www.samajalive.in
Sunday, December 14, 2025
14.1 C
Bhubaneswar

ବେଣୁ ଗୋପାଳସ୍ବାମୀ ମନ୍ଦିର ରକ୍ଷଣାବେକ୍ଷଣ ପାଇଁ ଅଭିଯୋଗ, ତଦାରଖ କଲେ ଦେବତ୍ତୋର ଅଧିକାରୀ

ଗୋପାଳପୁର: ଗୋପାଳପୁର ରେଉ ସାହିରେ ଥିବା ୧୫୦ ବର୍ଷର ଅତି ପୁରାତନ ଗୋପାଳ ସ୍ବାମୀ ମନ୍ଦିରର ଉଚିତ ରକ୍ଷଣାବେକ୍ଷଣ କିମ୍ବା ପୁଜା ସଠିକ ଭାବେ ହେଉନଥିବା ନେଇ ଗ୍ରାମବାସୀଙ୍କ ଅଭିଯୋଗ ପରେ ଆଜି ତଦାରଖ ପାଇଁ ବ୍ରହ୍ମପୁର ଅତିରିକ୍ତ ଉପ ଦେବତ୍ତର କମିଶନର ସୌମ୍ୟ ରଞ୍ଜନ ନାୟକ ଏବଂ ଡିଭିଜନ ଇନ୍ସପେକ୍ଟର ହେମନ୍ତ କୁମାର ଦାସ ପ୍ରମୁଖ ମନ୍ଦିର ପରିଦର୍ଶନ କରିବା ସହ ଅଞ୍ଚଳବାସୀଙ୍କ ସହ ଆଲୋଚନା କରିଛନ୍ତି। ୧୫୦ ବର୍ଷ ପୂର୍ବେ ଏହି ମନ୍ଦିର ନିର୍ମାଣ କରାଯାଇଥିଲା। ମନ୍ଦିରର ନାମ ଅନୁସାରେ ଗୋପାଳପୁର ସହରର ନାମକରଣ କରାଯାଇଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି।

ଏହି ଐତିହ୍ୟ ମନ୍ଦିର ୨୦୦୭ରୁ ରକ୍ଷଣାବେକ୍ଷଣ ହେଉ ନ ଥିବା ଯୋଗୁଁ ଗ୍ରାମବାସୀ ଓ ମତ୍ସ୍ୟଜୀବୀମାନେ ଦେବତ୍ତୋର କମିଶନଙ୍କୁ ଅଭିଯୋଗ କରିଥିଲେ। ଗତ ୨୦୧୭ରେ ଦେବତ୍ତୋର ବିଭାଗ ପକ୍ଷରୁ ମନ୍ଦିର ପରିଚାଳନା ନିମନ୍ତେ ଏକ ସ୍ଥାନୀୟ କମିଟି ଗଠନ କରିବା ପାଇଁ ନିର୍ଦ୍ଦେଶ ହୋଇଥିଲେ ସୁଦ୍ଧା ଆଜି ଯାଏଁ ଏହା କାର୍ଯ୍ୟକାରୀ ହୋଇପରି ନାହିଁ। ଆଜି ପୁଣିଥରେ ଦେବତ୍ତୋର ବିଭାଗ ଅଧିକାରୀଙ୍କୁ ସମାଜସେବୀ ପଞ୍ଚୁ ବେହେରା, ବି. ଆପେୟା, ଧନରlଜୁ, ନୀଳାଚଳ ପାନ୍ତୁଲୁ, ଲାଚେୟl, ମହିଳା ଗୋଷ୍ଠୀର କୋମଲି, ଅନୁଷୟା, ଲକ୍ଷ୍ମୀ ପ୍ରମୁଖ ଆଉ ଏକ ଲିଖିତ ଅଭିଯୋଗ ପତ୍ର ମଧ୍ୟ ପ୍ରଦାନ କରିବା ସହ ମନ୍ଦିରର ରକ୍ଷଣାବେକ୍ଷଣ, ଆବଶ୍ୟକ ପୂଜାରୀ ନିଯୁକ୍ତି, ମନ୍ଦିରର ନିତିକାନ୍ତି, ପର୍ବପର୍ବାଣୀ ଓ କମିଟି ପୁନଃ ଗଠନ ଆଦି ଉପରେ ଅଭିଯୋଗ ପତ୍ରରେ ଉଲ୍ଲେଖ କରାଯାଇଛି। ଏ ନେଇ ଉପ ଦେବତ୍ତର କମିଶନର ସୌମ୍ୟ ରଞ୍ଜନ ନାୟକ କହିଥିଲେ ଯେ ତଦାରଖ କରିଛୁ। ଅଭିଯୋଗରେ ସତ୍ୟାସତ୍ୟ ରହିଛି। ଏହା ନେଇ ତୁରନ୍ତ ପଦକ୍ଷେପ ନେବେ ବୋଲି କହିଛନ୍ତି।

Hot this week

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

ଜିଲାପାଳଙ୍କୁ ମୁଣ୍ଡିଆ ମାରି ଧାନ କିଣିବାକୁ ଗୁହାରି

ପଦ୍ମପୁର : ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପଦ୍ମପୁର ଉପଖଣ୍ଡ ଚାଷୀଙ୍କ ଅସନ୍ତୋଷର...

Related Articles

Popular Categories