ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ବ୍ରହ୍ମପୁରର ଆଇନଜୀବୀ ତଥା ପୀତବାସ ପଣ୍ଡା ହତ୍ୟା ମାମଲାରେ ଆଉ ଏକ ବଡ ଖବର ସାମ୍ନାକୁ ଆସିଛି । ପୀତବାସଙ୍କ ହତ୍ୟା ମାମଲାରେ ଗିରଫ ହୋଇଥିବା ବିକ୍ରମ ପଣ୍ଡାଙ୍କ ବିପକ୍ଷରେ ୨୦୯ଜଣ ଓକିଲ ପିଟିସନ ଦାଖଲ କରିଛନ୍ତି । ବିଜେଡିର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ବିପକ୍ଷରେ ୨୦୯ଜଣ ଓକିଲ ପିଟିସନ ଦାଖଲ କରିଥିବା ସୂଚନା ମିଳିଛି । ବ୍ରହ୍ମପୁର ଏସଡିଜେଏମ୍ କୋର୍ଟରେ ଅଦଳଶତନାମା ଦାଖଲ କରିଛନ୍ତି ଏହସବୁ ଆଇନଜୀବୀ । ପୂର୍ବରୁ ୪୦ରୁ ଅଧିକ ଓକିଲ ବିକ୍ରମଙ୍କ ସପକ୍ଷରେ ପିଟିସନ ଦାଖଲ କରିଥିଲେ । ଗତକାଲି ବିକ୍ରମଙ୍କ ଓକିଲଙ୍କ ପକ୍ଷରୁ ପୀତବାସ ହତ୍ୟା ମାମଲାରେ ବିକ୍ରମଙ୍କ ସଂପୃକ୍ତି ନାହିଁ ଦର୍ଶାଇ ଏକ ପିଟିସନ ଦାଖଲ ହୋଇଥିଲା । ଏହାକୁ ବିରୋଧ କରି ଆଜି ବିପକ୍ଷରେ ୨୦୯ଜଣ ଓକିଲ ପିଟିସନ ଦାଖଲ କରିଛନ୍ତି ।



