www.samajalive.in
Monday, December 15, 2025
15.1 C
Bhubaneswar

ସକାଳେ ଅତିଥି, ସନ୍ଧ୍ୟାରେ ଗିରଫ

ବଲାଙ୍ଗିର, :୧୭ ବର୍ଷରୁ କମ୍‌ ବଲାଙ୍ଗିର ଜିଲାସ୍ତରୀୟ ବାଳକ-ବାଳିକା ଫୁଟବଲ ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମରେ ଆରମ୍ଭ ହୋଇଛି । ବୁଧୁବାର ଥିଲା ଦ୍ୱିତୀୟ ଦିନ । ଦ୍ୱିତୀୟ ଦିନରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ମୁଖ୍ୟ ଅତିଥି ଥିଲେ । ସମ୍ମାନିତ ଅତିଥି ଭାବେ ବଲାଙ୍ଗିର ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ(ବିଇଓ) ରାଘବ ପାଣିଗ୍ରାହୀ ଓ ଅନ୍ୟମାନେ ଯୋଗ ଦେଇଥିଲେ । ମୁଖ୍ୟଅତିଥିଙ୍କ ସହ ମିଶି ସ୍କୁଲଗୁଡ଼ିକୁ ଫୁଟବଲ ବଣ୍ଟନ କରିଥିଲେ । ଆଉ ସନ୍ଧ୍ୟାରେ ଏକ ମାମଲା ରଫାଦଫା କରିବା ପାଇଁ ୧୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବିଇଓଙ୍କୁ ବଲାଙ୍ଗିର ଭିଜିଲାନ୍ସ ଗିରଫ କରିଛି । ସକାଳେ ଅତିଥି, ସନ୍ଧ୍ୟାରେ ଗିରଫ ବୋଲି ବଲାଙ୍ଗିରରେ ଚର୍ଚ୍ଚା ଜୋର ଧରିଛି ।

ବଲାଙ୍ଗିର ଜିଲା ପାଟଣାଗଡ ବ୍ଲକ ରାମପୁର ପାଟଣେଶ୍ୱରୀ ହାଇସ୍କୁଲର ଶିକ୍ଷକ ସୁରେଶ ଚନ୍ଦ୍ର ମେହେର । ଶ୍ରୀ ମେହେରଙ୍କ ବିରୋଧରେ ଅନ୍ୟ ଜଣେ ସହକାରୀ ଶିକ୍ଷକଙ୍କ ପତ୍ନୀ ଦୁର୍ବ୍ୟବହାର କରିଥିବା ଅଭିଯୋଗ କରିଥିଲେ । ଏହି ଅଭିଯୋଗକୁ ଆଧାର କରି ଶିକ୍ଷକ ଶ୍ରୀ ମେହେରଙ୍କୁ ନିଲମ୍ବିତ କରାଯାଇଥିଲା । ନିଲମ୍ବନ ପରେ ପୁଣିଥରେ ପୁନଃ ଅବସ୍ଥାପିତ ହୋଇଥିଲେ ସେ । ରାମପୁର ହାଇସ୍କୁଲ ବଦଳରେ ପାଟଣାଗଡ ରମାଇ ହାଇସ୍କୁଲକୁ ବଦଳି କରାଯାଇଥିଲା ଶ୍ରୀ ମେହେରଙ୍କୁ । ଏହି ମାମଲାର ବିଭାଗୀୟ ରିପୋର୍ଟ ଦେବାକୁ ଜିଲା ଶିକ୍ଷାଧିକାରୀ କାର୍ଯ୍ୟାଳୟରୁ ବଲାଙ୍ଗିର ବିଇଓ ଶ୍ରୀ ପାଣିଗ୍ରାହୀଙ୍କୁ ଦାୟିତ୍ୱ ଦିଆଯାଇଥିଲା । ତେବେ ତଦନ୍ତ ରିପୋର୍ଟରେ ତାଙ୍‌କୁ ଅନୁକମ୍ପା ଦେଖାଇ କୋହଳ କରିବା ପାଇଁ ବିଇଓ ଶିକ୍ଷକ ଶ୍ରୀ ମେହେରଙ୍କଠାରୁ ୧୦ହଜାର ଟଙ୍କା ଦାବି କରିଥିଲେ । ଏସଂପର୍କରେ ଭିଜିଲାନ୍ସକୁ ଜଣାଇବା ପରେ ରସାୟନ ବୋଳା ୫ଶହ ଟଙ୍କିଆ ନୋଟ୍‌ ଶ୍ରୀ ମେହେରଙ୍କୁ ଦିଆଯାଇଥିଲା । ବୁଧୁବାର ସନ୍ଧ୍ୟା ପ୍ରାୟ ୫ଟା ବେଳେ ଖାଲି ଖାଲି ହୋଇ ଆସିଥିଲା ବିଇଓ କାର୍ଯ୍ୟାଳୟ । ନିଜ ପ୍ରକୋଷ୍ଠରେ ବିଇଓ ଶ୍ରୀ ପାଣିଗ୍ରାହୀ କାମ କରୁଥିବା ବେଳେ ଭିତରକୁ ଶିକ୍ଷକ ଶ୍ରୀ ମେହେର ଯାଇଥିଲେ । ତାଙ୍କୁ ୧୦ହଜାର ଟଙ୍କା ଦେଇଥିଲେ । ବାହାରେ ଛକି ରହିଥିବା ଭିଜିଲାନ୍ସ ଡିଏସ୍‌ପି ପଲସ୍ତି ଛତ୍ରିଆ, ଇନସେପକ୍ଟର ରୀତାଞ୍ଜଳି ପ୍ରଧାନ ବିଇଓଙ୍କ ପ୍ରକୋଷ୍ଠରେ ପଶି ରସାୟନ ବୋଳା ଟଙ୍କା ସହ ତାଙ୍କୁ ଧରିଥିଲେ । କାଗଜପତ୍ର ଖୋଳତାଡ କରିବା ସହ ଆଉ ଏକ ଭିଜିଲାନ୍ସ ଦଳ ସ୍ଥାନୀୟ ରାଜେନ୍ଦ୍ର ପଡ଼ା ସ୍ଥିତ ଘରେ ଚଢଉ କରି ଖୋଳତାଡ କରିଥିଲେ । ଆବଶ୍ୟକୀୟ କାଗଜପତ୍ର କାମ ପରେ ବଲାଙ୍ଗିର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ଗିରଫ ବିଇଓ ଶ୍ରୀ ପାଣିଗ୍ରାହୀଙ୍କୁ ହାଜର କରାଯିବ ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories