www.samajalive.in
Monday, December 15, 2025
24.1 C
Bhubaneswar

ଏଲନ ମସ୍କ ଆଣିବେ ଏକ୍ସମେଲ୍

ନୂଆଦିଲ୍ଲୀ : ଟେସଲା, ସ୍ପେଶଏକ୍ସ ଏବଂ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ଏକ୍ସର ମାଲିକ ଏଲନ ମସ୍କ ‘XMail’ ଆଣିବା ନେଇ ଘୋଷଣା କରିଛନ୍ତି । ଏହି ଘୋଷଣା ସହିତ ଗୁଗଲର ପ୍ରମୁଖ ଜିମେଲ୍ ସେବାକୁ ମୁକାବିଲା ମିଳିବା ନେଇ ଅନୁମାନ କରାଯାଉଛି । ଏକ୍ସର ଇଞ୍ଜିନିୟର ନେଟ୍ ମ୍ୟାକଗ୍ରାଡିଙ୍କ ପୋଷ୍ଟର ଜବାବ ଦେଇ  ମସ୍କ ଏହି ଘୋଷଣା କରିଛନ୍ତି ।

- Advertisement -

ନେଟ ମ୍ୟାକଗ୍ରାଡି ଲେଖିଛନ୍ତି କି ‘ଆମେ ଏକ୍ସମେଲ୍ କେବେ ପ୍ରସ୍ତୁତ କରିବା । ଏଥିରେ ମସ୍କ ପ୍ରତିକ୍ରିୟା ଦେଇ କହିଛନ୍ତି କି ଇଟ୍ସ କମିଂ (ଏହା ଆସୁଛି ) ।’ ତେବେ ମସ୍କ ଏବେ ଏକ୍ସମେଲର ଲଞ୍ଚିଂର ତାରିଖ ଏବଂ ଏସମ୍ପର୍କିତ କୌଣସି ବି ତଥ୍ୟ ସେୟାର କରିନାହାଁନ୍ତି ।

ନିକଟରେ ଗୁଗଲର ଜି-ମେଲ୍ ସେବା ବନ୍ଦ ହେବାର ମିଛ ଖବର ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଥିଲା । ତେବେ ଜିମେଲ୍ ଏହାକୁ ଖାରଜ କରିସାରିଛି । ଜିମେଲ ନିଜ ଅଫିସିଆଲ ସାମାଜିକ ଗଣମାଧ୍ୟମ ଆକାଉଣ୍ଟ ଏକ୍ସରେ ଲେଖିଛି କି ଜିମେଲ୍ ସେବା ଚାଲିଛି ଏବଂ ଚାଲିବ ମଧ୍ୟ ।

Hot this week

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

Related Articles

Popular Categories