ଝାଙ୍କରପାଲି ଓ କତରବଗା ପଞ୍ଚାୟତ; କଂଗ୍ରେସ ପ୍ରାର୍ଥୀଙ୍କ ନିର୍ବାଚନ ପ୍ରଚାର

ରେଙ୍ଗାଲି: ରେଙ୍ଗାଲି ଜୋନ୍(୨)ରେ କଂଗ୍ରେସ ଦଳରୁ ଜିଲା ପରିଷଦ ଅସନ ପାଇଁ ପ୍ରତିଦ୍ୱନ୍ଦିତା କରୁଥିବା ସରୋଜ ପୂଜାରୀ ଦଳିୟ ନେତା ଏବଂ କର୍ମୀଙ୍କ ଗହଣରେ ଝାଙ୍କରପାଲି ଏବଂ କତରବଗା ପଞ୍ଚାୟତ ଅଞ୍ଚଳର ବିଭିନ୍ନ ଗାଁକୁ ଯାଇ ନିର୍ବାଚନ ପ୍ରଚାର କରିଥିବାର ଜଣାପଡିଛି। ଶ୍ରୀ ପୂଜାରୀ ଜିଲା କଂଗ୍ରେସ କମିଟି କୃଷକ ସେଲ୍ ସଭାପତି ଦୁର୍ଗାଶଙ୍କର ବାଗ, ସନ୍ତୋଷ କୁମାର ଭୋଇ, ବିଭୁତିଭୂଷଣ ପ୍ରଧାନ, ରାଜୁ ଲୁହା, ଅମିତ ଗର୍ଡିଆ, ଲିପନ ପୁଜାରି, ଶୁଭମ୍ ସା ପ୍ରମୁଖଙ୍କ ଗହଣରେ ଝାଙ୍କରପାଲି, ସର୍ଗିର୍ପାଲି, ଥପାପାଲି, ଚନ୍ଦନିମାଲ, କେନ୍ଦୁଟିକ୍ରା, ଗୁମଲୋଇ, କୁସୁମଡିହି, ସୁକୁପଡା, ଝରନପଡା ଆଦି ଗ୍ରାମକୁ ଯାଇ ନିର୍ବାଚନ ପ୍ରଚାରରେ ବାହାରି ଭୋଟର ମାନଙ୍କ ସହିତ ସାକ୍ଷାତ କରି ଭୋଟ୍ ଦେବାକୁ ନିବେଦନ କରିଥିଲେ। କଂଗ୍ରେସ ପ୍ରାର୍ଥୀ ଶ୍ରୀ ପୂଜାରୀ ଗତକାଲି ପୂର୍ବତନ ବିଧାୟକ ଦୁର୍ଯୋଧନ ଗର୍ଡିଆ, ଜିଲା କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ସୁବାଷ ବିଶ୍ୱାଳ, ବ୍ଳକ୍ କଂଗ୍ରେସ ସଭାପତି ଚତୁର୍ଭୁଜ ଝାଙ୍କର ପ୍ରମୁଖଙ୍କ ସହିତ କତରବଗା ପଞ୍ଚାୟତର କତରବଗା, ବ୍ରାହ୍ମଣୀପାଲି, ଗୋଲାମାଲ, ପୋଢଗୁହାଲ, ଝରନପାଲି ଆଦି ଗ୍ରାମକୁ ନିର୍ବାଚନ ପ୍ରଚାର ଯାଇ ଭୋଟର ମାନଙ୍କୁ ସାକ୍ଷାତ କରି ହାତଚିହ୍ନ ରେ ଭୋଟ୍ ଦେବାଲକୁ ନିବେଦନ କରିଥିଲେ।

Comments are closed.