଗିରଫ କରାଯାଇ ପାରିନଥିଲା । ତେବେ ଫେରାର ମଦ ମାଫିଆଙ୍କ ବିରୋଧରେ ୩ଟି ମାମଲା ରୁଜୁ କରାଯାଇଥିବା ଜଣାପଡିଛି । ଆଠଗଡ ଅବକାରୀ ଉପନିରୀକ୍ଷକ ବିଜୟ କୁମାର ଭଞ୍ଜ, ଅବକାରୀ ଭ୍ରାମ୍ୟମାଣ ସ୍କ୍ବାର୍ଡର ଉପନିରୀକ୍ଷକ ଦୁର୍ଯ୍ୟୋଧନ ଦିଗଲ, ନରସିଂହ ଭାରପ୍ରାପ୍ତ ଅବକାରୀ ଅଧିକାରୀ ଦେବାନନ୍ଦ ଭୂୟାଁ ଓ ସହକାରୀ ଉପନିରୀକ୍ଷକ ପଙ୍କଜ କଅଁର ପ୍ରମୁଖଙ୍କ ସମେତ ବହୁ ଅବକାରୀ କର୍ମଚାରୀ ଏହି ଚଢଉରେ ଅଂଶଗ୍ରହଣ କରିଥିଲେ।

kalyan agarbati

Comments are closed.