ରାଉରକେଲା: ରାଉରକେଲା କୁଆଁରମୁଣ୍ଡା ବ୍ଲକ କର୍ମାବାହାଲ ଗାଁରେ ହାତୀ ଆତଙ୍କ ଦେଖିବାକୁ ମିଳିଛି। ଦୀର୍ଘ ଦିନ ହେଲା ଅଞ୍ଚଳରେ ୨୭ ଟିକିଆ ହାଲୀ ପଲ ଉପଦ୍ରବ ଜାରି ରଖିଛନ୍ତି। ବ୍ୟାପକ ଫସଲ ନଷ୍ଟ କରିବା ସହ ବହୁ ଚାଷ ଜମି ନଷ୍ଟ କରିସାରିଲେଣି। ଆଜି ସକାଳେ ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ
କୁଆଁରମୁଣ୍ଡା ବ୍ଲକ କର୍ମାବାହାଲ ଗାଁର କେଦାର ରାଉତ(୫୩) ବୋଲି ଜଣାପଡିଛି । କେଦାର ଶୌଚ ପାଇଁ ବାହାରକୁ ଯାଇଥିବାବେଳେ ହାତୀ ତାଙ୍କୁ କଚାଡ଼ି ଦେଇଥିଲା। ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ହାତୀଙ୍କ ଗତିବିଧି ଉପରେ ନଜର ରଖିଛି।
ଯୁବକଙ୍କୁ ଦଳି ମାରିଲା ଗୋଠଛଡା ଦନ୍ତା
Popular Categories



