www.samajalive.in
Saturday, December 6, 2025
16.1 C
Bhubaneswar

ଓଜନ କମାଇଲେ କର୍ମଚାରୀଙ୍କୁ ମିଳୁଛି ଟଙ୍କା

ନୂଆଦିଲ୍ଲୀ: ଶରୀର ଓଜନ ବଢ଼ିବା ବର୍ତ୍ତମାନ ସମୟରେ ଏକ ଗୁରୁତର ସମସ୍ୟା ପାଲଟିଛି। ତେବେ ଓଜନ କମାଇଲେ କର୍ମଚାରୀଙ୍କୁ ଟଙ୍କା ଦେଉଥିବା ଏକ କମ୍ପାନୀ ବର୍ତ୍ତମାନ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଚୀନ୍‌ର ସେନ୍‌ଜହେନ ସହରରେ ଥିବା ଇନ୍‌ଷ୍ଟା ୩୬୦ ନାମକ ଏକ କମ୍ପାନୀ ତରଫରୁ ଏକ ନୂଆ ଯୋଜନା ଘୋଷଣା କରାଯାଇଛି। ଏହି ଯୋଜନାରେ କମ୍ପାନୀରେ କାମ କରୁଥିବା ମେଦବହୁଳ କର୍ମଚାରୀମାନେ ନିଜ ଓଜନ କମାଇ ପାରିଲେ ସେମାନଙ୍କୁ ନଗଦ ଅର୍ଥ ପୁରସ୍କାର ବାବଦରେ ମିଳୁଛି। ବର୍ତ୍ତମାନ ସୁଦ୍ଧା କମ୍ପାନୀର ୧୫୦ କର୍ମଚାରୀ ଏହି ଯୋଜନାରେ ସାମିଲ ହୋଇ ମୋଟ୍‌ ୮୦୦ କେଜି ଓଜନ କମାଇବାରେ ସକ୍ଷମ ହୋଇଛନ୍ତି। ଓଜନ କମାଇଥିବା କର୍ମଚାରୀଙ୍କୁ କମ୍ପାନୀ ତରଫରୁ ୧ କୋଟି ଟଙ୍କା ଅର୍ଥ ପ୍ରଦାନ କରାଯାଇଛି। ଏହି ଯୋଜାନାରେ ସାମିଲ କର୍ମଚାରୀମାନଙ୍କ ନିମନ୍ତେ କମ୍ପାନୀ ତରଫରୁ ୩ମାସିଆ ଶିବିର ଆୟୋଜନ କରାଯାଉଛି। ଶିବିରରେ ୩୦ଜଣ କର୍ମଚାରୀଙ୍କୁ ସାମିଲ କରାଯାଉଛି। କମ୍ପାନୀ ତରଫରୁ ବର୍ତ୍ତମାନ ସୁଦ୍ଧା ୫ଟି ଶିବିର ଆୟୋଜିତ ହୋଇ ସାରିଲାଣି। ଏହି ଯୋଜନାରେ ସାମିଲ ଲି’ ନାମକ ଏକ କର୍ମଚାରୀ ୧୭.୫ କେଜି ଓଜନ କମାଇ ୮୫ ହଜାର ଟଙ୍କା ଅର୍ଥ ପୁରସ୍କାର ପାଇ ସାରିଛନ୍ତି। କମ୍ପାନୀର ଏହି ପଦକ୍ଷେପକୁ ବିଭିନ୍ନ ମହଲରୁ ସ୍ବାଗତ କରାଯାଉଛି।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories