www.samajalive.in
Monday, December 15, 2025
24.1 C
Bhubaneswar

କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗରେ ସୁପରିଚାଳନା ପାଇଁ  ଟାଲିପ୍ରାଇମ୍‌ ୪.୦ର ଶୁଭାରମ୍ଭ

 

ଭୁବନେଶ୍ୱର :ଦେଶର ଅଗ୍ରଣୀ ବ୍ୟବସାୟ ପରିଚାଳନା ସଫ୍ଟୱେର ପ୍ରଦାନକାରୀ ଟାଲି ସଲ୍ୟୁସନ୍ସ ପକ୍ଷରୁ ଟାଲିପ୍ରାଇମ୍‌ ୪.୦ର ବିଶ୍ୱସ୍ତରୀୟ ଉନ୍ମୋଚନ କରାଯାଇଛି ।ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ)ର ଆବଶ୍ୟକତା ପୂରଣ କରିବା ତଥା ବ୍ୟବସାୟୀ  ଓ ବ୍ୟବହାରକାରୀମାନଙ୍କୁ ଆକାଉଣ୍ଟସ୍‌ ତଥା ଅନ୍ୟ ଗୁରୁତ୍ୱପୂର୍ଣ୍ଣ ତଥ୍ୟର ସୁପରିଚାଳନନା   ଏହାକୁ ଉନ୍ମୋଚନ କରାଯାଇଛି ।   କଂପାନି ଆସନ୍ତା ୨-୩ ବର୍ଷରେ ବାର୍ଷିକ ୪୦ ପ୍ରତିଶତ ଅଭିବୃଦ୍ଧି ଓ ଗ୍ରାହକ ସଂଖ୍ୟାରେ ବୃଦ୍ଧି ପାଇଁ ଲକ୍ଷ୍ୟ ରଖିଛି । ଟାଲିପ୍ରାଇମ୍‌ ୪.୦ରେ ଶକ୍ତିଶାଳୀ ଡ୍ୟାସବୋର୍ଡ, ଏମଏସ ଏକ୍ସେଲ ଓ ହ୍ୱାଟସଆପ ବିଜନେସରୁ ତଥ୍ୟ ଆହରଣ କରିବା ଭଳି ସୁବିଧା ସୁଯୋଗ ରହିଛି  ।

- Advertisement -

 

ଓଡ଼ିଶାରେ ୪.୫ ଲକ୍ଷରୁ ଅଧିକ ଏମ୍‌ଏସ୍‌ଏମ୍‌ଇ ରହିଛନ୍ତି । ମାନୁଫାକଚରିଂ, ବିଦ୍ୟୁତ, ଗ୍ୟାସ ଓ ଜଳ ଯୋଗାଣ, ନିର୍ମାଣ ଆଦି କ୍ଷେତ୍ରରେ ସେମାନେ କାର୍ଯ୍ୟ କରୁଛନ୍ତି । ଡିଜିଟାଇଜେସନ ଓ ବ୍ୟବସ୍ଥାର ସରଳୀକରଣ ଲାଗି ରାଜ୍ୟରେ ନିବେଶ ବଢ଼ିଥିବା ବେଳେ ଏମ୍‌ଏସଏମଇମାନଙ୍କ ଲାଗି ଭୁବନେଶ୍ୱର ଏକ ଉତ୍କୃଷ୍ଟ କ୍ଷେତ୍ର ଭାବେ ଉଭା ହୋଇଛି । ସହରରେ ୬୦,୦୦୦ରୁ ଅଧିକ ଏମ୍‌ଏସଏମଇ ରହିଛି । ଡିଜିଟାଲ ଗ୍ରହଣୀୟତା ଓ ନବସୃଜନକୁ ବଢ଼ାଇବା ଲାଗି ଟାଲି ପକ୍ଷରୁ ଏହି ସଂସ୍ଥାଗୁଡ଼ିକ ସହ ମିଶି କାର୍ଯ୍ୟ କରାଯାଉଥିବା ଟ୍ୟାଲି ସଲ୍ୟୁସନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ପୂର୍ବାଚଂଳ ମହାପ୍ରବନ୍ଧକ ଅର୍ଚନ ମୁଖାର୍ଜୀ କହିଛନ୍ତି ।

