www.samajalive.in
Friday, December 5, 2025
23.1 C
Bhubaneswar

ପାକିସ୍ତାନ ଅର୍ଥନୀତିର ଅଢ଼େଇ ଗୁଣ ହେଉଛି ଏଲନ ମସ୍କଙ୍କ ଦରମା

ସମାଜଲାଇଭ ଡେସ୍କ: ଶୀର୍ଷକଟି ଟିକେ ଅଡୁଆ ଲାଗୁଥାଇପାରେ, କିନ୍ତୁ ଏହା ସତ୍ୟ। ବିଶ୍ଵର ବଡ଼ ଧନୀମାନଙ୍କ ମଧ୍ୟରୁ ଅନ୍ୟତମ ଏଲନ ମସ୍କଙ୍କ ଦରମା ପାକିସ୍ତାନ ଅର୍ଥନୀତିର ଅଢ଼େଇ ଗୁଣ ସଙ୍ଗେ ସମାନ। ବିଶ୍ଵର ସୁବୁଠୁ ଧନୀ ବ୍ୟକ୍ତି ଏଲନ ମସ୍କଙ୍କ ଦରମା କେତେ ତାହା ଜାଣିବାକୁ ଅନେକଙ୍କ ମନରେ ଉତ୍ସୁକତା ରହିଥିବ ନିଶ୍ଚୟ। ଏବେ ତାଙ୍କ ଦରମା ତଥ୍ୟ ସାମ୍ନାକୁ ଆସିଛି।

ବୈଦ୍ୟୁତିକ ଯାନ ଟେସଲା କମ୍ପାନୀର ଶେୟାର ହୋଲ୍ଡର ବା ଅଂଶୀଦାରମାନେ ନିଜ ସିଇଓ ଏଲନ ମସ୍କଙ୍କ ପାଇଁ ପ୍ରାୟ ୧ ଟ୍ରିଲିଅନ ଡଲାର ପ୍ୟାକେଜର ଦରମାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଭାରତୀୟ ମୁଦ୍ରାରେ ଏହାର ମୂଲ୍ୟ ୮୩୬ ଲକ୍ଷ କୋଟି ଟଙ୍କାରୁ ବି ଅଧିକ। ନିକଟରେ କମ୍ପାନୀର ହୋଇଥିବା ବାର୍ଷିକ ସାଧାରଣ ବୈଠକରେ ଏହି ଦରମା ପ୍ୟାକେଜକୁ ଅନୁମୋଦନ ଦେଇଛନ୍ତି।

- Advertisement -

ତେବେ ତାଙ୍କ ଦରମା କୌଣସି ଦେଶର ଅର୍ଥନୀତି ଏବଂ ଜିଡିପିଠାରୁ ବି ଅଧିକ ତାହା ଅନେକଙ୍କୁ ଆଶ୍ଚର୍ଯ୍ୟ କରିପାରେ। ଏହି ଦେଶ ହେଉଛି ପାକିସ୍ତାନ। ମସ୍କଙ୍କ ଦରମା ପାକିସ୍ତାନ ଅର୍ଥନୀତିର ଅଢ଼େଇ ଗୁଣ ହେବ। ପାକିସ୍ତାନର ଅର୍ଥନୀତି ୨୦୨୪ରେ ୩୭୩ ବିଲିଅନ ଡଲାର ରହିଥିଲା। ୨୦୨୫ରେ ଏହା ୪୧୦ ବିଲିଅନ ଡଲାରରେ ପହଞ୍ଚିଛି। ଯାହା ମସ୍କଙ୍କ ଦରମାର ମାତ୍ର ୪୦ ପ୍ରତିଶତ।

କେବଳ ଏତିକି ନୁହେଁ, ସ୍ଵିଜରଲାଣ୍ଡ, ପୋଲାଣ୍ଡ, ବେଲଜିଅମ, ସ୍ଵିଡେନ, ଆୟର୍ଲାଣ୍ଡ, ନରଓ୍ବେ, ଅଷ୍ଟ୍ରିଆ, ଡେନମାର୍କ, ଚେକ୍ ଗଣରାଜ୍ୟ, ପର୍ତ୍ତୁଗାଳ ଭଳି ଦେଶର ଅର୍ଥନୀତିଠାରୁ ମସ୍କଙ୍କ ଦରମା ଅଧିକ।

Hot this week

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

ରାଷ୍ଟ୍ରପତି ଭବନରେ ପୁଟିନଙ୍କୁ ଭବ୍ୟ ସ୍ଵାଗତ

ସମାଜ ଲାଇଭ ଡ଼େସ୍କ : ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ରୁଷ ରାଷ୍ଟ୍ରପତି...

ବିଧାୟକଙ୍କୁ ହତ୍ୟା ଧମକ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଏଠାର ରେଳ...

ପୁଲିସ ଏସ୍‌ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ବିରଞ୍ଚି ନାୟକ ଗିରଫ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ପରୀକ୍ଷା ଜାଲିଆତି...

ତେରଟି ଜିଲାରୁ ରାଷ୍ଟ୍ରୀୟ ଆୟର ଅଧେ

ଭାରତ ଏଡେ ବିରାଟ ଆକାରର ଦେଶ; ମାତ୍ର ତାହାର ମୋଟ ୭୦୫...

Related Articles

Popular Categories