ନିର୍ବାଚନର ୪୮ଘଣ୍ଟା ପୂର୍ବରୁ ଫେସବୁକ୍‍ରେ ରାଜନୈତିକ ବିଜ୍ଞାପନ ପ୍ରସାରଣ ବନ୍ଦ

0

ନୂଆଦିଲ୍ଲୀ : ଦେଶର ନିର୍ବାଚନକୁ ସାମାଜିକ ଗଣମାଧ୍ୟମ ଦ୍ୱାରା ପ୍ରଭାବିତ କରିବାକୁ ହେଉଥିବା ବିଭିନ୍ନ ଯୋଜନା ଉପରେ ଅଙ୍କୁଶ ଲଗାଇବାକୁ ନିର୍ବାଚନ ଆୟୋଗ ପଦକ୍ଷେପ ନେଇଛନ୍ତି। ବିଶେଷକରି ଫେସବୁକ୍‍ ମାଧ୍ୟମରେ ନିର୍ବାଚନକୁ ପ୍ରଭାବିତ କରିବା ଯୋଜନାକୁ ପଣ୍ଡ କରିବା ପାଇଁ ଆୟୋଗ ପଦକ୍ଷେପ ନେଇଛନ୍ତି। ଏହି କ୍ରମରେ ନିର୍ବାଚନର ୪୮ଘଣ୍ଟା ପୂର୍ବରୁ ଫେସବୁକ୍‍ରେ କୌଣସି ପ୍ରକାର ରାଜନୈତିକ ବିଜ୍ଞାପନ ପ୍ରସାରଣ ଉପରେ ଆୟୋଗ ଅଙ୍କୁଶ ଲଗାଇଛନ୍ତି। ଏପରି ବିଜ୍ଞାପନ ଯେପରି ପ୍ରସାରଣ ନ ହୁଏ ସେଥିପାଇଁ ଆୟୋଗ ଫେସବୁକ୍‍କୁ ଅନୁରୋଧ କରିଛନ୍ତି। ଆୟୋଗଙ୍କ ଏହି ଅନୁରୋଧ ଉପରେ ଫେସବୁକ୍‍ ଠାରୁ କୌଣସି ଉତ୍ତର ମିଳିନାହିଁ। ଜନପ୍ରତିନିଧି ଆଇନ ୧୯୫୧ର ଧାରା ୧୨୬ ଅନୁଯାୟୀ ନିର୍ବାଚନର ୪୮ଘଣ୍ଟା ପୂର୍ବରୁ ସମସ୍ତ ପ୍ରକାର ପ୍ରଚାରପ୍ରସାର ଉପରେ କଟକଣା ଲାଗୁ କରାଯାଇଥାଏ। ଏପରି କଟକଣାକୁ ପାଳନ କରିବା ଲାଗି ଫେସବୁକ ରାଜି ହୋଇଛି। ଏ ନେଇ ଜୁନ୍‍ ୪ରେ ହୋଇଥିବା ଆୟୋଗଙ୍କ ବୈଠକରେ ଫେସବୁକ୍‍ର ପ୍ରତିନିଧି ଉପସ୍ଥିତ ରହି ନିଜର ସମ୍ମତି ସମ୍ପର୍କରେ ଜଣାଇଥିଲେ।

kalyan agarbati
Leave A Reply