www.samajalive.in
Friday, December 5, 2025
23.1 C
Bhubaneswar

୩ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଏନକାଉଣ୍ଟର

ସମାଜ ଡିଜିଟାଲ ଡେସ୍କ: ରାଉଲକେଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା କୁଖ୍ୟାତ ଡ଼କାୟତ ଗ୍ୟାଙ୍କକୁ ଧରିବାକୁ ସକ୍ଷମ ହୋଇଛି ପୁଲିସ । ରାଉରକେଲା ଲାଠିକଟା ନିକଟରେ ଭୋର ୫.୩୦ ମିନିଟ୍‌ରେ ୩ଜଣ ଅପରାଧୀଙ୍କୁ ଏନକାଉଣ୍ଟର୍ କରିଥିଲା ପୁଲିସ। ସୁନ୍ଦରଗଡ଼ ଜିଲାର ବିଭିନ୍ନ ଡ଼କାୟତି ଘଟଣାରେ ସଂପୃକ୍ତ ଥିବା ଜଣ ଅପରାଧୀଙ୍କୁ ଗିରଫ କରିଛି ପୁଲିସ । ଏହି ଅପରାଧୀମାନଙ୍କୁ ଧରିବା ବେଳେ ପୁଲିସ ଟିମ୍ କୁ ଚକମା ଦେବା ସମୟରେ ୩ଜଣକୁ ଏନ୍ କାଉଣ୍ଟର୍ କରିବା ସହ ୫ ଜଣକୁ ଧରିବାରେ ସକ୍ଷମ ହୋଇଛି ରାଉରକେଲା ପୁଲିସ ।

ସୂଚନା ଅନୁସାରେ ଲାଠିକଟା ଅଞ୍ଚଳରେ ପୁଲିସ ଅପରାଧୀଙ୍କ ପିଛା କରୁଥିବା ଦେଖି ପୁଲିସ ଉପରକୁ ଡ଼କାୟତିମାନେ ଗୁଳିଚାଳନା କରିଥିଲେ । ଫଳରେ ପୁଲିସର ପାଲଟା ଆକ୍ରମଣରେ ଡ଼କାୟତି ମାନେ ଧରାପଡିଛନ୍ତି । ଏନକାଉଣ୍ଟରରେ ଆହତ ହୋଇଥିବା ତିନି ଜଣ ଅପରାଧୀ ରାଉରକେଲା ସରକାରୀ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ଏହି ଡ଼କାୟତି ମାନେ କୋଇଡ଼ା ଓ ବିଭିନ୍ନ ଖଣି ଅଞ୍ଚଳରେ ଲୁଟ୍ ଘଟଣାରେ ସଂପୁକ୍ତି ଥିଲେ । ଘଟଣାସ୍ଥଳରେ ଡ଼କାୟତି ମାନଙ୍କ ପାଖରୁ ଘଟଣାରେ ବ୍ୟବହୃତ ୩ଟି ବନ୍ଧୁକ, ଗୁଳି, ସ୍କୋର୍ପିଓ ଗାଡ଼ି ଏବଂ ନଗଦ ଜବତ କରିଛି ପୁଲିସ ।

- Advertisement -

 

Hot this week

ଓଡ଼ିଶାରେ ଏଫସିଆଇ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ୧ଶହ କୋଟି ଲୁଟ୍‌

ନୂଆଦିଲ୍ଲୀ: ଓଡ଼ିଶାରେ ଭାରତୀୟ ଖାଦ୍ୟ ନିଗମ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ପ୍ରାୟ...

ବିଷାକ୍ତ ଗ୍ୟାସ ଲିକ୍ : ଦୁଇ ମୃତ ,ଦଶହଜାର ପ୍ରଭାବିତ

ସମାଜ ଲାଇଭ ଡ଼େସ୍କ : ଝାଡ଼ଖଣ୍ଡର ଧନବାଦରେ ଏକ ଗ୍ୟାସ ଲିକ୍...

‘ମୁଁ ଯୁଦ୍ଧ ବନ୍ଦ କରିବି’-ପୁଣି ଏମିତି ଦୃଢୋକ୍ତି ବାଢିଲେ ଟ୍ରମ୍ପ

ସମାଜ ଡିଜିଟାଲ ଡେସ୍କ: ଦୀର୍ଘ ୩ ବର୍ଷ ହେବ ରୁଷ-ୟୁକ୍ରେନ ଯୁଦ୍ଧ...

ଚିନ୍ତାକଳ୍ପ : ମାନସିକ ଦୁର୍ବଳତା

ସାମର୍ଥ୍ୟ (ବଳ)ର ଅଭାବକୁ ଦୁର୍ବଳ, ଶକ୍ତିହୀନ ବୋଲି ସାଧାରଣତଃ କୁହାଯାଇଥାଏ। ସୀମିତ...

‘ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣାଧୀନ’- ଅପରାଧୀଙ୍କୁ ଦିଆଯାଇନି ରାଜନୈତିକ ସଂରକ୍ଷଣ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ପୂର୍ବ ସରକାରଙ୍କ ଅମଳରେ ଅପରାଧରେ ସମ୍ପୃକ୍ତ ରାଜନୈତିକ ବ୍ୟକ୍ତିଙ୍କୁ ସୁରକ୍ଷା...

Related Articles

Popular Categories