ନୂଆଦିଲ୍ଲୀ : ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବେ ନୂଆ ପାକିସ୍ତାନ କଥା ରଟି ହେଉଛନ୍ତି। ହେଲେ ପାକିସ୍ତାନ ପୂର୍ବତନ ରାଷ୍ଟ୍ରପତି ଆସିଫ ଅଲି ଜର୍ଦାରୀ ସତ କଥା କହି ଇମ୍ରାନଙ୍କ ମୁଖା ଖୋଲି ଦେଇଛନ୍ତି। ଜର୍ଦାରୀ ବୁଧବାର ଏକ ସମ୍ବାଦିକ ସମ୍ମିଳନୀରେ ଇମ୍ରାନଙ୍କ ପ୍ରଶ୍ନ କରିଛନ୍ତି। ବିଶ୍ୱରେ ଆମର ବିଦେଶ ବନ୍ଧୁ କି’ଏ ?। ଭାରତ ସହ ଯୁଦ୍ଧ ପରିସ୍ଥିତି ନେଇ ଜର୍ଦାରୀ କହିଛନ୍ତି ଯେ ଏବେ ପାକିସ୍ତାନ ବିଶ୍ୱ ସମୁଦାୟରେ ଏକୁଟିଆ ହୋଇଯାଇଛି ଓ ଏହା ସ୍ପଷ୍ଟ ଦେଖାଯାଉଛି। ଯଦି ଇମ୍ରାନଙ୍କୁ ଦେଖାଯାଉନି ତେବେ ମୁଁ ଦେଖାଇଦେଉଛି। ବିଶ୍ୱର ବିଭିନ୍ନ ଦେଶରେ ପାକିସ୍ତାନର ରାଷ୍ଟ୍ରଦୂତ ଓ ଉଚ୍ଚାୟୁକ୍ତ ଅଛନ୍ତି। ହେଲେ ପାକିସ୍ତାନର କେହି ଜଣେ ବି ବନ୍ଧୁ ନାହାନ୍ତି। ପରୋକ୍ଷରେ ସେ ଆତଙ୍କବାଦୀ ହାଫିଜ ସୟିଦ ଏବଂ ମସୁଦ ଆଝାରଙ୍କୁ ପ୍ରସୟ ଦେଉଥିବା ଇମ୍ରାନଙ୍କୁ କଟାକ୍ଷ କରିଛନ୍ତି। ତମକୁ ପଛପଟୁ ମୁସଲମାନ ଦେଶରୁ ଟିକିଏ ସମର୍ଥନ ଯୋଗାଇ ଦିଆଯାଉଛି। ହେଲେ ତାହା ଅନ୍ତର୍ଜାତୀୟ ସମର୍ଥନ ନୁହେଁ ବୋଲି ବୁଝିବା ଆବଶ୍ୟକ।
ଉଲ୍ଲେଖଯୋଗ୍ୟ ଯେ ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ଅନ୍ତର୍ଜାତୀୟ ଚାପରେ ପାକିସ୍ତାନ ଦବିଯାଇଛି। ଆତଙ୍କବାଦୀଙ୍କ ପାଇଁ ସ୍ୱର୍ଗ ପାଲଟିଥିବା ପାକିସ୍ତାନ ଏବେ ବିଶ୍ୱରେ ବଦନାମ ହୋଇଯାଇଛି। ଅନ୍ତର୍ଜାତୀୟ ସ୍ତରରେ ପାକିସ୍ତାନ ଏକ ଘରିଆ ହୋଇପଡ଼ିଛି। ଏଭଳି ସମୟରେ ଜର୍ଦାରୀଙ୍କ ମନ୍ତବ୍ୟ ବହୁ ଗୁରୁତ୍ୱ ବହନ କରୁଛି।
ବିଶ୍ୱ ସମୁଦାୟରେ ପାକିସ୍ତାନର କେହି ବନ୍ଧୁ ନାହାନ୍ତି: ଆସିଫ ଅଲି ଜର୍ଦାରୀ
Popular Categories



