www.samajalive.in
Sunday, December 7, 2025
26.1 C
Bhubaneswar

ଉପନିର୍ବାଚନ ପ୍ରସ୍ତୁତି: ୩ ଦିନ ମଧ୍ୟରେ ରାଜ୍ୟଗୁଡ଼ିକରୁ ରିପୋର୍ଟ ମାଗିଲେ କେନ୍ଦ୍ର ନିର୍ବାଚନ କମିଶନ

ନୂଆଦିଲ୍ଲୀ: ଆଗାମୀ ମାସରେ ହେବାକୁଥିବା ଉପନିର୍ବାଚନଗୁଡ଼ିକ ସମ୍ପର୍କରେ ବିଭିନ୍ନ ରାଜ୍ୟରୁ ରିପୋର୍ଟ ମାଗିଛନ୍ତି କେନ୍ଦ୍ର ନିର୍ବାଚନ କମିଶନର । ମଙ୍ଗଳବାର ଏ ସମ୍ପର୍କରେ କମିଶନ ପକ୍ଷରୁ ବିଭିନ୍ନ ରାଜ୍ୟକୁ ରିପୋର୍ଟ ମଗାଯାଇଛି । କରୋନା ସଂକ୍ରମଣ ମଧ୍ୟରେ ଉପନିର୍ବାଚନଗୁଡ଼ିକୁ ଶୃଙ୍ଖଳିତ ଭାବରେ ଶେଷ କରିବା ପାଇଁ କି ପଦକ୍ଷେପ ଗ୍ରହଣ କରାଯାଇଛି ଓ କି ପ୍ରସ୍ତୁତି କରାଯାଇଛି ସେ ସମ୍ପର୍କରେ ୩ ଦିନ ମଧ୍ୟରେ ରିପୋଟ ଦେବା ପାଇଁ କୁହାଯାଇଛି । ସଂପୃକ୍ତ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀମାନେ ନିର୍ବାଚନ ପ୍ରଚାର ଓ ମତଦାନ ନିମନ୍ତେ ସମଗ୍ର ଯୋଜନା ପ୍ରସ୍ତୁତ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି ।
ଏହି ରିପୋର୍ଟ ମିଳିବା ପରେ ଯାଇ ମୁଖ୍ୟ ନିର୍ବାଚନ କମିଶନର ପରବର୍ତୀ ପଦକ୍ଷେପ ଗ୍ରହଣ କରିବେ ।
ବିିଭିନ୍ନ ରାଜ୍ୟରେ ହେବାକୁଥିବା ଲୋକସଭା ଓ ବିଧାନସଭା ଉପନିର୍ବାଚନ ସଂକ୍ରାନ୍ତରେ ନିର୍ବାଚନ କମିଶନ ମଙ୍ଗଳବାର ବୈଠକ କରିଛନ୍ତି । ଏହି ବୈଠକରେ ବିଭିନ୍ନ ରାଜନୈତିକ ଦଳର ପରାମର୍ଶ ସମ୍ପର୍କରେ ମଧ୍ୟ ଅନୁଧ୍ୟାନ କରିଛନ୍ତି ।
ସୂଚନାଯୋଗ୍ୟ ଯେ ସେପ୍ଟେମ୍ବର ମାସରେ  ଗୋଟିଏ   ଲୋକସଭା ଆସନ ସହ ପ୍ରାୟ ୬୦ରୁ ଅଧିକ ବିଭିନ୍ନ ରାଜ୍ୟର ବିଧାନସଭା ଆସନରେ ଉପନିର୍ବାଚନ ହେବାର ସମ୍ଭାବନା ରହିଛି । ଏହାମଧ୍ୟରୁ ମଧ୍ୟପ୍ରଦେଶରେ ୨୬, ଗୁଜରାଟରେ ୧୦, ତେଲଙ୍ଗାନାର ୧, ତାମିଲନାଡ଼ୁରେ ୩, ଉତ୍ତରପ୍ରଦେଶରେ ୬, ଓଡ଼ିଶାରେ ୨ ଓ ପଶ୍ଚିମବଙ୍ଗରେ ୫ଟି ବିଧାନସଭା ଆସନ ଅନ୍ତର୍ଭୁକ୍ତ ।

ଅନ୍ୟପକ୍ଷରେ ବିହାର ବିଧାନସଭା ନିର୍ବାଚନ ନେଇ କୌଣସି ନିର୍ଦିଷ୍ଟ ନିଷ୍ପତ୍ତି ନିଆଯାଇ ନାହିଁ । ମହାମାରୀ କାଳରେ ବିହାରରେ କିପରି ନିର୍ବାଚନ ହେବ ସେ ସମ୍ପର୍କରେ ବିଭିନ୍ନ ରାଜନୈତିକ ଦଳଠାରୁ ପରାମର୍ଶ ମଗାଯାଇଥିଲା । ଏହା ସହ ସାମାଜିକ ଦୂରତ୍ବ ପାଳନ ଏବଂ ମତଦାନ କେନ୍ଦ୍ର ବୃଦ୍ଧି ସମ୍ପର୍କରେ ମଧ୍ୟ ରିପୋର୍ଟ ମଗାଯାଇଥିଲା । ଏ ସମ୍ପର୍କରେ କିଛି ରିପୋର୍ଟ ମିଳିଛି ଓ ଅନ୍ୟ ରିପୋର୍ଟକୁ ଅପେକ୍ଷା କରାଯାଇଛି । ବିହାରରେ ଅକ୍ଟୋବର-ନଭେମବର ମାସରେ ନିର୍ବାଚନ ହେବାର ସମ୍ଭାବନା ଅଛି । ବିହାର ଏବେ ଦୋହରା ବିପଦର ସମ୍ମୁଖୀନ ହୋଇଛି । ପ୍ରଥମେ କରୋନା ସଂକ୍ରମଣ ଓ ଏବେ ବନ୍ୟା ଯୋଗୁଁ ରାଜ୍ୟର ସ୍ଥିତି ଗୁରୁତର ହୋଇଛି । ଏହି ସ୍ଥିତିରେ ନିର୍ବାଚନ ନେଇ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇ ନାହିଁ ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories