www.samajalive.in
Sunday, December 7, 2025
18.1 C
Bhubaneswar

ଜେଲ୍ ଗଲେ ଅନୁପ ସାଏ

ଭୁବନେଶ୍ବର/ ରାୟପୁର  : ଅବୈଧ ସଂପର୍କ ରଖିବା ପରେ ବାହା ହେବାକୁ ମନା କରି କଳ୍ପନା ଦାଶ ଓ ତାଙ୍କ ନାବାଳିକା ଝିଅ ବବଲି ଦାଶଙ୍କୁ ହତ୍ୟା ଅଭିଯୋଗରେ ଜେଲ୍ ଯାଇଛନ୍ତି ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏ। ଗତକାଲି ଅନୁପ ସାଏଙ୍କୁ ଗିରଫ କରିଥିଲା ଛତିଶଗଡ଼ର ରାୟଗଡ଼ ପୁଲିସ। ଏହା ପରେ ପୁଲିସ ଅନୁପଙ୍କୁ ହତ୍ୟା ଘଟଣା ସମ୍ପର୍କରେ ଜେରା କରିବା ପରେ ସତ ସାମ୍ନାକୁ ଆସିଥିଲା ଏବଂ ସତ ମାନିଥିଲେ ପୂର୍ବତନ ବିଧାୟକ ଅନୁପ ସାଏ। ଶୁକ୍ରବାର ଏନେଇ ରାୟଗଡ ଏସ୍‌ପି ସନ୍ତୋଷ ସିଂହ ଏକ ସାମ୍ବାଦିକ ସମ୍ମିଳନୀରେ ଅନୁପଙ୍କୁ ହାଜର କରି ଘଟଣାକୁ ସାମ୍ନାକୁ ଆଣିଥିଲେ। ରାୟଗଡ ପୁଲିସ ସାମ୍ବାଦିକ ସମ୍ମିଳନୀ ଅନୁପ ସାଏଙ୍କ କୋର୍ଟ ଚାଲାଣ କରିଥିଲେ। ରାୟଗଡ କୋର୍ଟ ତାଙ୍କ ଜାମିନ ଆବେଦନ ଖାରଜ କରିଦେବା ପରେ ଜେଲ ଯାଇଛନ୍ତି ବହୁ ଚର୍ଚିତ କଳ୍ପନା ଦାସ ଏବଂ ତାଙ୍କ ନାବାଳିକା ଝିଅ ହତ୍ୟାକାଣ୍ଡର ଦୋଷୀ ଅନୁପ ସାଏ।

ସୂଚନା ମୁତାବକ, କଳ୍ପନା ୨୦୦୫ରେ ତାଙ୍କ ସ୍ବାମୀଙ୍କୁ ଛାଡ଼ପତ୍ର ଦେଇଥିଲେ। ପରେ ୨୦୧୧ରେ ସେ ଅନୁପଙ୍କ ସମ୍ପର୍କରେ ଆସି ତାଙ୍କ ସହିତ ରହୁଥିଲେ। ଅନୁପ ଭୁବନେଶ୍ଵରର ସୁନ୍ଦରପଦାରେ ଫ୍ଲାଟ କିଣି ସେଠାରେ କଳ୍ପନା ଓ ତାଙ୍କ ଝିଅକୁ ରଖିଥିଲେ। ଉଭୟେ ସେଠାରେ ସ୍ବାମୀ-ସ୍ତ୍ରୀ ଭଳି ରହୁଥିଲେ। ୫ବର୍ଷ ଏକାଠି ରହିବା ପରେ କଳ୍ପନା ଅନୁପଙ୍କୁ ବିବାହ କରିବାକୁ କହିଥିଲେ। କିନ୍ତୁ ଅନୁପଙ୍କ ପରିବାର ଥିବାରୁ ସେ ବିବାହ ପାଇଁ ମନା କରିଥିଲେ, ଯେଉଁଥିପାଇଁ ସେମାନଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା। ଏହା ପରେ ଅନୁପ କଳ୍ପନାଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ। ବିବାହର ପ୍ରଲୋଭନ ଦେଖାଇ ଅନୁପ କଳ୍ପନା ଏବଂ ତାଙ୍କ ଝିଅକୁ ଛତିଶଗଡ଼ ନେଇଥିଲେ। ରାଇଗଡ଼ ନିକଟ ହମିରପୁର ଜଙ୍ଗଲ ପାଖରେ ସେ କଳ୍ପନାଙ୍କୁ ଲୁହା ରଡ୍‌ରେ ପିଟି ପିଟି ହତ୍ୟା କରିଥିଲେ। ଝିଅ ସବୁ ଦେଖିଥିବାରୁ ତାକୁ ମଧ୍ୟ ହତ୍ୟା କରିଥିଲେ। ଏହା ପରେ ମୃତଦେହକୁ ରାସ୍ତାରେ ପକାଇ ନିଜ ବୋଲେରୋ ଚଢ଼ାଇ ଦେଇଥିଲେ। ବାରମ୍ବାର ଗାଡ଼ି ଚଢ଼ାଇବାରୁ ମୃତଦେହ ବିକୃତ ହୋଇଯାଇଥିଲା। ଏଥିରେ ଅନୁପଙ୍କ ବିଶ୍ଵସ୍ତ ଡ୍ରାଇଭର ଏବଂ ଆଉ କେତେଜଣଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି। ଏଥିପାଇଁ ଅନୁପଙ୍କର ନାର୍କୋ ଟେଷ୍ଟ କରାଯିବ ବୋଲି ଏସପି କହିଛନ୍ତି। କଳ୍ପନାଙ୍କ ସହ ଅନୁପ ୫ବର୍ଷ ରହିଥିଲେ। କିନ୍ତୁ ସେ ନିଖୋଜ ହୋଇଥିବା ନେଇ ଥାନାରେ ଅଭିଯୋଗ କରି ନ ଥିଲେ। ଏହି ବଡ଼ ଭୁଲ ତାଙ୍କୁ ଧରାଇଦେଲା ବୋଲି ଏସପି କହିଛନ୍ତି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories