ଆଠଗଡ : ରାଜ୍ୟରେ ବିଜେଡି ପକ୍ଷରୁ ମାସେ ବ୍ୟାପୀ ଚାଲିଥିବା ଜନସଂପର୍କ ପଦଯାତ୍ରାର ଏକାଦଶ ଦିନରେ ଆଠଗଡ ବିଜେଡି ପକ୍ଷରୁ ସଠିଲୋ ପଞ୍ଚାୟତରେ ଜନସଂପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବିଜେଡି ବ୍ଲକ ସଭାପତି ରବିନ୍ଦ୍ରନାଥ ରାଉତ, ପୂର୍ବତନ ନଗରପାଳ ରମେଶଚନ୍ଦ୍ର ଘଢାଇ, ସରପଞ୍ଚ ବୀଣାପାଣି ପରିଡା, ସମିତିସଭ୍ୟ ସୁବାସ ପାଲ, ପୂର୍ବତନ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ସୁନିଲ ପରିଡା, ଛାତ୍ରବିଜେଡି ସଭାପତି ସତ୍ୟପ୍ରିୟ ମହାନ୍ତିଙ୍କ ନେତୃତ୍ୱର ଦଳୀୟ ନେତା ଓ କର୍ମୀ ସଠିଲୋ ପଞ୍ଚାୟତର ପ୍ରତ୍ୟେକ ଗ୍ରାମରେ ପଦଯାତ୍ରା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାରଙ୍କର ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ଓ ଲୋକାଭିମୁଖୀ ଯୋଜନା ସଂପର୍କରେ ଲୋକଙ୍କୁ ଅବଗତ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଯୁବ ବିଜେଡି ସଂପାଦକ ସୂର୍ଯ୍ୟନାରାୟଣ ପାଲ, ଶ୍ରମିକ ନେତା ବିଜୟ ପରିଡା, ମିଥୁନ ସ୍ୱାଇଁ, ପ୍ରସନ୍ନ ପରିଡାଙ୍କ ସମେତ ନାରୀନେତ୍ରୀ ଝୁମ୍ପେଇ ନାଏକ ଓ ବହୁ କର୍ମୀ ଯୋଗଦାନ କରି ଉଦ୍ବୋଧନ ଦେଇଥିଲେ ।
Popular Categories



