www.samajalive.in
Monday, December 15, 2025
26.1 C
Bhubaneswar

ଶଯ୍ୟାରେ ପରୀକ୍ଷା ଦେଲେ ରୋଗୀ ଛାତ୍ରୀ

ଯେ କୌଣସି ପରିସ୍ଥିତିକୁ ଲଢ଼ି ଆଗକୁ ବଢ଼ିବା ହିଁ ସାହସିକତାର ପରିଚୟ। ଏହି କଥାକୁ ପ୍ରମାଣିତ କରିଛନ୍ତି ଜଲନ୍ଧରନିବାସୀ ଦଶମଶ୍ରେଣୀ ଛାତ୍ରୀ ଖୁସି। ସ୍ଥାନୀୟ ବିଦ୍ୟାଳୟରେ ପଢ଼ୁଥିବା ଖୁସି ଜାନୁଆରୀ ଶେଷ ସପ୍ତାହରେ ବିଦ୍ୟାଳୟର ଚତୁର୍ଥ ମହଲାରୁ ଖସିପଡ଼ିଥିଲେ। ସ୍ପାଇନାଲ୍ ଜଖମ କାରଣରୁ ଦେଢ଼ ମାସ ହେଲାଣି ସେ ଚିକିତ୍ସିତ ହେଉଛନ୍ତି।

ପରିବାର ଲୋକେ ଚାହୁଁଥିଲେ ଖୁସି ଆସନ୍ତା ବର୍ଷ ପରୀକ୍ଷା ଦେବ। ହେଲେ ମେଧାବୀ ଛାତ୍ରୀ ଖୁସିର ଜିଦ୍ ଥିଲା ଯେପରି ହେଉ ସେ ଏହି ବର୍ଷ ହିଁ ପରୀକ୍ଷା ଦେଇ ଭଲ ନମ୍ବର ରଖି ଉତ୍ତୀର୍ଣ୍ଣ ହେବ। ଏଥିପାଇଁ ବିଦ୍ୟାଳୟ କର୍ତ୍ତୃପକ୍ଷ ପୂର୍ଣ୍ଣ ସମର୍ଥନ ଓ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଲେ। ଝିଅର ଜିଦ୍ ସମ୍ମୁଖରେ ଶେଷରେ ବାପା-ମା’ ମଧ୍ୟ ସମ୍ମତି ଜଣାଇଲେ।

- Advertisement -

ଖୁସିର ଶରୀର ଭୀଷଣ ଭାବେ ଆଘାତ ପ୍ରାପ୍ତ ହୋଇଥିବାରୁ ସେ ନିଜେ ଲେଖିବା ଏତେଟା ସହଜ ନଥିଲା। ଏଣୁ ଖୁସିଙ୍କ ପାଇଁ ତାଙ୍କ ମା’ ପରୀକ୍ଷା ଖାତାରେ ଲେଖିବେ ବୋଲି ବିଦ୍ୟାଳୟ କର୍ତ୍ତୃପକ୍ଷ ଅନୁମତି ଦେଲେ। ପରୀକ୍ଷା ଦିନ ଯଥା ସମୟରେ ଷ୍ଟ୍ରେଚର ସହାୟତାରେ ଖୁସି ଓ ତାଙ୍କ ମା’ ଆମ୍ବୁଲାନ୍ସରେ ଆସି ପହଞ୍ଚିଥିଲେ।

ବିଦ୍ୟାଳୟର ଲାବୋରେଟୋରୀ କକ୍ଷରେ ଖୁସିଙ୍କ ନିମନ୍ତେ ବିଶେଷ ବନ୍ଦୋବସ୍ତ କରାଯାଇଥିଲା। ଷ୍ଟ୍ରେଚରରେ ଶୋଇ ରହି ସେ ପ୍ରଶ୍ନ ଶୁଣୁଥିଲେ। ପରେ ଉତ୍ତର ମା’ଙ୍କୁ ପରୀକ୍ଷା ଖାତାରେ ଡାକିଥିଲେ। ପରୀକ୍ଷା ଦେବା ପରେ ଖୁବ୍ ଆତ୍ମସନ୍ତୋଷ ଲାଗୁଥିବାର କହିଛନ୍ତି ଖୁସି। ବିଦ୍ୟାଳୟର ଅଧ୍ୟକ୍ଷ ଗଣମାଧ୍ୟମକୁ ଜଣାଇଛନ୍ତି ଯେ ଖୁସିଙ୍କ ଏହି ପଦକ୍ଷେପରେ ସେମାନେ ସମସ୍ତେ ଗର୍ବିତ। ପ୍ରତି କଠିନ ପରିସ୍ଥିତିର ସରଳ ସମାଧାନ ରହିଛି, ଏହା ପ୍ରମାଣିତ କରିଛନ୍ତି ଦଶମଶ୍ରେଣୀ ଛାତ୍ରୀ ଖୁସି।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories