www.samajalive.in
Monday, December 15, 2025
16.1 C
Bhubaneswar

ବିବାହର ପ୍ରଲୋଭନ ଦେଖାଇ ଦୁଷ୍କର୍ମ, ଅଭିଯୁକ୍ତ ଗିରଫ

କଟକ :  ଏକ ଘରୋଇ ସଂସ୍ଥାରେ କାର୍ଯ୍ୟ କରୁଥିବା ଜଣେ ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ଦୁଷ୍କର୍ମ ଅଭିଯୋଗ ହୋଇଛି । ପୀଡ଼ିତା ଜଣକ ଗର୍ଭବତୀ ହେବା ପରେ ବଳପୂର୍ବକ ଗର୍ଭପାତ କରାଇଥିଵା ନେଇ ପୁରୀଘାଟ ଥାନାରେ ଅଭିଯୋଗ ହୋଇଛି l ଏହି ଆଧାରରେ ପୁଲିସ ମାମଲା ରୁଜୁକରି ଘଟଣାର ତଦନ୍ତ ଚଳାଇବା ସହିତ ବୁଧବାର  ଅଭିଯୁକ୍ତକୁ ଗିରଫ କରିଛି l ଅଭିଯୁକ୍ତ ଜଗତସିଂହପୁର ଜିଲା ଅଭୟଚାନ୍ଦପୁର ଥାନା ନୂଆଗାଁର ଲିପୁନ ଖୁଣ୍ଟିଆକୁ ପୁଲିସ୍ ଗିରଫ କରିଛି । ଘଟଣା ଅନୁସାରେ ପିଡ଼ୀତା ଜଣକ ବାଲେଶ୍ବର ଜିଲାର । ସେ କଟକରେ ରହି ଏକ ଘରୋଇ ସଂସ୍ଥାରେ କାମ କରନ୍ତି । ଗତ ୩ ବର୍ଷ ହେବ ଅଭିଯୁକ୍ତ ଲିପୁନ ପିଡ଼ୀତାଙ୍କ ସମ୍ପର୍କରେ ଆସିଥିଲା । ଏହାପରେ ଅଭିଯୁକ୍ତ ବିବାହର ପ୍ରଲୋଭନ ଦେଖାଇ ସମ୍ପର୍କ ଯୋଡ଼ିଥିଲା । ଗତ ୩ ବର୍ଷ ଭିତରେ ଲିପୁନ ପିଡ଼ୀତାଙ୍କୁ ବିଭିନ୍ନ ସ୍ଥାନକୁ ନେଇ ଶାରୀରିକ ସମ୍ପର୍କ ରଖିଥିଲା । ଏହାପରେ ବିବାହ କରିବାକୁ ମନା କରିଦେବାରୁ ପୀଡ଼ିତା ଏନେଇ ପୁରୀଘାଟ ଥାନାରେ ଅଭିଯୋଗ କରିଥିଲେ ।

Hot this week

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

Related Articles

Popular Categories