 

। ସହରର ଏସଏମଇଗୁଡ଼ିକୁ ତିନି ଦଶନ୍ଧୀରୁ ଅଧିକ ସମୟ ଧରି ଟାଲି ସେବା ପ୍ରଦାନ କରୁଛି । ସେମାନଙ୍କୁ ବିଭିନ୍ନ ବିଷୟରେ କଂପାନି ସଚେତନ କରୁଥିବା ବେଳେ ଆହ୍ୱାନଗୁଡ଼ିକର ମୁକାବିଲା କରିବା ଏବଂ ଅଟୋମେସନର ଗ୍ରହଣୀୟତାରେ ଏମଏସଏମଇଗୁଡ଼ିକୁ ସହାୟତା କରିବା ଲାଗି ଟାଲି ଶିଳ୍ପ ସଂସ୍ଥାଗୁଡ଼ିକ ସହ ସହଯୋଗିତା ସ୍ଥାପନ କରୁଛି ।

 

ଯେ, “କିଛି ବର୍ଷ ତଳେ “ଟାଲିପ୍ରାଇମ୍‌”ର ଶୁଭାରମ୍ଭ ସହିତ ଆମେ ଏସ୍‌ଏମ୍‌ଇଗୁଡ଼ିକ ବ୍ୟବସାୟକୁ ସରଳ ଓ ପେସାଦାର କରିବା ଉପରେ ଗୁରୁତ୍ୱ ଦେଇ, ଶକ୍ତିଶାଳୀ ବ୍ୟବସାୟ ପରିଚାଳନା ଅଭିଜ୍ଞତା ଆଣିବା ଦିଗରେ କ୍ରମାଗତ ଭାବେ କାର୍ଯ୍ୟ କରୁଛୁ । ଟ୍ୟାଲିପ୍ରାଇମ୍‌ ୪.୦ ସହିତଗ୍ରାହକଙ୍କ ଅଭିଜ୍ଞତାକୁ ଉନ୍ନତ କରିବା ଏବଂ ବ୍ୟବସାୟ ମାଲିକମାନଙ୍କୁ ଅଧିକ ପେସାଦାର ଏବଂ ଦକ୍ଷତାର ସହ ସେମାନଙ୍କ ବ୍ୟବସାୟ ପରିଚାଳନା କରିବାରେ ସାହାଯ୍ୟ କରିବା ଉପରେଆମର ଧ୍ୟାନ ରହିଛି  । ଏହି ଶୁଭାରମ୍ଭ ବ୍ୟବସାୟ ପରିଚାଳନାକୁ ସୁବ୍ୟବସ୍ଥିତ କରିବ ଏବଂ ଡାଟା ସହିତ ନିରବଚ୍ଛିନ୍ନ ଭାବବିନିମୟକୁ ସୁଗମ କରିବ । ସହଜ ଏବଂ ଶକ୍ତିଶାଳୀ ଡ୍ୟାସବୋର୍ଡ ପ୍ରଚଳନ, ଯାହା ଟେଲିର ଦୃଢ଼ ରିପୋର୍ଟିଂ ଇଞ୍ଜିନ୍‌, ବିଜନେସ ହ୍ୱାଟ୍ସଆପ୍‌ ଯୋଗାଯୋଗ ଏବଂ ଏକ୍ସେଲ ସିଟ୍‌ର ଡାଟାକୁ ସହଜରେ ଅନ୍ତର୍ଭୁକ୍ତ କରିଗ୍ରାହକମାନଙ୍କୁ ସେମାନଙ୍କ ବ୍ୟବସାୟ ଚଳାଇବା ଏବଂ ବୃଦ୍ଧି କରିବାରେ ସକ୍ଷମ କରିବ ।”

ଟାଲି ଏମଏସଏମଇ ବ୍ୟବସ୍ଥାର ଆବଶ୍ୟକତା ଉପରେ ଅଧ୍ୟୟନ କରୁଛନ୍ତି ଏବଂ ତିନି ଦଶନ୍ଧିରୁ ଅଧିକ ସମୟ ଧରି ଉପଯୁକ୍ତ ସମାଧାନ ପ୍ରଦାନ କରୁଛନ୍ତି  । ଟାଲିପ୍ରାଇମ୍‌ ୪.୦ ଜରିଆରେ ବ୍ୟବସାୟୀମାନେ ନୂତନ ଡ୍ୟାସବୋର୍ଡ ସହିତ ବର୍ତମାନର ଶକ୍ତିଶାଳୀ ରିପୋର୍ଟିଂ ଇଞ୍ଜିନକୁ ଅଧିକ ଉପଯୋଗ କରିପାରିବେ । ତାହା ଅସୀମିତ ଭିଜୁଆଲ୍‌ ଡାଟା ବିଶ୍ଳେଷଣର ସୁବିଧା ଆଣିପାରିବ ଯାହା ଯେକୌଣସି ବ୍ୟବସାୟର ଅନନ୍ୟ ଆବଶ୍ୟକତା ପୂରଣ କରିବା ପାଇଁ ପ୍ରସ୍ତୁତ କରାଯାଇପାରିବ  । “ହ୍ୱାଟ୍ସଆପ୍‌ ଫର୍‌ ବିଜନେସ୍‌”ର ଏକୀକରଣ ଦ୍ୱାରା ବ୍ୟବସାୟିକ ଯୋଗାଯୋଗକୁ ତୁରନ୍ତ, ସଠିକ ଏବଂ ଅଧିକ ପେସାଦାର କରୁଥିବା ଅଂଶୀଦାରମାନଙ୍କ ସହିତ ରିପୋର୍ଟ, ଚାଲାଣ, ରସିଦ ଏବଂ ଅନ୍ୟାନ୍ୟ ଯୋଗାଯୋଗର ନିରବଚ୍ଛିନ୍ନ ଏବଂ ଦକ୍ଷ ଅଂଶୀଦାର କରିବାର ସମ୍ଭାବନା ରହିଛି  ।

ଟେଲିପ୍ରାଇମ୍‌ ପ୍ରଡକ୍ଟ ପୋର୍ଟଫୋଲିଓ ବ୍ୟବସାୟ ପରିଚାଳନାକୁ ସରଳ କରିବା, ମୁଖ୍ୟତଃ ଅନୁପାଳନ ଏବଂ ପରବର୍ତୀ ସମୟରେ, ବ୍ୟବସାୟ ପରିଚାଳନା ସମାଧାନର ବ୍ୟାପକ କ୍ଷେତ୍ରରେ ଉଲ୍ଲେଖନୀୟ ମାଇଲଖୁଂଟ ହାସଲ କରିଛି  । ବ୍ୟବସାୟ ପରିଚାଳନାକୁ ଅଧିକ ସକ୍ରିୟ, ସଂଯୋଜିତ ଏବଂ ସ୍ମାର୍ଟ ଉପାୟ ଦିଗରେ ବ୍ୟବସାୟକୁ ସକ୍ଷମ କରିବା ଦିଗରେ ଟେଲିପ୍ରାଇମ୍‌ ୪.୦ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଅଟେ  । ସକ୍ରିୟ ଟିଏସ୍‌ଏସ୍‌ ସବସ୍କ୍ରିପ୍‌ସନ୍‌ ଥିବା ଲୋକଙ୍କ ପାଇଁ ବିନା କୌଣସି ଅତିରିକ୍ତ୍‌ ମୂଲ୍ୟରେ ଏହି ସଦ୍ୟତମ ଉତ୍ପାଦ ଉପଲବ୍ଧ ହେବ ।

Hot this week

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories