www.samajalive.in
Monday, December 15, 2025
26.1 C
Bhubaneswar

ପାଣ୍ଢୁର୍ଣ୍ଣାରୁ ବିରଳ ପ୍ରଜାତିର ସାପ ଉଦ୍ଧାର; ମୂଲ୍ୟ ୨ କୋଟି

ଛିନ୍ଦ୍‌ୱାଡ଼ା: ମଧ୍ୟପ୍ରଦେଶ ଛିନ୍ଦ୍‌ୱାଡ଼ା ଜିଲାର ପାଣ୍ଢୁର୍ଣ୍ଣାରେ ବିରଳ ପ୍ରଜାତିର ଏକ ସ୍ୟାଣ୍ଡ ବୋଆ ସାପ ଦେଖିବାକୁ ମିଳିଛି, ଯାହାକୁ ଉଦ୍ଧାର ପରେ ଜଙ୍ଗଲରେ ଛାଡ଼ି ଦିଆଯାଇଛି। ଅନ୍ତର୍ଜାତୀୟ ବଜାରରେ ଏହି ସାପର ମୂଲ୍ୟ ୨ କୋଟି ଟଙ୍କା।

ଏହି ବିରଳ ପ୍ରଜାତିର ସାପକୁ ଉଦ୍ଧାର କରିବା ପାଇଁ ସର୍ପମିତ୍ର ସିଦ୍ଧାର୍ଥ ସହାରେଙ୍କ ଡକାଯାଇଥିଲା। ଏହାପରେ ସେ ସାପକୁ ଉଦ୍ଧାର କରିବା ପାଇଁ ୨୫ କିଲୋମିଟର ଦୂରରେ ଥିବା ଏକ କ୍ଷେତରେ ପହଞ୍ଚିଥିଲେ। କଠିନ ପରିଶ୍ରମ ପରେ ସେ ଦୁଇ ମୁହାଁ ସାପକୁ ଧରିଥିଲେ ଏବଂ ସଙ୍ଗେ ସଙ୍ଗେ ବନ ଅଧିକାରୀଙ୍କୁ ସୂଚନା ଦେଇଥିଲେ। ସେମାନେ ସାପକୁ ନେଇ ଜଙ୍ଗଲରେ ଛାଡ଼ିଥିଲେ।

- Advertisement -

ସର୍ପମିତ୍ର ଅମିତ ସମ୍ଭାରେଙ୍କ ଅନୁଯାୟୀ, ପାଣ୍ଢୁର୍ଣ୍ଣାରୁ ଉଦ୍ଧାର ହୋଇଥିବା ଏହି ସାପ ଏକ ବିରଳ ପ୍ରଜାତିର, ଯାହାକୁ ସ୍ୟାଣ୍ଡ ବୋଆ ସାପ କୁହାଯାଏ। ପ୍ରାୟତଃ କିଛି ଲୋକ ଏହି ସାପକୁ ଚୋରା ଚାଲାଣ କରନ୍ତି, କାରଣ ଅନ୍ତର୍ଜାତୀୟ ବଜାରରେ ଏହି ସାପ ବହୁତ ଦାମ୍‌ରେ ବିକ୍ରି ହୁଏ। ଏହି ସାପର ଚୋରା ଚାଲାଣକାରୀଙ୍କୁ ସାତ ବର୍ଷ କାରାଦଣ୍ଡ ସହ ଜୋରିମାନା ବ୍ୟବସ୍ଥା ରହିଛି। ଏହି ସାପଟି ବହୁମୂଲ୍ୟ ଥିଲା, ଏହି କାରଣରୁ ଜଙ୍ଗଲ ଦଳ ସାପଟିକୁ ନେଇ ଜଙ୍ଗଲରେ ଛାଡି ଦେଇଥିଲେ। ବିଶେଷଜ୍ଞଙ୍କ ଅନୁଯାୟୀ, ଏହି ସାପରୁ ଅନେକ ପ୍ରକାରର ଔଷଧ ତିଆରି କରାଯାଇଥାଏ। ଏହା ମଧ୍ୟ ବିଶ୍ୱାସ ରହିଛି ଯେ, ଏହି ସାପ ଭାଗ୍ୟ ବଦଳାଇ ଦେଇଥାଏ।

Hot this week

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

Related Articles

Popular Categories