www.samajalive.in
Saturday, December 6, 2025
15.1 C
Bhubaneswar

୨୭ ଟିକିଆ ହାତୀପଲଙ୍କ ଉପଦ୍ରବ: ବ୍ୟାପକ ଫସଲ ନଷ୍ଟ

କରଞ୍ଜିଆ: ୫ ଗାଁରେ ନାକେଦମ କଲେଣି କରଞ୍ଜିଆରେ ଥିବା ୨୭ ଟିକିଆ ଝାଡଖଣ୍ଡ ହାତୀପଲ। ତଣ୍ଡ, ବାଲିକଳା, ବାଲିପୋଷି, ବାଲିତୁଟ, ଗୁଜିଟିଙ୍ଗିରି ଗାଁରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି। ଗତ ୩ଦିନ ଧରି ଏହି ହାତୀପଲ ଦିନ ବେଳା କରଞ୍ଜିଆ ବନଖଣ୍ଡରେ ଡେରା ପକାଉଛନ୍ତି। ଏବଂ ସନ୍ଧ୍ୟା ହେଲେ ହାତୀ ମାନେ ଗାଁ ମାନଙ୍କରେ ହୋଇଥିବା ଖରାଟିଆ ଧାନ ଫସଲ ଖାଇ ବ୍ୟାପକ ନଷ୍ଟ କରୁଥିବା ଜଣାପଡିଛି। ହାତୀମାନେ ଧାନ ଫସଲ ନଷ୍ଟ କରୁଥିବାରୁ ଲୋକଙ୍କ ମନରେ ଅସନ୍ତୋଷ ଦେଖାଦେଇଛି। ବନ ବିଭାଗ ହାତୀ ମାନଙ୍କ ଗତିବିଧି ଉପରେ ନଜର ରଖିଛି। ତେବେ ହାତୀମାନେ ଆଜି ବି କରଞ୍ଜିଆ ବନଖଣ୍ଡର ବଡଦେଉଳି ଗାଁ ଜଙ୍ଗଲରେ ଡେରା ପକାଇଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories