www.samajalive.in
Monday, December 15, 2025
14.1 C
Bhubaneswar

ପ୍ରଥମ ପର୍ଯ୍ୟାୟ: ୧୦ ଜିଲାରେ ମତଦାନ ବେଳେ ଇଭିଏମ୍‌ ମେସିନରେ ତ୍ରୁଟି

ପାଟନା: ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଚାଲିଥିବା ବେଳେ ୧୦ଟି ଜିଲାରେ ଇଭିଏମରେ ତ୍ରୁଟି ଦେଖାଦେଇଛି । ୧୨୧ଟି ଆସନରେ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହା ଜାରି ରହିବ । ବିହାରର ୧୦ଟି ଆସନରେ ଇଲେକ୍ଟ୍ରୋନିକ ଭୋଟିଂ ମେସିନ୍‌ ଖରାପ ହୋଇଛି, ଯାହା ଫଳରେ ଭୋଟ୍‌ ପ୍ରକ୍ରିୟା ସ୍ଥଗିତ ରଖାଯାଇଥିଲା । ନିର୍ବାଚନ କମିଶନ ଏହା ଉପରେ ଦୃଷ୍ଟି ଦେଇଛନ୍ତି ।

ଦାନାପୁର, ମାଧେପୁରେ ଏବଂ ରାଘୋପୁରରେ ଇଭିଏମ୍‌ ଖରାପ ହୋଇଛି । ଦାନାପୁରର ୧୯୬ନମ୍ବର ବୁଥରେ ତ୍ରୁଟି ଯୋଗୁ ମତଦାନ ବାଧାପ୍ରାପ୍ତ ହୋଇଥିଲା । ଅଧଘଣ୍ଟା ପରେ ମତଦାନ ପୁନର୍ବାର ଆରମ୍ଭ ହୋଇଛି । ଇଭିଏମ ଖରାପ ହେବାରୁ ଜନ ଅସନ୍ତୋଷ ବୃଦ୍ଧି ପାଇଛି । ଏହାସହିତ ଭୋଟ ଦେବାକୁ ଆସିଥିବା ଲୋକମାନେ ଲମ୍ବା ଲାଇନରେ ଛିଡା ହୋଇଛନ୍ତି ।

- Advertisement -

ବିହାର ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ବିନୋଦ ସିଂହ ଗୁଞ୍ଜିଆଲ କହିଛନ୍ତି ଯେ କିଛି ଜିଲାରେ ଇଭିଏମ ଖରାପ ହେବାର ରିପୋର୍ଟ ଆସିଛି ଏବଂ ସେଗୁଡିକୁ ତୁରନ୍ତ ବଦଳାଯାଉଛି । ମତଦାନ ଶାନ୍ତିପୂର୍ଣ୍ଣ ଚାଲିଥିବା ସେ କହିଛନ୍ତି । ଲୋକମାନଙ୍କୁ ବହୁ ସଂଖ୍ୟାରେ ବାହାରକୁ ଆସି ସେମାନଙ୍କର ମତଦାନ ସାବ୍ୟସ୍ତ କରିବାକୁ ନିବେଦନ କରିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ।

 

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories