www.samajalive.in
Monday, December 15, 2025
15.1 C
Bhubaneswar

ମାତ୍ର ୪୮ ଘଣ୍ଟା ପରେ ପୁଣି ଶୀର୍ଷ ସ୍ଥାନ ହରାଇଲେ ଏଲୋନ୍ ମସ୍କ

ଡେସ୍କ: ପୁଣି ଥରେ ପୃଥିବୀର ସବୁଠାରୁ ଧନୀ ବ୍ୟକ୍ତି ଭାବରେ ମୁକୁଟ ପିନ୍ଧିବାର ମାତ୍ର ୪୮ ଘଣ୍ଟା ପରେ ଏଲୋନ୍ ମସ୍କଙ୍କୁ ଶୀର୍ଷ ସ୍ଥାନ ହରାଇବାକୁ ପଡିଛି। ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସ ଅନୁଯାୟୀ ଗୁରୁବାର ଦିନ ତାଙ୍କର ନିଟ୍ ମୂଲ୍ୟରେ ପ୍ରାୟ ୨ ବିଲିୟନ ଡ଼ଲାର ହ୍ରାସ ଘଟି ୧୮୪ ବିଲିୟନ ଡ଼ଲାରରେ ରହିବା ପରେ ସେ ୨ ନମ୍ବରକୁ ଖସି ଆସିଛନ୍ତି। ଏବେ ୧୮୬ ବିଲିୟନ ଡଲାର ସମ୍ପତ୍ତିର ମାଲିକ ତଥା ଏଲଭିଏମଏଚର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ବର୍ନାର୍ଡ ଆର୍ନାଲ୍ଟ ପ୍ରଥମ ଧନୀ ବ୍ୟକ୍ତି ଓ ଟେସଲାର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଏଲୋନ୍ ମସ୍କ ଦ୍ଵିତୀୟ ସ୍ଥାନରେ ରହିଛନ୍ତି।

ମସ୍କ ଆର୍ନାଲ୍ଟକୁ ଶୀର୍ଷ ସ୍ଥାନରୁ ହଟାଇବାର ଦୁଇ ଦିନ ପରେ ଠିକ ଓଲଟା ଘଟିଥିଲା। ଡିସେମ୍ବର ମାସରେ ଟ୍ୱିଟର ଅଧିଗ୍ରହଣ, ଚାଇନାର ଚାହିଦା ମନ୍ଥରତା ଓ ଅନ୍ୟାନ୍ୟ କାରଣ ଯୋଗୁ ନିବେଶ ହ୍ରାସ ଘଟିଥିଲା ଓ ଟେସଲାର ସେୟାର ମୂଲ୍ୟ ୬୫% ହ୍ରାସ ପାଇଥିଲା।

- Advertisement -

ଗତ ବୁଧବାର ଦିନ ଟେସଲାର ସେୟାର ମୂଲ୍ୟରେ ୧.୪% ହ୍ରାସ ଘଟି ୨୦୨.୭୭ ଡଲାରରେ ସ୍ଥିର ରହିଥିଲା। ବୁଧବାର ଆୟୋଜିତ ଇଭେଣ୍ଟରେ ଟେସଲା ବଜେଟ୍ ଅନୁକୂଳ ବୈଦୁତିକ ଯାନ ଉନ୍ମୋଚନ କରି ନ ଥିବାରୁ ନିବେଶକଙ୍କ ମନୋଭାବରେ ବଡ ପରିବର୍ତ୍ତନ ହୋଇ ନ ପାରେ ବୋଲି ଅନୁମାନ କରାଯାଇଛି। ପୂର୍ବରୁ ମସ୍କ ୨୫ ହଜାର ଡଲାର ମୂଲ୍ୟର ବୈଦୁତିକ ଯାନ ଉନ୍ମୋଚନ କରିବା ନେଇ ଘୋଷଣା କରାଯାଇଥିଲା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories