www.samajalive.in
Monday, December 15, 2025
15.1 C
Bhubaneswar

ଟି-୨୦ ବିଶ୍ବକପ୍‌ ଫାଇନାଲରେ ଇଂଲଣ୍ଡ

ଆଡିଲେଡ୍‌  : ଅଷ୍ଟ୍ରେଲିଆରେ ଚାଲିଥିବା ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପର ଫାଇନାଲରେ ପ୍ରବେଶ କରିଛି ଇଂଲଣ୍ଡ । ଦ୍ବିତୀୟ ସେମିଫାଇନାଲରେ ଭାରତକୁ ୧୦ ୱିକେଟରେ ପରାସ୍ତ କରି ଇଂଲଣ୍ଡ ଫାଇନାଲରେ ପହଞ୍ଚିଛି । ଫଳରେ ଆସନ୍ତା ରବିବାର ୧୩ ତାରିଖରେ ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ଫାଇନାଲ ମୁକାବିଲା ଅନୁଷ୍ଠିତ ହେବ। ଇଂଲଣ୍ଡ ୧୬୯ ରନ୍‌ର ଟାର୍ଗେଟକୁ ବିଛା କରି ବିପୁଳ ବିଜୟ ହାସଲ କରିଛି ।

ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୬୮ ରନ୍‌ ସଂଗ୍ରହ କରିଥିଲା । ବିରାଟ କୋହଲି ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅର୍ଦ୍ଧଶତକ ବଳରେ ଭାରତ ଏହି ସ୍କୋର କରିବାକୁ ସକ୍ଷମ ହୋଇଥିଲା । ଜବାବରେ ଜୋସ ବଟ୍‌ଲରଙ୍କ ୮୦ ଏବଂ ଆଲେକ୍ସ ହେଲ୍‌ସଙ୍କ ୮୬ ରନ୍ ବଳରେ ଇଂଲଣ୍ଡ କୌଣସି ୱିକେଟ ନ ହରାଇ  ବିପୁଳ ବିଜୟ ହାସଲ କରି ଫାଇନାଲରେ ପ୍ରବେଶ କରିଛି । ତେବେ ଭାରତକୁ ନିରାଶ ହେବାକୁ ପଡିଛି ।

- Advertisement -

 

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories