www.samajalive.in
Sunday, December 14, 2025
19.1 C
Bhubaneswar

ଧୋକା ଦେଉଛି ବିଦ୍ୟୁତ ବିଭାଗ, ଅନ୍ଧାରରେ ସହର

ବଲାଙ୍ଗିର :ବଲାଙ୍ଗିର ଠିକାଦାରପଡ଼ାର ରାଜା ଜାଲ । ଅସ୍ଥି ମଜ୍ଜା କର୍କଟରେ ପୀଡ଼ିତ ସ୍ୱେଚ୍ଛାସେବୀ ରାଜାଙ୍କର ଚିକିତ୍ସା କଟକ ଏସ୍‌ସିବିରେ ହେଉଥିଲା । ତାଙ୍କ ଚିକିତ୍ସା ପାଇଁ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ, ବ୍ୟକ୍ତିବିଶେଷ ଓ ଶୁଭେଚ୍ଛୁମାନେ ସହାୟତା ଅର୍ଥ ଦେଇଥିଲେ । କିତ୍ତୁ ମଙ୍ଗଳବାର ଅପରାହ୍ନରେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ରାତିରେ ବଲାଙ୍ଗିର ଅଣାଯାଇଥିଲା । ଏକମାତ୍ର ପୁଅ ରାଜାକୁ ହରାଇ ମ୍ରିୟମାଣ ହୋଇଯାଇଥିଲେ ବାପା ନରେନ୍ଦ୍ର ଜାଲ ଓ ମା’ ବେଲ ଜାଲ୍‌ । ରାତିରେ ହିଁ ଶୋଭାଯାତ୍ରାରେ ବିଭୂତିପଡ଼ା ସ୍ମଶାନକୁ ରାଜାଙ୍କ ଶବକୁ ଶେଷକୃତ୍ୟ କରିବାକୁ ନିଆଯାଇଥିଲା । ତେବେ ମଙ୍ଗଳବାର ରାତି ୧୧ଟାରୁ ବଲାଙ୍ଗିର ସହରରେ ବିଦ୍ୟୁତ ବିଭ୍ରାଟ ହୋଇଥିଲା । ସହର ଅନ୍ଧାରରେ ରହିଥିଲା । ସ୍ମଶାନରେ ବିକଳ୍ପ ଆଲୋକ ବ୍ୟବସ୍ଥା ନଥିବାରୁ ଶେଷରେ ଟ୍ରାକ୍ଟର ଲାଇଟ୍‌ ଜଳାଇ ମୃତ ରାଜାଙ୍କ ଶେଷକୃତ୍ୟ କରାଯାଇଥିଲା । ରାତି ପ୍ରାୟ ୩ଟା ବେଳେ ବିଦ୍ୟୁତ ସରବରାହ ସ୍ୱାଭାବିକ ହୋଇଥିଲା । ବିଦ୍ୟୁତ ବିଭାଗ ଅଧିକାରୀଙ୍କୁ ପଚାରିଲେ କିଛି ସମୟ ପରେ ଲାଇନ୍‌ ଆସିଯିବ କହୁଥିଲେ । ଶେଷରେ ଲାଲଟିକ୍ରା ସ୍ଥିତ ୩୩ କେଭି ବିଦ୍ୟୁତ ସରବରାହ କେନ୍ଦ୍ରର ଫ୍ୟୁଜ ପୋଡି ଯାଇଥିବାରୁ ବିଦ୍ୟୁତ ସେବା ଯୋଗାଇବା ସମ୍ଭବ ହୋଇ ନଥିବା ଜଣାପଡିଥିଲା । ବୁଧୁବାର ଦିନ ସାରା ସେହି ଭଳି ବାରମ୍ବାର ବିଦ୍ୟୁତ କାଟ ଜାରି ରହିଥିଲା । ବୁଧୁବାର ସନ୍ଧ୍ୟାରେ ବିଦ୍ୟୁତ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ଗୁରୁବାର ସକାଳ ୭ଟାରୁ ସାଢେ ୧୦ଟା ଯାଏ ଲାଲଟିକ୍ରା ଗ୍ରୀଡର ମରାମତି କାମ କରାଯିବ । ତେଣୁ ସହର ଓ ପାରିପାଶ୍ୱିର୍କ ଅଞ୍ଚଳରେ ବିଦ୍ୟୁତ ସେବା ବନ୍ଦ ରହିବ । ବାରମ୍ବାର ବିଦ୍ୟୁତ ବିଭ୍ରାଟ ଓ ମରାମତି ଆଳରେ ବିଦ୍ୟୁତ କାଟକୁ ନେଇ ବଲାଙ୍ଗିରରେ ଅସନ୍ତୋଷ ପ୍ରକାଶ ପାଇଛି ।

Hot this week

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

Related Articles

Popular Categories