www.samajalive.in
Saturday, December 6, 2025
14.1 C
Bhubaneswar

କର୍ମଚାରୀଙ୍କୁ କରେନା : ବନ୍ଦ ହେଲା ୩ ସରକାରୀ କାର୍ଯ୍ୟାଳୟ

ରାଉରକେଲା : କର୍ମଚାରୀଙ୍କ ମଧ୍ୟରେ କରେନା ପଜିଟିଭ୍ ଚିହ୍ନଟ ହେବା ପରେ ବିଭାଗୀୟ କର୍ତ୍ତୃପକ୍ଷ ପକ୍ଷରୁ ୩ଟି ସରକାରୀ କାର୍ଯ୍ୟାଳୟକୁ ସାମୟିକ ଭାବେ ବନ୍ଦ କରିଦିଆଯାଇଛି। ଏହି ୩ଟି କାର୍ଯ୍ୟାଳୟ ହେଲା ପାନପୋଷ ଉପଜିଲାପାଳଙ୍କ କାର୍ଯ୍ୟାଳୟ, ତହସିଲ କାର୍ଯ୍ୟାଳୟ ଓ ଯୋଗାଣ ବିଭାଗ କାର୍ଯ୍ୟାଳୟ । ଉପଜିଲାପାଳ ବିଶ୍ୱଜିତ ମହାପାତ୍ରଙ୍କ ସୂଚନା ଅନୁଯାୟୀ, ଏହି କାର୍ଯ୍ୟାଳୟର ଜଣେ କର୍ମଚାରୀଙ୍କର କରେନା ପଜିଟିଭ୍ ଚିହ୍ନଟ ହେବା ପରେ ଗତକାଲି ଠାରୁ କାର୍ଯ୍ୟାଳୟକୁ ତିନିଦିନ  ପାଇଁ ବନ୍ଦ କରାଯାଇଛି। ପରିସ୍ଥିତିକୁ ଦେଖି ପରବର୍ତୀ ନିଷ୍ପତି ଗ୍ରହଣ କରାଯିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି। ସେହିପରି ରାଉରକେଲା ତହସିଲ କାର୍ଯ୍ୟାଳୟରେ ଜଣେ କର୍ମଚାରୀ କରେନା ପଜିଟିଭ୍ ଚିହ୍ନଟ ହେବା ପରେ କାର୍ଯ୍ୟାଳୟକୁ ବନ୍ଦ ରଖାଯାଇଥିବା ତହସିଲଦାର ମାନସ ସାହୁ ସୂଚନା ଦେଇଛନ୍ତି । ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା ସେ କହିଛନ୍ତି । ସେହିପରି ଆଉ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାଳୟ ଯୋଗାଣ ବିଭାଗରେ ଜଣେ କର୍ମଚାରୀ କରେନା ପଜିଟିଭ୍ ଚିହ୍ନଟ ହେବା ପରେ କାର୍ଯ୍ୟାଳୟକୁ ବନ୍ଦ ରଖାଯାଇଛି। ଏହି ସବୁ କାର୍ଯ୍ୟାଳୟକୁ ଆରଏମସି ପକ୍ଷରୁ ସାନିଟାଇଜ କରାଯାଇଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories