www.samajalive.in
Sunday, December 14, 2025
26.1 C
Bhubaneswar

ସମସ୍ତଙ୍କୁ ଭଲ ବ୍ୟବହାର ଦେଖାଅ’ କହିବାରୁ ବୟସ୍କ ବ୍ୟକ୍ତିଙ୍କୁ ବସ୍‌ରୁ ଠେଲି ଦେଲେ ମହିଳା

ନ୍ୟୁୟର୍କ. – ବସ୍‌ରେ ଯାତ୍ରା କରୁଥିବା ବେଳେ ୨୫ ବର୍ଷ ବୟସ୍କା ଜଣେ ମହିଳା, ଯାତ୍ରୀମାନଙ୍କୁ ଉଚ୍ଚା ସ୍ୱରରେ ଗାଳି ଦେଉଥିଲେ । ସେଠାରେ ବସିଥିବା ୭୪ ବର୍ଷିୟ ବୟସ୍କବ୍ୟକ୍ତି ମହିଳା ଜଣଙ୍କୁ, ସମସ୍ତଙ୍କୁ ଭଲ ବ୍ୟବହାର ଦେଖାଅ କହିଥିଲେ । ଏଥିପାଇଁ ମହିଳା ଜଣଙ୍କ ରାଗିକରି ଏହି ବ୍ୟକ୍ତିଙ୍କୁ ବସ୍‌ରୁ ଠେଲି ଦେଇଥିଲେ । ଚିକିତ୍ସାଧୀନ ଅବସ୍ଥା ବୟସ୍କ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ଏହି ଘଟଣା ଆମେରିକାର ଲସ୍‌ଭେଗାସ୍‌ରେ ଘଟିଛି ।

କାଦେସା ମାଇକେଲ୍‌ ବିସପ୍‌ ନାମକ ୨୫ ବର୍ଷୀୟ ମହିଳା ନିଜ ପୁଅ ସହ ବସ୍‌ରେ ଯାତ୍ରା କରୁଥିଲେ । ସେ ପାଖରେ ଥିବା ସମସ୍ତ ଯାତ୍ରୀଙ୍କୁ ଉଚ୍ଚାସ୍ୱରରେ ଗାଳି ଦେଉଥିଲେ । ପାଖରେ ସର୍ଜ ଫୋର୍‌ନିଏର୍‌ ନାମକ ୭୫ ବର୍ଷିୟ ବୟସ୍କ ବ୍ୟକ୍ତି ବସିଥିଲେ । ସେ ବସ୍‌ରୁ ନିଜ ଆଶାବାଡି ଧରି ଓହ୍ଲାଉଥିବା ବେଳେ ସମସ୍ତଙ୍କୁ ଭଲ ବ୍ୟବହାର ଦେଖାଇବା ପାଇଁ କାଦେସାଙ୍କୁ କହିଥିଲା । କାଦେସା ତାଙ୍କୁ ପଛପଟୁ ରାଗରେ ଜୋରରେ ପେଲି ଦେଇଥିଲେ । ସର୍ଜ ବସ୍‌ ଉପରୁ ଖସି ପଡିଥିଲେ । ୮ ଫୁଟ୍‌ ଦୂରରେ ଥିବା ପାଦଚଲା ରାସ୍ତାର ସିମେଣ୍ଟରେ ସେ ପିଟି ହୋଇଯାଇଥିଲେ । ତାଙ୍କୁ ତୁରନ୍ତ ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରୁ କାଦେସା ପଳାଇଯାଇଥିଲେ । ବସ୍‌ରେ ଲାଗିଥିବା ସିସିଟିଭି କ୍ୟାମେରାରେ ଏ ଦୃଶ୍ୟ ରେକର୍ଡ ହୋଇଥିଲା ।
ପୁଲିସ ହତ୍ୟା ଅଭିଯୋଗରେ କାଦେସାଙ୍କୁ ଗିରଫ କରିଛି । ତାଙ୍କୁ ଏକ ଲକ୍ଷ ଆମେରିକୀୟ ଡଲାର ଜରିମାନ କରାଯାଇଛି । ଏହା ସହ ତାଙ୍କୁ ଉପରେ ମାମଲା ଚାଲିବ ବିଚାର ଶେଷ ହେବା ଓ ସଜ୍ଜା ହେବା ପର୍ଯ୍ୟନ୍ତ ସେ ଜେଲ୍‌ରେ ରହିବେ ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories