କଣ୍ଟାବାଞ୍ଜି: ଟ୍ରେନ୍ ଲାଇନ୍ ନିକଟରୁ ବୃଦ୍ଧ ଦମ୍ପତିଙ୍କ ମୃତଦେହ ଉଦ୍ଧାର ହୋଇଛି। ତୁରେକେଲା ଷ୍ଟେସନ ନିକଟରେ ଉଭୟଙ୍କ ମୃତଦେହ ପଡିଥିଲା। ମୃତ ଦମ୍ପତି ଲାଠୋର ଥାନା ଅଞ୍ଚଳର ବୋଲି ଜଣାପଡିଛି। ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି। ସେପଟେ କୋରାପୁଟ ଜିଲ୍ଲା ଟାଉନ ଥାନା ଲାଣ୍ଡିଗୁଡା ନୂଆ କଲୋନୀ ରେଳ ଲାଇନରୁ ମଧ୍ୟ ଯବାନଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର କରାଯାଇଛି। ପୁଲିସ୍ ଘଟଣାରେ ଅଧିକ ଛାନଭିନ୍ ଜାରି ରଖିଛି।
ଟ୍ରେନ୍ ଲାଇନ୍ ନିକଟରେ ବୃଦ୍ଧ ଦମ୍ପତିଙ୍କ ମୃତଦେହ
Popular Categories



