ଭୁବନେଶ୍ୱର : ଅନ୍ୟତମ ସର୍ବପୁରାତନ ଏବଂ ଅଗ୍ରଣୀ ରପ୍ତାନି ଭିତ୍ତିକ ଚିଙ୍ଗୁଡି ପ୍ରକ୍ରିୟାକରଣକାରୀ କୋଷ୍ଟାଲ କର୍ପୋରେସନ ତାହାର ଇଥାନଲ ପ୍ରକଳ୍ପ କାର୍ଯ୍ୟ ଶୁଭାରମ୍ଭ କରିଥିବା ଘୋଷଣା କରିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଓଡ଼ିଶାର ଗଜପତି ଜିଲାର ମାରିଙ୍ଘି ଗ୍ରାମରେ ଏହି ପ୍ରକଳ୍ପର ଭୂମି ପୂଜନ କାର୍ଯ୍ୟ ସଂପନ୍ନ ହୋଇଛି ।
କୋଷ୍ଟାଲ କର୍ପୋରେସନ ଲିମିଟେଡର ପୂର୍ଣ୍ଣ ମାଲିକାନାଧୀନ ଏକ ସହଯୋଗୀ କମ୍ପାନୀ କୋଷ୍ଟାଲ ବାୟୋଟେକ ପ୍ରାଇଭେଟ ଲିମିଟେଡ ଏହି ଇଥାନଲ ପ୍ରକଳ୍ପ ସ୍ଥାପନ କରିବ ଏବଂ ଏହାର ସ୍ଥାପିତ କ୍ଷମତା ୧୯୮,୦୦୦ କେଏଲପିଡି ହେବ ଏବଂ ୧୫୦ କୋଟି ଟଙ୍କା ବ୍ୟୟରେ ୩୦ ଏକର ପରିମିତ ସ୍ଥାନରେ ଏହା ସ୍ଥାପନ କରାଯାଉଛି । ଏହି ପ୍ରକଳ୍ପରୁ ୨୦୨୩ ମାର୍ଚ୍ଚ ସୁଦ୍ଧା ଉତ୍ପାଦନ ଆରମ୍ଭ ହେବା ସମ୍ଭାବନା ରହିଛି । ଏହି ଶୁଭ ଅବସରରେ ପ୍ରକାଶ କରି କୋଷ୍ଟାଲ କର୍ପୋରେସନ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ଏବଂ ଭାଇସ ଚେୟାରମ୍ୟାନ ଟି ଭଲସାରାଜ କହିଥିଲେ, ଦେଶର ବିକାଶ ଦିଗରେ କମ୍ପାନୀ ପ୍ରତିବଦ୍ଧ ଏବଂ ସେ ଦିଗରେ କାର୍ଯ୍ୟ କରୁଛି, କାରଣ ଇଥାନଲ ମିଶ୍ରିତ ପେଟ୍ରୋଲ (ଇବିପି) ପ୍ରୟାସ କେବଳ ଦେଶର ତୈଳ ଆମଦାନୀ ଖର୍ଚ୍ଚ ଏବଂ ଅଙ୍ଗାକାମ୍ଳ ନିର୍ଗମନ ହ୍ରାସ କରିବାକୁ ଉଦ୍ଦିଷ୍ଟ ନୁହେଁ, ତାହା ସହିତ ଏହା ଶକ୍ତି ସୁରକ୍ଷା ଏବଂ ଆତ୍ମନିର୍ଭରତା ପ୍ରୟାସରେ ମଧ୍ୟ ଉନ୍ନତି ଆଣିବ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଇଥାନଲ ପ୍ରକଳ୍ପର ଭୂମିପୂଜନ
Popular Categories



