www.samajalive.in
Friday, December 5, 2025
26.1 C
Bhubaneswar

ସ୍ମିଥ୍, ବ୍ରୁକ୍‌ଙ୍କ ଶତକ; ସିରାଜଙ୍କୁ ୬ ୱିକେଟ୍‌: ଭାରତ ଆଗରେ

ଏଜ୍‌ବାଷ୍ଟନ: ଚଳିତ ଦ୍ବିତୀୟ ଟେଷ୍ଟମ୍ୟାଚ୍‌ରେ ଶୁକ୍ରବାର ତୃତୀୟ ଦିନରେ ବେଶ୍‌ ରୋଚକ ମୁକାବିଲା ଦେଖିବାକୁ ମିଳିଛି। ଭାରତ ପ୍ରଥମ ନୂଆବଲ୍‌ରେ ୮୪ ରନ୍‌ ସ୍କୋର୍‌ରେ ୫ଟି ୱିକେଟ୍‌ ନେଇଥିବା ବେଳେ ଦ୍ବିତୀୟ ନୂଆବଲ୍‌ରେ ମାତ୍ର ୨୦ ରନ୍‌ରେ ୫ଟି ୱିକେଟ୍‌ ଅକ୍ତିଆର କରିଥିଲା। ହେଲେ ଏହା ମଝିରେ ଭାରତୀୟ ବୋଲିଂ ଉପରେ ପ୍ରାଧାନ୍ୟ ବିସ୍ତାର କରିଥିଲେ ହ୍ୟାରୀ ବ୍ରୁକ୍‌ ଓ ଜେମି ସ୍ମିଥ୍‌। ଦୁହେଁ ପ୍ରତ୍ୟାକ୍ରମଣ କରିଥିଲେ ଏବଂ ୬ଷ୍ଠ ୱିକେଟ୍‌ ପାଇଁ ୩୦୩ ରନ୍‌ର ଭାଗୀଦାରି କରିଥିଲେ। ଫଳରେ ଏକଦା ୨୦୦ ରନ୍‌ ଏହା ପାଇଁ କଷ୍ଟକର ହେବ ବୋଲି ଲାଗୁଥିବା ବେଳେ ଇଂଲଣ୍ଡ ପ୍ରଥମ ଇନିଂସରେ ୪୦୭ ରନ୍‌ ସ୍କୋର୍‌ରେ ପହଞ୍ଚି ପାରିଥିଲା। ଫଳରେ ୫୮୭ ରନ୍‌ କରିଥିବା ଭାରତ ପ୍ରଥମ ଇନିଂସରେ ୧୮୦ ରନ୍‌ରେ ଆଗୁଆ ରହିଥିଲା। ଦୁଇ ଭାରତୀୟ ପେସ୍‌ ବୋଲର ମହମ୍ମଦ ସିରାଜ୍‌ ୧୦ଟିଯାକ ୱିକେଟ୍‌ ଭାଗ କରିଥିଲେ। ସିରାଜ୍‌ ୬ଟି ଓ ଆକାଶ ଦୀପ ୪ଟି ୱିକେଟ୍‌ ନେଇଥିଲେ। ୩ୟ ଦିନ ଶେଷରେ ଭାରତ ୨ୟ ଇନିଂସରେ ୧ ୱିକେଟ୍‌ ହରାଇ ୬୪ ରନ୍‌ କରିଛି। ୯ ୱିକେଟ୍‌ ଥାଇ ଭାରତ ୨୪୪ ରନ୍‌ ଆଗରେ ରହିଛି।

ପ୍ରଥମ ଇନିଂସ ପ୍ରଦର୍ଶନରେ ଉତ୍ସାହିତ ଭାରତୀୟ ଦଳ ୨ୟ ଇନିଂସ ଆରମ୍ଭ କରିଥିଲା। ଉଭୟ ଓପ୍‌ନର କେ.ଏଲ୍‌. ରାହୁଲ ଓ ଯଶସ୍ବୀ ଜୟସୱାଲ ଷ୍ଟ୍ରୋକ୍‌ ଖେଳି ମାତ୍ର ୪୫ ବଲ୍‌ରୁ ୫୧ ରନ୍‌ ସ୍କୋର୍‌କରି ଦଳର ମନୋଭାବ ସ୍ପଷ୍ଟ କରିଥିଲେ। ବାମହାତି ଯଶସ୍ବୀ ୨୨ ବଲ୍‌ରୁ ୬ଟି ଚୌକା ସହ ୨୮ ରନ୍‌କରି ଆଉଟ୍‌ ହୋଇଥିଲେ। ରାହୁଲ ୬ଟି ଚୌକା ସହ ୨୮ ଓ କରୁଣ ନାୟାର ୭ ରନ୍‌କରି ଅପରାଜିତ ଅଛନ୍ତି। ଫଳରେ ଭାରତ ମଜ୍‌ଭୁତ ସ୍ଥିତିରେ ରହିଛି। ୪ର୍ଥ ଦିନରେ ଇଂଲଣ୍ଡ ପୁଣି ବ୍ୟାଟିଂକରିବା ନିଶ୍ଚିତ।

- Advertisement -

୨ୟ ଦିନରେ ଇଂଲଣ୍ଡ ପ୍ରଥମ ଇନିଂସରେ ୨୫ ରନ୍‌ରେ ୩ଟି ୱିକେଟ୍‌ ହରାଇବା ପରେ ୭୭ ରନ୍‌ରେ ପହଞ୍ଚିଥିଲା। ଶୁକ୍ରବାର ତୃତୀୟ ଦିନର ୨ୟ ଓଭରରେ ମହମ୍ମଦ ସିରାଜ୍‌ ୨ଟି ୱିକେଟ୍‌ ନେଇ ଯାଇଥିଲେ। ଇଂଲଣ୍ଡର ଶ୍ରେଷ୍ଠ ବ୍ୟାଟ୍‌ସମ୍ୟାନ୍‌ ଜୋ ରୁଟ୍‌ ଲେଗ୍‌ସାଇଡ୍‌ରେ କ୍ୟାଚ୍‌ ଦେଇଥିଲେ। ରୁଟ୍‌ ୨ଟି ଚୌକା ସହ ୨୨ ରନ୍‌ କରିଥିଲେ। ପରବର୍ତ୍ତୀ ବଲ୍‌ ଅଧିକ ବାଉନ୍‌ସ କରିଥିବା ବେଳେ ଅଧିନାୟକ ବେନ୍‌ ଷ୍ଟୋକ୍‌ସ ୱିକେଟ୍‌ ପଛ​‌େ​‌ର କ୍ୟାଚ୍‌ ଦେଇଥିଲେ। ୮୪ ରନ୍‌ରେ ଇଂଲଣ୍ଡ ୫ଟି ୱିକେଟ୍‌ ହରାଇ ଫଲୋଅନ୍ ଦ୍ବାରରେ ଥିଲା। ତେବେ ହ୍ୟାରୀ ବ୍ରୁକ୍‌ ଚମତ୍କାର ବ୍ୟାଟିଂ କରୁଥିବା ବେଳେ ୱିକେଟ୍‌ ରକ୍ଷକ ଜେମି ସ୍ମିଥ୍‌ ଆସିବା ମାତ୍ରେ ଷ୍ଟ୍ରୋକ୍‌ ଖେଳିଥିଲେ। ବିଶେଷକରି ପ୍ରସିଦ୍ଧ କୃଷ୍ଣଙ୍କୁ ଆକ୍ରମଣ କରିଥିଲେ ସ୍ମିଥ୍‌। ପ୍ରସିଦ୍ଧଙ୍କ ସର୍ଟ ବଲ୍‌ ରଣନୀତି ବିଫଳ ହୋଇଥିଲା। ପ୍ରସିଦ୍ଧଙ୍କ ପ୍ରଥମ ଓଭରରୁ ୪ଟି ଚୌକା ଓ ଗୋଟିଏ ଛକା ସହ ସ୍ମିଥ୍ ୨୩ ରନ୍‌ ମାରିଥିଲେ। ମାତ୍ର ୪୩ ବଲ୍‌ରୁ ସ୍ମିଥ୍‌ ଅର୍ଦ୍ଧଶତକ ହାସଲ କରିଥିଲେ। ଭୋଜନ ବିରତି ପୂର୍ବରୁ ଇଂଲଣ୍ଡ ଆକ୍ରମଣ କରି ୨୭ ଓଭରରୁ ୧୭୨ ରନ୍‌ କରିଥିଲା। ବିରତି ପୂର୍ବରୁ ମାତ୍ର ୮୦ ବଲ୍‌ରୁ ୧୭ଟି ବାଉଣ୍ଡରୀ ସହ ଜେମି ସ୍ମିଥ୍‌ ଜୀବନର ୨ୟ ଟେଷ୍ଟ ଶତକ ପୂରଣ କରିଥିଲେ।

ବିରତି ପରେ ହ୍ୟାରୀ ବ୍ରୁକ୍‌ ଜୀବନର ୯ମ ଟେଷ୍ଟ ଶତକ ହାସଲ କରିଥିଲେ। ପ୍ରଥମ ଟେଷ୍ଟରେ ୯୯ ରନ୍‌​‌େ​‌ର ଆଉଟ୍‌ ହୋଇଥିବା ବ୍ରୁକ୍‌ଙ୍କ ପାଇଁ ଏହା ଥିଲା ସାନ୍ତ୍ବନା। ଏହି ଅଧିବେଶନରେ ୧୦୬ ରନ୍‌ ହୋଇଥିଲା। ଚା’ପାନ ବିରତି ପରେ ୨ୟ ନୂଆବଲ୍‌ ଭାରତ ପାଇଁ ଅମୋଘ ଅସ୍ତ୍ର ପ୍ରମାଣିତ ହୋଇଥିଲା। ଏହି ସମୟରେ ଇଂଲଣ୍ଡ ମାତ୍ର ୪୪ ବଲ୍‌ରୁ ୨୦ ରନ୍‌ କରି ୫ଟିଯାକ ୱିକେଟ୍‌ ହରାଇ ୪୦୭ ରନ୍‌ରେ ଅଲ୍‌ଆଉଟ୍‌ ହୋଇଥିଲା। ହ୍ୟାରି ବ୍ରୁକ୍‌ ୨୩୪ ବଲ୍‌ରୁ ଗୋଟିଏ ଛକା ଓ ୧୭ଟି ଚୌକା ସହ ୧୫୮ ରନ୍‌କରି ଆଉଟ୍‌ ହୋଇଥିଲେ। କ୍ରିସ୍ ୱକ୍‌ସ ୫ ରନ୍‌ କରିଥିଲେ। ଶେଷ ୩ ବ୍ୟାଟ୍‌ସମ୍ୟାନ୍ ଖାତା ଖୋଲିବା ପୂର୍ବରୁ ମହମ୍ମଦ ସିରାଜ୍‌ଙ୍କ ଶିକାର ହୋଇଥିଲେ। ଜେମି ସ୍ମିଥ୍‌ ୨୦୭ ବଲ୍‌ରୁ ୪ଟି ଛକା ଓ ୨୧ଟି ଚୌକା ସହ ୧୮୪ ରନ୍‌କରି ଅପରାଜିତ ରହିଥିଲେ।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories