ଲାଞ୍ଜିଗଡ: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁରସ୍ଥିତ ବ୍ଲକ ସମ୍ମିଳନୀ କକ୍ଷଠାରେ ଡାକ ବିଭାଗ ତରଫରୁ ଡାକମେଳା ଅନୁଷ୍ଠିତ ହୋଇଯାଇଛି। ଦେଶର ସବୁଠାରୁ ବିଶ୍ୱସନୀୟ ଯୋଗାଯୋଗ ବ୍ୟବସ୍ଥା ଡାକସେବା ହୋଇଥିବା ବେଳେ ଆଧୁନିକତାର ତାଳେ ତାଳେ ଏହାର ମଧ୍ୟ ପରିବର୍ତ୍ତନର ଆବଶ୍ୟକତା ରହିଛି ବୋଲି ଏଥିରେ ଯୋଗ ଦେଇଥିବା ଅତିଥିମାନେ ମତବ୍ୟକ୍ତ କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରୀ, ସମ୍ମାନିତ ଅତିଥି ଭାବେ ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ଉପାଧ୍ୟକ୍ଷ ସଞ୍ଜୀବ କୁମାର ନାୟକ, ଡାକସେବା ଅଧୀକ୍ଷକ ସଞ୍ଜୟ ମିଶ୍ର, ସହକାରୀ ଡାକ ଅଧୀକ୍ଷକ ବିଜୟ କୁମାର ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ। ବିଶ୍ୱନାଥପୁର ଡାକସେବା ବିଭାଗର କର୍ମକର୍ତ୍ତାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ଡାକମେଳାରେ ଅଞ୍ଚଳର ଅନେକ କର୍ମଚାରୀ, ଜନ ପ୍ରତିନିଧି, ଆଶା ଓ ଅଙ୍ଗନବାଡି କର୍ମୀମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ।
Popular Categories



