www.samajalive.in
Saturday, December 6, 2025
16.1 C
Bhubaneswar

ଶିଳ୍ପପତି ନୀତା ଅମ୍ବାନୀଙ୍କ ଘରେ ଶୋଭା ପାଇବ ସତ୍ୟବାଦୀର କତା ଶିଳ୍ପର କଳାକୃତି

ସାକ୍ଷୀଗୋପାଳ: ଦେଶର ବିଶିଷ୍ଟ ଶିଳ୍ପପତି ନୀତା ଅମ୍ବାନୀଙ୍କ ଘରେ ସତ୍ୟବାଦୀର କତା ଶିଳ୍ପ କାରିଗର ଡଲି ଦାସଙ୍କ ଦ୍ୱାରା କତାରେ ନିର୍ମିତ ଏକ ତାଳ ଗଛ ଶୋଭା ପାଇବ। ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ବିଶ୍ୱନାଥ ପୁର ପଞ୍ଚାୟତର ବିଶ୍ୱନାଥ ପୁର ଗ୍ରାମର ବିଶିଷ୍ଟ କତା ଶିଳ୍ପ କାରିଗର ଡଲି ଦାସ। ସୁଶ୍ରୀ ଦାସଙ୍କ ଅନୁଷ୍ଠାନ ତରଫରୁ ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହସ୍ତଶିଳ୍ପ ପ୍ରଦର୍ଶନୀରେ ଅଂଶ ଗ୍ରହଣ କରିଥାନ୍ତି। ଗତ ଡିସେମ୍ବର ୨୦୨୩ ମାସରେ ଭୁବନେଶ୍ୱରରେ ଅନୁଷ୍ଠିତ ତୋଷାଳୀ ମେଳାରେ ଯୋଗ ଦେଇଥିଲେ। ଏହି ମେଳାରେ ସୁଶ୍ରୀ ଦାସଙ୍କ କଳାକୃତି ନୀତା ଅମ୍ବାନୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ମନ ପସନ୍ଦ ହେବା ପରେ ନୀତା ଅମ୍ବାନୀ ଅନଲାଇନ ମାଧ୍ୟମରେ ସୁଶ୍ରୀ ଦାସଙ୍କୁ ଏକ ତାଳ ଗଛ ଦେବା ନିମନ୍ତେ ଅର୍ଡର ଦେଇଥିଲେ। ପ୍ରାୟ ୬ ମାସ ହେଲାଣି ସୁଶ୍ରୀ ଦାସ ନିଜ ଅନୁଷ୍ଠାନରେ କତାରେ ନିର୍ମିତ ଏହି ତାଳ ଗଛ ପ୍ରସ୍ତୁତିରେ ଲାଗି ପଡ଼ିଥିଲେ। ଏହା ସମ୍ପୂର୍ଣ୍ଣ ଫିନିସିଂ ହେବା ନିମନ୍ତେ ଆଉ ପ୍ରାୟ ଏକ ସପ୍ତାହ ଲାଗିବ। କତା ପାରୁ ଓ ଅଠା ସୁତା ଦ୍ୱାରା ଏହି ତାଳ ଗଛ ନିର୍ମିତ ହୋଇଛି। ତାଳ ଗଛରେ ବାୟା ଚଢେଇ ବସା ମଧ୍ୟ ଶୋଭା ପାଉଛି। ଏହି ତାଳ ଗଛ ନିର୍ମାଣରେ ସୌମ୍ୟଜିତ ଲେଙ୍କା, ମୋନାଲିସା ପ୍ରଧାନ ଓ ସୁନିତା ମହାରଣା ସୁଶ୍ରୀ ଦାସଙ୍କୁ ସହାୟତା କରିଥିଲେ। ଖୁବଶୀଘ୍ର ନୀତା ଅମ୍ବାନୀ ନିଜସ୍ୱ ଉଦ୍ୟମରେ ଏହି ତାଳ ଗଛଟିକୁ ବିଶ୍ୱନାଥ ପୁର ଗ୍ରାମରୁ ନେବେ ବୋଲି ଜଣା ପଡ଼ିଛି।

ସବୁବେଳେ ଏସିରେ ରହିଲେ ତ୍ୱଚା ଉପରେ ପଡେ କି କି ପ୍ରଭାବ: କେମିତି ପାଇବେ ରକ୍ଷା..

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories