www.samajalive.in
Sunday, December 14, 2025
26.1 C
Bhubaneswar

ଗଜଲକ୍ଷ୍ମୀ ପୂଜାମଣ୍ଡପରେ ଯଜ୍ଞର ପୂର୍ଣ୍ଣାହୁତି ସଂପନ୍ନ

ଆଠଗଡ : ଲକ୍ଷ୍ମୀବଜାରଠାରେ ହନୁମାନ ଜୀଉ କୃପା ପରିଷଦ, ଷ୍ଟାର ନାଇଟ କ୍ଲବ ଓ ଲକ୍ଷ୍ମୀବଜାର କମିଟିର ମିଳିତ ଆନୁକୁଲ୍ୟରେ ଆୟୋଜିତ ହୋଇଥିବା ଲକ୍ଷ୍ମୀପୂଜା ମଣ୍ଡପରେ ୩ଦିନ ବ୍ୟାପୀ ହେଉଥିବା ଯଜ୍ଞର ପୂର୍ଣ୍ଣାହୁତି ବୁଧବାର ସନ୍ଧ୍ୟାରେ ସଂପନ୍ନ ହୋଇଛି । ରବିବାର ଜଳାଧିବାସ, ମଙ୍ଗଳିକରଣ, ଦେବୀଙ୍କ ପ୍ରାଣପ୍ରତିଷ୍ଠା, ମଣ୍ଡଳପୂଜା, ଅଗ୍ନି ସ୍ଥାପନ ଓ ଆଳତୀ କରାଯାଇଥିଲା । ପଣ୍ଡିତ ଲିଙ୍ଗରାଜ ତ୍ରିପାଠୀ ଓ ସୁଧାକର ଶତପଥୀ ପୁରୋଧା ଭାବେ ଏବଂ ଷ୍ଟାର ନାଇଟ କ୍ଲବର ସଦସ୍ୟ ସୌମେନ୍ଦ୍ର କୁମାର ନନ୍ଦ କର୍ତ୍ତାଭାବେ ଯଜ୍ଞ ପରିଚାଳନା କରିଥିଲେ । ପଣ୍ଡିତ ମାନସ କୁମାର ପଣ୍ଡା, ବସନ୍ତ କୁମାର ବାରିକ, ଅର୍ଦ୍ଧେନ୍ଦୁ ମହାନ୍ତି, ପ୍ରମିତାଭ ମହାପାତ୍ର, ଦିପ୍ତୀରଞ୍ଜନ ମିଶ୍ର, ନଚିକେତା ପରମାଣିକ, ଚିତ୍ତରଞ୍ଜନ ସାହୁ ପ୍ରମୁଖଙ୍କ ସମେତ ଆୟୋଜକ ଅନୁଷ୍ଠାନର ସଦସ୍ୟମାନେ ଏହି ଗଜଲକ୍ଷ୍ମୀ ପୂଜା ଓ ଯଜ୍ଞ ପରିଚାଳନାରେ ସହଯୋଗ କରିଥିଲେ । ଆଗାମୀ ଶୁକ୍ରବାର ଗଜଲକ୍ଷ୍ମୀଙ୍କର ଭସାଣି ଉତ୍ସବ ଅନୁଷ୍ଠିତ ହେବ ବୋଲି ଆୟୋଜକଙ୍କ ସୁତ୍ରରୁ ପ୍ରକାଶ ।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories