www.samajalive.in
Sunday, December 7, 2025
13.1 C
Bhubaneswar

ଗୋପବନ୍ଧୁଙ୍କ ଶ୍ରାଦ୍ଧୋତ୍ସବ ଉପଲକ୍ଷେ ଜିଲ୍ଲାସ୍ତରୀୟ ଓଡ଼ିଆ ପ୍ରବନ୍ଧ ପ୍ରତିଯୋଗିତା

ଭୁବନେଶ୍ଵର: ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଶ୍ରାଦ୍ଧ ଉତ୍ସବ ଉପଲକ୍ଷେ ଶତାୟୁ ତଥା ଓଡ଼ିଶାର ଲୋକପ୍ରିୟ ଦୈନିକ ଖବରକାଗଜ ‘ସମାଜ’ ପକ୍ଷରୁ ଜିଲାସ୍ତରୀୟ ଓଡ଼ିଆ ପ୍ରବନ୍ଧ ପ୍ରତିଯୋଗିତା ଆୟୋଜିତ ହୋଇଛି। ଭୁବନେଶ୍ଵର, ଜୟପୁର, ବ୍ରହ୍ମପୁର ଏବଂ ରାଉରକେଲାଠାରେ ଏହି ପ୍ରତିଯୋଗୀତା ଅନୁଷ୍ଠିତ ହୋଇଛି।ଏଥିରେ ୮ମ, ୯ମ ଓ ୧୦ମ ଶ୍ରେଣୀର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଆଗ୍ରହୀ ଛାତ୍ରଛାତ୍ରୀମାନେ ପ୍ରତିଯୋଗିତା ସ୍ଥଳରେ ଦୁଇ ଘଣ୍ଟା ପୂର୍ବରୁ ପହଞ୍ଚିଥିଲେ।  ଦିନ ୧୦ଟାରୁ ଏହି ପ୍ରତିଯୋଗିତା ଆରମ୍ଭ ହୋଇଥିଲା। ଆଜିର ପ୍ରବନ୍ଧ ପ୍ରତିଯୋଗିତାର ବିଷୟବସ୍ତୁ ରହିଛି ଗୋପବନ୍ଧୁଙ୍କ ସ୍ଵପ୍ନରେ ଓଡିଶାର ବିକାଶ। ଜିଲା ସ୍ତରର ଶ୍ରେଷ୍ଠ ପ୍ରତିଯୋଗୀଙ୍କ ପ୍ରବନ୍ଧର ମୂଲ୍ୟାୟନ କରାଯାଇ ସେଥିରୁ ରାଜ୍ୟ ସ୍ତରରେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ବିଜେତାଙ୍କୁ ମନୋନୀତ କରାଯିବ। ସେମାନଙ୍କୁ ଆସନ୍ତା ଜୁଲାଇ ୬ ତାରିଖରେ ଭୁବନେଶ୍ବର ‘ସୂଚନା ଭବନ’ଠାରେ ଆୟୋଜିତ ଉତ୍କଳମଣିଙ୍କ ଶ୍ରାଦ୍ଧ ସମାରୋହ କାର୍ଯ୍ୟକ୍ରମରେ ପୁରସ୍କୃତ କରାଯିବ। ଜିଲା ସ୍ତରୀୟ ପ୍ରତିଯୋଗିତାରେ ଭାଗନେବା ଲାଗି ପ୍ରତିଯୋଗୀମାନେ ସାଥିରେ ‘ସମାଜ’ରେ ପ୍ରକାଶିତ ଏହି ବିଜ୍ଞାପନ ସୂଚନା ସହ ନିଜର ବିଦ୍ୟାଳୟ ପରିଚୟ ପତ୍ର (ଆଇଡି କାର୍ଡ) ଆଣିବେ। ଜୁଲାଇ ୬ ତାରିଖରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୬ତମ ଶ୍ରାଦ୍ଧବାର୍ଷିକୀ ଅନୁଷ୍ଠିତ ହେବ। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗ ଦେବା ନିମନ୍ତେ ସଦୟ ସ୍ବୀକୃତି ପ୍ରଦାନ କରିଛନ୍ତି। ଏହି ସ୍ବତନ୍ତ୍ର ଉତ୍ସବରେ ବରେଣ୍ୟ ଅତିଥି ଭାବେ ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ମଧ୍ୟ ଯୋଗ ଦେବେ। ଏଥିରେ ଲୋକ ସେବକ ମଣ୍ଡଳର ରାଷ୍ଟ୍ରୀୟ ସଭାପତି ଶ୍ରୀ ରାଜ କୁମାର ଅଧ୍ୟକ୍ଷତା କରିବେ। ଏହି ଅବସରରେ ଗୋପବନ୍ଧୁଙ୍କ ଶ୍ରାଦ୍ଧ ସଂଖ୍ୟା ଓ ସତ୍ୟବାଦୀର ସ୍ବତନ୍ତ୍ର ସଂଖ୍ୟା ଉନ୍ମୋଚନ ସହିତ ବିଶିଷ୍ଟ ବ୍ୟକ୍ତିତ୍ବଙ୍କୁ ସମ୍ବର୍ଦ୍ଧନାର କାର୍ଯ୍ୟକ୍ରମ ରହିଛି ବୋଲି ‘ସମାଜ’ ସମ୍ପାଦକ ଡ. ପ୍ରଭାସ ଚନ୍ଦ୍ର ଆଚାର୍ଯ୍ୟ ସୂଚନା ଦେଇଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories