www.samajalive.in
Sunday, December 14, 2025
17.1 C
Bhubaneswar

ମୁକ୍ତ ନିର୍ବାଚନ କ୍ଷେତ୍ରରେ ବାଧକ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ: ସମ୍ପ୍ରତି ଦଙ୍ଗା ଓ ପୋଡାଜଳା ପରେ କୋଲକାତାରେ ମୁକ୍ତ ଓ ଅବାଧ ନିର୍ବାଚନ ପାଇଁ ଦ୍ୱାରା ଧାରା ୩୨୪ ଲାଗୁ ହେବା ପରେ ଏବେ ନିର୍ବାଚନ ଆୟୋଗଙ୍କ ଭୂମିକା ନେଇ ପ୍ରଶ୍ନ ଉଠିଛି। ଲୋକସଭାର ପୂର୍ବତନ ମହାସଚିବ ପି.ଡି.ଟି ଆଚାର୍ଯ୍ୟ ଆୟୋଗଙ୍କ ନିଷ୍ପତ୍ତିକୁ ନିୟମ ବିରୁଦ୍ଧ କହିବା ସହ ନିର୍ବାଚନ ଆୟୋଗଙ୍କର ପ୍ରଚାର ବନ୍ଦ କରିବା କ୍ଷମତା ନାହିଁ ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ ପ୍ରଚାର ମାଧ୍ୟମରେ ଭୋଟରମାନଙ୍କ ପାଖରେ ନିଜ ଦଳର ଯୋଜନା ଓ ଆଭିମୁଖ୍ୟ ପହଞ୍ଚେଇବା ରାଜନୈତିକ ଦଳର ଅଧିକାର ଓ ସେଥିରୁ କାହାକୁ ବଞ୍ଚିତ କରିବା ଅଧିକାର ନିର୍ବାଚନ ଆୟୋଗଙ୍କର ନାହିଁ। ୩୨୪ ଧାରା ଲାଗୁ କରି ପ୍ରଚାର ବନ୍ଦ କରିବା ଦ୍ୱାରା ମୁକ୍ତ ଏବଂ ଅବାଧ ନିର୍ବାଚନ କରିବା ଦିଗରେ ନିଜେ ନିର୍ବାଚନ ଆୟୋଗ ପ୍ରତିବନ୍ଧକ ସାଜୁଛନ୍ତି ବୋଲି ଲୋକସଭାର ପୂର୍ବତନ ମହାସଚିବ ତଥା ସମ୍ବିଧାନ ବିଶେଷଜ୍ଞ ପି.ଡି.ଟି ଆଚାର୍ଯ୍ୟ କହିଛନ୍ତି।

ସମ୍ବିଧାନର ଧାରା ୩୨୪ ନିର୍ବାଚନ ଆୟୋଗକୁ ମୁକ୍ତ ଏବଂ ଅବାଧ ନିର୍ବାଚନ ପାଇଁ କ୍ଷମତା ପ୍ରଦାନ କରିଛି। କିନ୍ତୁ ଏହା ଆୟୋଗଙ୍କୁ କୌଣସି ସ୍ୱତନ୍ତ୍ର କ୍ଷମତା ଦେଇନାହିଁ। ଏହି ଧାରା ଅନୁଯାୟୀ ଯଦି କୌଣସି ବ୍ୟକ୍ତି ବା ପ୍ରାର୍ଥୀ ଯଦି ଜାତିଆଣ ମନ୍ତବ୍ୟ ଦିଅନ୍ତି, ସେ କ୍ଷେତ୍ରରେ କମିଶନ ତାଙ୍କୁ ପ୍ରଚାର ନ କରିବା ପାଇଁ କଟକଣା ଲାଗୁ କରି ପାରିବେ, କିନ୍ତୁ ଦଣ୍ଡ ବିଧାନ କରିପାରିବେ ନାହିଁ।

- Advertisement -

ଅମିତ ଶାହଙ୍କ ରାଲିରେ ବିଦ୍ୟା ସାଗର କଲେଜରେ ଭଙ୍ଗାରୁଜା ଓ ବିଦ୍ୟା ସାଗରଙ୍କ ପ୍ରତିମୂର୍ତ୍ତି ଭଙ୍ଗା ଘଟଣାରେ ସମର୍ଥକମାନେ କେଶରୀ ରଙ୍ଗ ବସ୍ତ୍ର ପିନ୍ଧିଥିବା ଭିଡିଓ ଫୁଟେଜରୁ ଜଣାପଡିଛି। ଲୋକସଭାର ପୂର୍ବତନ ମହାସଚିବ ପି.ଡି.ଟି ଆଚାର୍ଯ୍ୟ କହିଛନ୍ତି ଯେ ଧାରା ୩୨୪ର ସେହି ସମୟରେ ନିର୍ବାଚନ କମିଶନ ବ୍ୟବହାର କରିବେ ଯେତେବେଳେ କୌଣସି ଘଟଣାର ସମାଧାନ ପାଇଁ ଅନ୍ୟ କୌଣସି ନିୟମ ନ ଥିବା ସେହିଭଳି କାହାକୁ ବଦଳି କିମ୍ବା ସସପେଣ୍ଡ କରିବା ଅଧିକାର ମଧ୍ୟ ନିର୍ବାଚନ କମିଶନଙ୍କ ନାହିଁ, ସେ କେବଳ ଏଥି ପାଇଁ ସରକାରଙ୍କୁ ସୁପାରିଶ କରିପାରିବେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories