www.samajalive.in
Sunday, December 14, 2025
19.1 C
Bhubaneswar

ଏବେ ସଫଳତାର ଶୀର୍ଷରେ ଆମ ଯୁବପିଢ଼ି – ମୋଦୀ

ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଆମେ ଯେଉଁ ମଡେଲ ଗ୍ରହଣ କରିଛୁ, ସେଥିରେ ସଂଚୟ ହେଉଛି, ଲୋକଙ୍କ ପାଇଁ ଖର୍ଚ୍ଚ ହେଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ୨୦୧୩-୧୪ରେ କେବଳ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଟିକସମୁକ୍ତ ଥିବା ବେଳେ ଆଜି ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଟିକସମୁକ୍ତ ରହିଛି। ୨୦୧୪ରୁ ଦେଶର ଯୁବବର୍ଗଙ୍କ ଆକାଂକ୍ଷା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ଫଳରେ ଆମ ଯୁବପିଢ଼ି ଏବେ ପ୍ରତ୍ୟେକ କ୍ଷେତ୍ରରେ ସଫଳତାର ଶୀର୍ଷରେ ପହଂଚୁଛନ୍ତି।

ସେ କହିଛନ୍ତି, ରାଷ୍ଟ୍ରପତିଙ୍କ ସମ୍ବୋଧନ ବିକଶିତ ଭାରତର ସଂକଳ୍ପକୁ ଦୃଢ଼ତା ଦେବା, ନୂଆ ବିଶ୍ୱାସ ତିଆରି କରିବା ଏବଂ ଜନସାଧାରଣକୁ ପ୍ରେରିତ କରିବାକୁ ସାହାଯ୍ୟ କରିଛି। ସେ କହିଛନ୍ତି, ଆମେ ଗରିବଙ୍କୁ ମିଥ୍ୟା ପ୍ରତିଶୃତି ଦେଇନୁ, ବରଂ ବିକାଶ ଦେଇଛୁ। ଗରିବଙ୍କ ଦୁଃଖ, ସାଧାରଣ ମାନବର ସମସ୍ୟା, ମଧ୍ୟମ ବର୍ଗର ସ୍ୱପ୍ନକୁ ଏମିତି ବୁଝାଯାଏ ନାହିଁ ବୋଲି ସେ କହିଛନ୍ତି। ଏସବୁ ବୁଝିବା ଓ ଅନୁଭବ କରିବା ପାଇଁ ସେତିକି ଆଗ୍ରହ ଆବଶ୍ୟକ।

- Advertisement -

ସଂସଦର ମିଳିତ ଅଧିବେଶନକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନାର ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତର ଦେବା ଅବସରରେ ଏହା କହିଚାହଁନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ପ୍ରଥମରୁ ହିଁ ନାମ ନ ନେଇ କଂଗ୍ରେସକୁ ସମାଲୋଚନା କରିବା ଆରମ୍ଭ କରିଥିଲେ। ସେ କହିଥିଲେ ଯେ ରାଷ୍ଟ୍ରପତି ନିଜ ଅଭିଭାଷଣରେ ଆସନ୍ତା ୨୫ ବର୍ଷର ବିକାଶର ବାର୍ତ୍ତା ଦେଇଥିଲେ। ବିରୋଧୀ କଂଗ୍ରେସର ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ‘ବୋରିଂ’ ପ୍ରସଙ୍ଗକୁ ସମାଲୋଚନା କରି ଶ୍ରୀ ମୋଦୀ କହିଛନ୍ତି ଯେ ସେମାନଙ୍କୁ ଦେଶବାସୀଙ୍କ ବିକାଶର କଥା ସବୁବେଳେ ବୋରିଂ ଲାଗେ।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories