www.samajalive.in
Sunday, December 14, 2025
17.1 C
Bhubaneswar

ଲର୍ଡ୍ସ ଟେଷ୍ଟ: ଟସ ଜିତି ଇଂଲଣ୍ଡର ବ୍ୟାଟିଂ ଆରମ୍ଭ

ସମାଜ ଡିଜିଟାଲ ଡେସ୍କ: ଲର୍ଡ୍ସ କ୍ରିକେଟ ପଡ଼ିଆରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୩ୟ ଟେଷ୍ଟ ମ୍ୟାଚ ଗୁରୁବାର ଆରମ୍ଭ ହୋଇଛି। ଭାରତୀୟ ସମୟ ଅପରାହ୍ନ ୩ଟା ୩୦ରୁ ଖେଳ ଆରମ୍ଭ ହୋଇଥିବାବେଳେ ଟସ ଜିତି ଇଂଲଣ୍ଡ ବ୍ୟାଟିଂ ଜାରି ରଖିଛି। ବଡ଼ ସ୍କୋର ଲକ୍ଷ୍ୟ ନେଇ ଦୁଇ ଓପନର ଜାକ୍ କ୍ରଲି ଏବଂ ବେନ୍‌ ଡକେଟ ପଡ଼ିଆକୁ ଓହ୍ଲାଇଛନ୍ତି। କ୍ରଲି ୧୮ ଏବଂ ଡକେଟ ୧୫ ରନ କରି ଖେଳୁଛନ୍ତି। ୧୧ ଓଭର  ସୁଦ୍ଧା ଘରୋଇ ଦଳ ବିନା କୌଣସି ଉଇକେଟ ହରାଇ ୩୫ ରନ୍‌ ସଂଗ୍ରହ କରିଛି।

ସେହିପରି ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ ବୁମରା, ଆକାଶ ଦୀପ ଏବଂ ମହମ୍ମଦ ସିରାଜ ନିଜ ନିଜର ପ୍ରଥମ ସ୍ପେଲ ବୋଲିଂ ଜାରି ରଖିଛନ୍ତି। ବୁମରା ୫ ଓଭର ବୋଲିଂ କରି ୧୦ ରନ ଦେଇଥିବାବେଳେ ଆକାଶ ୪ ଓଭରରେ ୧୯ ରନ ଏବଂ ସିରାଜ ୨ ଓଭରରେ ୧ ରନ ଦେଇଛନ୍ତି।

- Advertisement -

୪ ମ୍ୟାଚ ବିଶିଷ୍ଟ ଏହି ଟେଷ୍ଟ ସିରିଜର ପ୍ରଥମ ୨ଟି ମ୍ୟାଚରେ ଉଭୟ ଦଳ ଗୋଟିଏ ଲେଖାଏ ବିଜୟ ସହିତ ବରାବର ସ୍ଥିତିରେ ରହିଛନ୍ତି। ଆଗାମୀ ଚଳିତ ମ୍ୟାଚ ଏବଂ ଆଗାମୀ ମ୍ୟାଚ ଦୁଇ ଦଳ ପାଇଁ ଗୁରୁତ୍ଵପୂର୍ଣ୍ଣ ରହିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories