ଏନକାଉଣ୍ଟରରେ କାବୁ ମୁଣ୍ଡା ଆହତ

0

ଫୁଲନଖରା : ସଦର ଥାନା ଅନ୍ତର୍ଗତ କୁରୁଣ୍ଟି ଗ୍ରାମରେ ଜନୈକ ଠିକାଦାରଙ୍କ ଘର ଓ ପିସିଆର ଭ୍ୟାନକୁ ​ବୋମାମାଡ଼ କରି ଫେରାର ଥିବା କାବୁ ମୁଣ୍ଡା ଓରଫ ଉତ୍ତମ ସିଂହକୁ ପୁଲିସ ଏନକାଉଣ୍ଟର କରିଛି। ରବିବାର ରାତ ୯ଟାରେ କାବୁ କୋଠାପାଟଣାରେ ଆତ୍ମଗୋପନ କରିଥିବା ଖବର ପାଇ ସଦର ଥାନା ପୁଲିସର ଏକ ଟିମ ସେଠାରେ ଚଢ଼ଉ କରିଥିଲା। ଏହି ସମୟରେ କାବୁ ପୁଲିସ ଉପରକୁ ପ୍ରଥମେ ଗୁଳି ଚଳାଇଥିଲା। ଆତ୍ମରକ୍ଷା ପାଇଁ ଏସଆଇ ଅଶୋକ ପାତ୍ର ନିଜ ସର୍ଭିସ ବନ୍ଧୁକରୁ ପାଲଟା ଗୁଳି ଚଳାଇଥିଲେ। କାବୁର ବାମ ଗୋଡ଼ ଜଙ୍ଘରେ ଗୁଳି ବାଜିବାରୁ ସେ ତଳେ ପଡ଼ିଯାଇଥିଲା। ତା’ଠାରୁ ଗୋଟିଏ ବନ୍ଧୁକ ଓ ୪ଟି ଗୁଳି ସମେତ ଗୋଟିଏ ମୋବାଇଲ ଫୋନ ଜବତ ହୋଇଛି। ଆହତ କାବୁକୁ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।
ବୋମାମାଡ଼ ଘଟଣାର ଅନ୍ୟ ଅଭିଯୁକ୍ତଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ଥାନାଧିକାରୀ ସୁଧାଂଶୁଭୂଷଣ ଜେନା ସୂଚନା ଦେଇଛନ୍ତି।

Leave A Reply