www.samajalive.in
Monday, December 15, 2025
26.1 C
Bhubaneswar

ଆଲିଆଙ୍କୁ ଚୂନ ଲଗାଇଲେ ପୂର୍ବତନ ପିଏ, ବେଙ୍ଗାଲୁରୁରୁ ବାନ୍ଧିଲା ପୁଲିସ

ମୁମ୍ବଇ: ଲୋକପ୍ରିୟ ବଲିଉଡ଼ ଅଭିନେତ୍ରୀ ଆଲିଆ ଭଟ୍ଟକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ପୂର୍ବତନ ବ୍ୟକ୍ତିଗତ ସହାୟିକାଙ୍କ ଦ୍ଵାରା ଲକ୍ଷାଧିକ ଟଙ୍କାର ଠକେଇର ଶିକାର ହୋଇଛନ୍ତି ଅଭିନେତ୍ରୀ। ଆଲିଆଙ୍କ ପୂର୍ବତନ ବ୍ୟକ୍ତିଗତ ସହାୟିକା ବେଦିକା ପ୍ରକାଶ ଶେଟ୍ଟୀଙ୍କୁ ଠକେଇ ଅଭିଯୋଗରେ ଗିରଫ କରିଛି ମୁମ୍ବଇ ପୁଲିସ। ବେଦିକାଙ୍କ ବିରୋଧରେ ଅଭିଯୋଗ ହୋଇଛି ଯେ, ସେ ଜାଲିଆତି କରି ଆଲିଆଙ୍କ ବ୍ୟକ୍ତିଗତ ଓ କମ୍ପାନୀ ଖାତାରୁ ମୋଟ୍ ୭୬.୯ ଲକ୍ଷ ଟଙ୍କା ହଡ଼ପ କରିଛନ୍ତି।

ସୂଚନା ଅନୁସାରେ, ବେଦିକା ଶେଟ୍ଟୀ ୨୦୨୧ ମସିହାରୁ ୨୦୨୪ ପର୍ଯ୍ୟନ୍ତ ଆଲିଆଙ୍କ ବକ୍ତିଗତ ସହାୟିକା(ପିଏ) ଭାବେ କାମ କରୁଥିଲେ। ଏହି ସମୟ ମଧ୍ୟରେ ସେ ଅଭିନେତ୍ରୀଙ୍କ ଆର୍ଥିକ ଦସ୍ତାବିଜ୍, ଆର୍ଥିକ ନେଣଦେଣ ଓ ଦୈନିକ କାର୍ଯ୍ୟକ୍ରମର ଦାୟିତ୍ଵ ବହନ କରିଥିଲେ। ପୁଲିସର କହିବାନୁସାରେ, ଆଲିଆଙ୍କ ନକଲି ଦସ୍ତଖତ କରି ବେଦିକା ୨ ବର୍ଷରେ ଲକ୍ଷାଧିକ ଟଙ୍କା ହଡ଼ପ କରିଛନ୍ତି।

- Advertisement -

ଆଲିଆଙ୍କ ମାଆ ତଥା ଅଭିନେତ୍ରୀ ସୋନୀ ରାଜଦାନ କିଛି ମାସ ତଳେ ଏନେଇ ପୁଲିସରେ ଅଭିଯୋଗ କରିଥିଲେ। ପ୍ରାୟ ୫ ମାସ ହେଲା ପୁଲିସ ବେଦିକାଙ୍କୁ ଖୋଜୁଥିଲା। ଗିରଫଦାରୀକୁ ଏଡ଼ାଇବା ପାଇଁ ସେ ବାରମ୍ବାର ନିଜ ଠିକଣା ବଦଳାଉଥିଲେ। କିନ୍ତୁ ଏବେ ଜୁହୁ ପୁଲିସ ବେଦିକାଙ୍କୁ ବେଙ୍ଗାଲୁରୁରୁ ଗିରଫ କରିଥିବା ଜଣାପଡ଼ିଛି। ମଙ୍ଗଳବାର ତାଙ୍କୁ ଅଦାଲତରେ ହାଜର କରାଯାଇଥିଲା। କୋର୍ଟ ତାଙ୍କୁ ଜୁଲାଇ ୧୦ ପର୍ଯ୍ୟନ୍ତ ପୁଲିସ ହେପାଜତକୁ ପଠାଇଛନ୍ତି।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories