www.samajalive.in
Sunday, December 14, 2025
23.1 C
Bhubaneswar

କ୍ଷତିପୂରଣ ଓ ସ୍ଥାୟୀ ନିଯୁକ୍ତି ଦାବିରେ ଧାରଣା

ଯୋଡା: କାର୍ଯ୍ୟସ୍ଥଳରେ ଜଣେ ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ ପରେ ତାଙ୍କ ପରିବାରକୁ କ୍ଷତିପୂରଣ ରାଶି ପ୍ରଦାନ ଓ ଶ୍ରମିକ ସାମାଜିକ ସୁରକ୍ଷା ବ୍ୟବସ୍ଥା ମୁତାବକ କ୍ଷତିଗ୍ରସ୍ତ ପରିବାରର ଜଣେ ସଭ୍ୟଙ୍କୁ ସ୍ଥାୟୀ ନିଯୁକ୍ତି ଦାବିରେ ଗୁରୁବାରଠାରୁ ଟାଟା ସ୍ଫଞ୍ଜ କାରଖାନା ମୁଖ୍ୟ ଫାଟକ ସମ୍ମୁଖରେ କ୍ଷତିଗ୍ରସ୍ତ ପରିବାର ଅନିର୍ଦ୍ଦିଷ୍ଟ କାଳ ନିମନ୍ତେ ଧାରଣା ପ୍ରଦର୍ଶନ ଜାରି ରଖିଛନ୍ତି। ୨୦୦୪ ଅଗଷ୍ଟ ୬ରେ ବିଲେଇପଦା ଟାଟା ସ୍ପଞ୍ଜ ଲୌହ କାରଖାନାର ବରିଷ୍ଠ ସଫେଇ କର୍ମଚାରୀ ରୂପେ ନିଯୁକ୍ତ ମୋହାନ୍ତି କାରୁଆଙ୍କ କାର୍ଯ୍ୟ ସ୍ଥଳରେ ସନ୍ଦେହଜନକ ମୃତ୍ୟୁ ହୋଇଥିଲା ଏବଂ ପରିବାର ଅଜାଣତରେ ଶବ ବ୍ୟବଚ୍ଛେଦ କରାଯାଇଥିଲା। ଏହି ଧାରଣାରେ ପୀଡିତାଙ୍କ ପରିବାରଙ୍କ ନ୍ୟାଯ୍ୟ ଦାବିକୁ ଏଆଇଟିୟୁସି ସମେତ ସ୍ଥାନୀୟ ଅଞ୍ଚଳର ଅନେକ ସାମାଜିକ ଓ ଶ୍ରମିକ ସଂଗଠନ ସମର୍ଥନ କରିଥିବା ଖବର ମିଳିଛି।

ଏଆଇଟିୟୁସି ଯୋଡା ଜୋନାଲ ସମ୍ପାଦକ ଶ୍ରୀହରି ଘଣା ଓ ସହ ସମ୍ପାଦକ ମହମ୍ମଦ ବଦରୁଜା ଜୁମାଙ୍କ ନେତୃତ୍ୱରେ ଶତାଧିକ ସଂଗଠନ ସମର୍ଥକ ତଥା ସମାଜସେବୀ ଫରେନ ସାମାଡ ଓ ଅଲେଖ ବାରିକ୍‍ ପ୍ରମୁଖ ଏହି ଆନ୍ଦୋଳନରେ ସାମିଲ ଥିବାର ଖବର ମିଳିଛି। ତେବେ ଖବର ଲେଖା ହେବା ଯାଏ ଟାଟା ସ୍ପଞ୍ଜ ପରିଚାଳନା ନିର୍ଦ୍ଦେଶକଙ୍କ ଅନୁପସ୍ଥିତିରେ କାରଖାନାର ଅଧିକାରୀ ସମୂହ ପୀଡିତାଙ୍କ ପରିବାର ଆନ୍ଦୋଳନରୁ ବିରତ ରହିବା ନିମନ୍ତେ ବିଭିନ୍ନ ପ୍ରକାର କୂଟନୈତିକ ପ୍ରସ୍ତାବ ଆଗତ କରିଥିଲେ ମଧ୍ୟ ଏଥିରେ ସଫଳ ହୋଇନଥିବାର ଖବର ମିଳିଛି।

Hot this week

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

Related Articles

Popular Categories