www.samajalive.in
Monday, December 15, 2025
17.1 C
Bhubaneswar

ଭିରୁଡା ଅଞ୍ଚଳରେ ଲଗାତର ଅବକାରୀ ଚଢାଉ, ୧୨୨୫ ଲିଟର ମଦ ଓ ୧୧୫୮୫ ଲିଟର ପୋଚ ଜବତ

ଆଠଗଡ/ତିଗିରିଆ : କଟକ ଜିଲ୍ଲା ଅବକାରୀ ଅଧିକ୍ଷକ କରୁଣା ଶଙ୍କର ତିୱାରୀ ଓ ଜିଲ୍ଲା ଗ୍ରାମାଞ୍ଚଳ ଏସପି ପ୍ରତୀକ ସିଂହଙ୍କ  ନିର୍ଦେଶକ୍ରମେ ତିଗିରିଆ ଥାନା ଅନ୍ତର୍ଗତ ଭିରୁଡା ଅଞ୍ଚଳରେ ଲଗାତାର ଧରି ଚଢାଉ କରାଯାଇ ବିପୁଳ ପରିମାଣର ମଦ ଓ ଗୁଡ ପୋଚ ଜବତ କରାଯାଇଛି । ତିଗିରିଆ ଥାନା ଅନ୍ତର୍ଗତ ଭିରୁଡା ଓ ପଣସ ପାଟଣା, ଆଠଗଡ ଥାନା ଅନ୍ତର୍ଗତ କୋରଙ୍ଗା, ଖୁଣ୍ଟୁଣୀ ଥାନା ଅଧିନ ଡାଳୁଆ ଜଙ୍ଗଲ ଅଞ୍ଚଳରେ ଚୋରା ଦେଶୀ ମଦ ପ୍ରସ୍ତୁତି ସହିତ କଟକ, ଭୁବନେଶ୍ବର, ଖୋର୍ଦ୍ଧା, ଜଗତପୁର, ଚୌଦ୍ଵାର ଆଦି ବିଭିନ୍ନ ସହରାଞ୍ଚଳକୁ ଚୋରା ଚାଲାଣ କାରବାର କୂଟୀର ଶିଳ୍ପରେ ପରିଣତ ହୋଇଛି । ତେବେ ପ୍ରତୀକ ସିଂହ କଟକ ଗ୍ରାମାଞ୍ଚଳ ଏସପି ଭାବେ ଯୋଗ ଦେବା ପରଠାରୁ ଏହି ମଦ ପ୍ରସ୍ତୁତି ଆଡ୍ଡା ଉପରେ ପୁଲିସର ଚଢାଉ ବେଶ୍ ପ୍ରଭାବ ପକାଇଥିବା ପରିଲକ୍ଷିତ ହୋଇଛି । ସୋମବାର ପରେ ପୁଣି ମଙ୍ଗଳବାର ଦୁଇଦିନ ଧରି ଭିରୁଡା, ପଣସପାଟଣା ଓ ଭେଜିଆ ଅଞ୍ଚଳରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୁଲିସ ଏବଂ ଆଠଗଡ, କଟକ, ନରସିଂହପୁର, ବାଙ୍କୀ, ଚୌଦ୍ଵାର ଅବକାରୀ ବିଭାଗ ପକ୍ଷରୁ ମିଳିତ ଚଢାଉ କରାଯାଇଛି । ଚଢାଉ ବେଳେ ବିଭିନ୍ନ ସ୍ଥାନରେ ଚାଲାଣ ପାଇଁ ଲୁଚାଇ ରଖାଯାଇଥିବା ସଦ୍ୟ ପ୍ରସ୍ତୁତ ୧୨୨୫ ଲିଟର ମଦ ଓ ମଦ ପ୍ରସ୍ତୁତି ପାଇଁ ଗଚ୍ଛିତ ୧୧୫୮୫ ଲିଟର ଗୁଡ ମିଶ୍ରିତ ପୋଚ ଜବତ କରାଯାଇ ଘଟଣାସ୍ଥଳରେ ନଷ୍ଟ କରାଯାଇଥିଲା । ଏହି ଚଢାଉରେ ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ ଅଶୋକ କୁମାର ସ୍ବାଇଁ, ଆଠଗଡ ଅବକାରୀ ନିରୀକ୍ଷକ ରବିନାରାୟଣ ପ୍ରଧାନ, ତିଗିରିଆ ଥାନା ଆଇଆଇସି ସମରେନ୍ଦ୍ର ପାଇକରାୟ, ଅବକାରୀ ଉପନିରୀକ୍ଷକ ଅରୁଣ କୁମାର ଭୋଇ, ବାଙ୍କୀ ଅବକାରୀ ଉପନିରୀକ୍ଷକ ସୌମ୍ୟରଞ୍ଜନ ମାଝି, ଚୌଦ୍ଵାର ଉପନିରୀକ୍ଷକ ବାପି ସାହୁଙ୍କ ସମେତ ବହୁ ଅବକାରୀ କର୍ମଚାରୀ ଅଂଶଗ୍ରହଣ କରିଥିଲେ ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories