www.samajalive.in
Monday, December 15, 2025
27.1 C
Bhubaneswar

ବ୍ରହ୍ମପୁର ଏସପିଙ୍କ ଅଡୁଆ ବଢ଼ିଲା, ୧୧ରେ ବ୍ୟକ୍ତିଗତ ହାଜର ପାଇଁ ହାଇକୋର୍ଟଙ୍କ ନିର୍ଦେଶ

ସମାଜଲାଇଭ ଡେସ୍କ: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ବିବାଦୀୟ ମନ୍ତବ୍ୟ ଦେଇ ଅଡୁଆରେ ପଡ଼ିଛନ୍ତି ବ୍ରହ୍ମପୁର ଏସପି। ହାଇକୋର୍ଟ ପୂର୍ବରୁ ଏସପିଙ୍କୁ ରିପୋର୍ଟ ତଲବ କରିଥିବାବେଳେ ଆସନ୍ତା ୧୧ ତାରିଖ ପୂର୍ବାହ୍ନ ୧୦ଟା ୩୦ରେ ତାଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ନିର୍ଦେଶ ଜାରି କରିଛନ୍ତି। ସେହିଦିନ ଏସପିଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ଚାଲିବ କି ନାହିଁ ତାହାର ନିଷ୍ପତ୍ତି ହେବ। ତେବେ ଏହା ପୂର୍ବରୁ ଏସପି ନିଜର ଉତ୍ତର ଆସନ୍ତା ୧୦ ତାରିଖରେ ସତ୍ୟପାଠ ଜରିଆରେ ଦାଖଲ କରିବାକୁ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ପୀତବାସ ହତ୍ୟା ମାମଲା ପର୍ଦ୍ଦାଫାଶ ସମୟରେ ସାମ୍ବାଦିକ ସମ୍ମିଳନୀରେ ଏସପି ନିର୍ବାଚନ ମାମଲା କଥା ଉଠାଇଥିଲେ। ହାଇକୋର୍ଟରେ ବିଚାରାଧୀନ ଥିବା ଏକ ନିର୍ବାଚନୀ ମାମଲା ପ୍ରସଙ୍ଗରେ ଏସପି ମନ୍ତବ୍ୟ ଦେଇଥିଲେ। ଏସପି ବିକ୍ରମ ପଣ୍ଡା ଏବଂ ଶିବଶଙ୍କର ଦାସଙ୍କ ମଧ୍ୟରେ କମନ୍‌ ଲିଙ୍କ ଥିବା ନେଇ ଟିପ୍ପଣୀ ଦେଇଥିଲେ। ଏସପି କହିଥିଲେ, ଏହି କମନ ଲିଙ୍କ୍‌ ଥିଲା ସ୍ଥାନୀୟ ବିଧାୟକଙ୍କ ବିରୋଧରେ ଦାୟର ହୋଇଥିବା ନିର୍ବାଚନୀ ମାମଲା। ଶିବଶଙ୍କର ମାମଲା କରିଥିଲେ, ବିକ୍ରମ ଖର୍ଚ୍ଚ ବହନ କରୁଥିଲେ। ଏସପିଙ୍କ ଏହି ଟିପ୍ପଣୀ ତାଙ୍କ ପାଇଁ ଅଡୁଆ ସୃଷ୍ଟି କରିଥିଲା। ଏହାକୁ ନେଇ ଗତ ୩୧ ତାରିଖରେ ହାଇକୋର୍ଟ ଖପ୍ପା ହେବା ସହିତ ଏସପିଙ୍କୁ ରିପୋର୍ଟ ତଲବ କରିଥିଲେ।

Hot this week

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

Related Articles

Popular Categories